• Deepti Moyee mohanty

ରଜ ପାଇଁ ରାଜଧାନୀରେ ପିଠା ପ୍ରତିଯୋଗୀତା,ଦୋଳି ସମ୍ଭାର


ଗାଁ ହେଉ ଅବା ସହର ଦୋଳି, ପିଠା, ନାଚଗୀତ,ରଜ ପାନ ଏ ସବୁ ହେଉଛି ରଜର ମୁଖ୍ୟ ଆକର୍ଷଣ। ସହରରେ ଗାଁର ମହକକୁ ବଜାୟ ରଖିବା ପାଇଁ ବହୁ ଅନୁଷ୍ଠାନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନେକ ରଜ ମହୋତ୍ସବ କାର୍ଯ୍ୟକ୍ରମ,ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେଉଛି।

ରାଜଧାନୀରେ ରଜମଉଜ ପାଳନ ଢଙ୍ଗ ବେଶ ନିଆରା। ଏଠାରେ ୪ଦିନ ବ୍ୟାପି ରଜ ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା ଏ ବର୍ଷ ରଜପର୍ବର ମୁଖ୍ୟ ଆକର୍ଷଣସବୁକୁ।

ପିଠା ପସରା

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ତରଫରୁ ରାଜ୍ୟର ସମସ୍ତ ପ୍ରମୁଖ ସହରମାନଙ୍କରେ ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏଥର ରଜ ମହୋତ୍ସବ ଆସନ୍ତା ୧୬ ତାରିଖ ଯାଏ ଚାଲିବ। ଏଥର ଓଟିଡିସି ତରଫରୁ ପାରମ୍ପରିକ ପିଠା ସହ ପିଠାର କମ୍ବୋ ପ୍ୟାକ ଓ ପିଠା ବାସ୍କେଟ ମଧ୍ୟ ରହିଛି,

ଯେଉଁଥିରେ ଆପଣ ପୋଡପିଠା ସହ ମଣ୍ଡା ପିଠା,ଆରିସା ଓ କାକରାପିଠା ପାଇ ପାରିବେ।

ଏକାମ୍ର ହାଟରେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ରଜ ପିଠା ବିକ୍ରି ଆରମ୍ଭ ହୋଇଯାଇଛି।ଏହା ଆସନ୍ତା ରବିବାର (ଜୁନ 17) ପର୍ଯ୍ୟନ୍ତ ଚାଲିବ। ପିଠା ବିକ୍ରି ରେ ହୋଟେଲ “ପେଟପୂଜା”ର ପୋଡପିଠା ଡିମାଣ୍ଡ ଖୁବ ଅଧିକ ରହିଛି। ଏଠାରେ ଗୋଟା ପୋଡପିଠାର ମୂଲ୍ୟ ୨୪୦ଟଙ୍କା ରହିଥିବା ବେଳେ ଅନ୍ୟ ସବୁ ପିଠାର ଗୋଟା ପିଛା ଦାମ ୫ରୁ ୧୦ଟଙ୍କା ପର୍ଯ୍ୟନ୍ତରହିଛି। ଆପଣ ଏଠାରେ ସ୍ଵତନ୍ତ୍ର ରୂପେ ପ୍ରସ୍ତୁତ କରଞ୍ଜି,କାକରା,ସିଜାମଣ୍ଡା,ମୁଗ ହାଲୱା,ପୋଡପିଠା,ଛଣାମଣ୍ଡା,କ୍ଷୀରଗଜା ଇତ୍ୟାଦି ବ୍ୟଞ୍ଜନ ପାଇପାରିବେ।

ପିଠା ପ୍ରସ୍ତୁତ ଦୌଡରେ ଏଥର ରାଜଧାନୀର ସମସ୍ତ ତାରକା ହୋଟେଲ ଯଥା ମେଫେୟାର,ହୋଟେଲ କ୍ରାଉନ,ସ୍ଵସ୍ତି ଗ୍ରୁପ ଆଦି ମଧ୍ୟ ସାମିଲ ହୋଇଛନ୍ତି। ଆପଣ ଏଠାରେ ପିଠା ସହ ରଜ ଦୋଳିର ମଧ୍ୟ ମଜା ନେଇ ପାରିବେ।

ଓଡିଆଣୀ ପ୍ରତିଯୋଗିତା

“ମଶାଲ” ଅନୁଷ୍ଠାନ ତରଫରୁ ରବୀନ୍ଦ୍ର ମଣ୍ଡପରେ ଆଜି ଅପରାହ୍ନରୁ ଅନୁଷ୍ଠିତ ହେବାକୁ ଯାଉଅଛି ରଜ ମହୋତ୍ସବ କାର୍ଯ୍ୟକ୍ରମ। ଏହା ଆଜି ରାତି ପର୍ଯ୍ୟନ୍ତ ଚାଲିବ। ଏହାର ମୁଖ୍ୟ ଆକର୍ଷଣ ହେଉଛି “ଶ୍ରେଷ୍ଠ ଓଡିଆଣୀ” ପ୍ରତିଯୋଗିତା। ଏଥିସହ ଏକାଧିକ ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ ଝୋଟି,ପିଠା,ପାନ, ଦୋଳି ଓ ପୁଚି ଖେଳର ଆସର ମଧ୍ୟ ରହିଛି।

୧୫୧ ଦୋଳି

ଏଥର ଦୋଳି ପାଇଁ ରାଜଧାନୀର ମୁଖ୍ୟ ଆକର୍ଷଣ ସାଜିଛି ପାତ୍ରପଡା। ଚଳିତ ବର୍ଷ ପାତ୍ରପଡା ଓ ଭଗବାନପୁର ଗ୍ରାମରେ ଶତାଧିକ ଗଛରେ ୧୫୧ଟି ଦୋଳି ଲଗାଯାଇଛି। ଏଠାରେ ଦୋଳି ସହ ୨୦ରୁ ଉର୍ଦ୍ଧ୍ଵ ଖାଦ୍ୟ ଷ୍ଟଲ ମଧ୍ୟ ରହିଛି । ଲୋକମାନେ ଏଠାରେ ଉଭୟ ପିଠା ପାନ ଓ ଦୋଳିର ମଜା ଏକ ସଙ୍ଗେ ନେଇପାରିବେ।

#citylife #festival

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon