- padmabati kund
ଦର୍ଶକଙ୍କୁ ଈଦ୍ ଉପହାର ଦେଲେ ବଲିଉଡର କରନ-ଅର୍ଜୁନ

ବଲିଉଡ ଇଣ୍ଡଷ୍ଟ୍ରୀର କରନ-ଅର୍ଜୁନ ଭାବରେ ପରିଚିତ ସଲମାନ ଖାନ ଓ ଶାହରୁଖ ଖାନ ପବିତ୍ର ଇଦ୍ଦ ଅବସରରେ ନିଜର ପ୍ରଶଂସକମାନଙ୍କୁ ଉପହାର ଦେଇଛନ୍ତି। ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ “ଜିରୋ”ର ଟିଜର ଆଜି ରିଲିଜ ହୋଇଯାଇଛି। ଏହି ଟିଜରରେ ଶାହରୁଖ ଖାନଙ୍କ ସହିତ ସଲମାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ବହୁଦିନ ବ୍ୟବଧାନ ପରେ ଦୁଇ ଖାନଙ୍କୁ ଏକାଠି ଗୋଟିଏ ଫିଲ୍ମରେ ଦେଖି ଉଭୟଙ୍କ ପ୍ରଶଂସକ ମାନେ ଖୁବ ଉତ୍ସାହିତ ଅଛନ୍ତି।
କିଙ୍ଗ ଖାନ ନିଜର ଆଗାମୀ ଫିଲ୍ମ “ଜିରୋ”ର ଟିଜର ରିଲିଜ କରି ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଟିଜରରେ ସଲମାନ ଖାନଙ୍କ ସରପ୍ରାଇଜ ଏଣ୍ଟ୍ରି ରହିଛି, ଯାହା କେହିବି ଆଶା କରିନଥିଲେ।ସଲମାନ ଖାନ ନିଜ କୋଳରେ ଶାହରୁଖ ଖାନଙ୍କୁ ଧରି ନାଚୁଥିବାର ଦେଖିବାକୁ ମିଳିଛି।
ବାମନ ଶାହରୁଖ
ଶାହରୁଖ ଏଥିରେ ଜଣେ ବାମନ ଲୋକର ଚରିତ୍ରରେ ଅଭିନୟ କରିଛନ୍ତି । ମୁଖ୍ୟ ନାୟିକା ଭାବରେ କାଟ୍ରିନା କୈଫ ଓ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। କାଟ୍ରିନା ଏଥିରେ ଜଣେ ସୁପରଷ୍ଟାର ଚରିତ୍ରରେ ଅଭିନୟ କରୁଥିବା ବେଳେ ଅନୁଷ୍କା ଏଥିରେ ଜଣେ ମାନସିକ ବିକାରଗ୍ରସ୍ତ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି।
ଏହାବ୍ୟତୀତ ଅନ୍ୟାନ୍ୟ ଭୂମିକାରେ ଅଭୟ ଦେଓଲ ଓ ତିଗ୍ମାଂଶୁ ଧୁଲିଆଙ୍କୁ ଅଭିନୟ କରିଛନ୍ତି। ସଲମାନ ଖାନଙ୍କ ସହିତ ଦୀପିକା ପାଦୁକୋନ, ଶ୍ରୀଦେବୀ,ରାଣୀ ମୁଖାର୍ଜୀ, କାଜୋଲ, ଆଲିୟା ଭଟ୍ଟ, କରିଶ୍ମା କପୁର, ଜୁହୀ ଚାୱଲା ଓ ଆର. ମାଧବନଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିବ।
“ଜିରୋ” ଫିଲ୍ମର ଟିଜର ରିଲିଜ ହେବାର କିଛି ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି 81ସେକେଣ୍ଡର ଭିଡିଓରେ ସଲମାନ ଖାନ ଓ ଶାହରୁଖ ଖାନଙ୍କ ଡ୍ୟାନ୍ସକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ରିଙ୍ଗ ମଧ୍ୟକୁ ପ୍ରବେଶ କରିବାକୁ ଯାଉଥିବା ଶାହରୁଖ ଖାନଙ୍କ ପଛରୁ ଏଣ୍ଟ୍ରି କରୁଛନ୍ତି ସଲମାନ। ସଲମାନ ଖାନଙ୍କ ଏହି ଏଣ୍ଟ୍ରିରେ ଶାହରୁଖ ଖାନଙ୍କ ଫ୍ୟାନ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି।
ରେଡ୍ ଚିଲ୍ଲୀ ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ରାୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ରାୟ ଓ ଗୌରି ଖାନ। ଫିଲ୍ମର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା। କିଙ୍ଗ ଖାନଙ୍କର ଏହି ଆଗାମୀ ଫିଲ୍ମଟି ଆସନ୍ତା ଡିସେମ୍ବର ମାସ 21 ତାରିଖରେ ରିଲିଜ ହେବ।