• Somyadeep Prasad

କ୍ୟାମେରା ରଖିବ ସିଟିବସ ଚାଳକଙ୍କ ଉପରେ ନଜର


ସହିଦନଗରରେ ଥିବା ବିଏମସିରର ଭବାନୀ ମହଲରେ  ଖୁବ କମ ସମୟ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ସ୍ମାର୍ଟସିଟି ସେଣ୍ଟ୍ରାଲାଇଜଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର (ସିସିସିସି)। ଏହା ସହରରେ ଥିବା ଟ୍ରାଫିକଠାରୁ ଆରମ୍ଭ କରି ସମସ୍ତ ଜରୁରୀକାଳୀନ ସେବା ଉପରେ ନଜର ରଖିବ ଏବଂ ଏହି ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷରେ ବସି କର୍ମଚାରୀମାନେ  ସହରରେ  ଥିବା ସମସ୍ତ ସିଟିବସ ଏବଂ ଏହାକୁ ଚଲାଉଥିବା ଚାଳକ ଉପରେ କଡା ନଜର ରଖିବା ସହ ସ୍ମାର୍ଟସିଟି ମିସନରେ  ଚାଲିବାକୁ ଥିବା 200ଟି ନୂଆ ବସ ରେ ଥିବା ଚାଳକ ସିସିଟିଭି ଓ ଜିପିଏସ ସ୍କାନରର  ନଜରରେ  ରହିବେ । ଏପରିକି ଏହା ସିଧାସଳଖ ଭାବେ ବସ ଚାଲକଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇପାରିବେ । 

ଆଗାମୀ ନଭେମ୍ବରରେ ଭୁବନେଶ୍ଵର ହେବାକୁ ଥିବା ହକି ବିଶ୍ଵକପକୁ ଆଖି ଆଗରେ ରଖି ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହାପାଇଁ ପ୍ରସ୍ତୁତି ଚାଲିଛି । 

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ (ବିଏସସିଏଲ) 200 ନୂଆ ବସ କିଣିବାକୁ ଯାଉଛି । ଚଳିତ ନଭେମ୍ବର ଆଗରୁ ବସ କିଣା କାମ ସରିଯିବା ଏବଂ ଏହାର ପରିଚାଳନା କରିବାକୁ ଦୁଇଟି ଘରେଇ ସଂସ୍ଥାକୁ ଟେଣ୍ଡର    ଦିଆଯାଇଛି ।  

ବିଏସସିଏଲର ଜଣେ ଅଧିକାରୀ କହିଛନ୍ତି ,ସ୍ମାର୍ଟସିଟିରେ ଚାଲିବାକୁ ଥିବା ସମସ୍ତ ବସ ଗୁଡିକରେ ସିସିଟିଭି କାମେରା ସହିତ ଜିପିଏସ ଲାଗିବ । ଯାହାଦ୍ଵାରା ବସ ଚାଲୁଥିବା ସମୟରେ ମଧ୍ୟ ନିୟନ୍ତ୍ରଣ କକ୍ଷରେ ବସିଥିବା କର୍ମଚାରୀ ସବୁ ଦେଖିପାରିବେ । ଯଦି ଚାଳକ ଅନୁମତି ଠାରୁ ଅଧିକ ବେଗରେ ଗାଡି ଚଲାନ୍ତି , ଆବଶକ୍ୟତାଠାରୁ  କମ ବେଗରେ ଗାଡି ଚଲାଉଥାନ୍ତି , ଟ୍ରାଫିକ  ସିଗନାଲ ଏବଂ ନିୟମ ନ ମାନନ୍ତି  କି ଅନ୍ୟ କୌଣସି ଅବହେଳା କରନ୍ତି ସଙ୍ଗେ ସଙ୍ଗେ ଏହା ନିୟନ୍ତ୍ରଣ କକ୍ଷକୁ  ଜଣାପଡିବା । ଚାଳକ ରୁଟରେ ବସ ସ୍ଟପରେ ଛିଡା କରୁଛନ୍ତି ନା ଅନ୍ୟ କୌଣସି ସ୍ଥାନରେ  ଛିଡା କରୁଛନ୍ତି ତାହା ଜିପିଏସ ଦ୍ଵାରା ଜଣାପଡିବ ।  ଏପରି କି କୌଣସି ଅବହେଳା ହେଲେ ନିୟନ୍ତ୍ରଣ କକ୍ଷରୁ   ସିଧା ସଳଖ ଭାବେ ଚାଳକଙ୍କୁ ଠିକ ଭାବେ ଗାଡି ଚଳାଇବାକୁ ତାଗିଦ କରାଯିବ । 

ସହରର ସମସ୍ତ ଟ୍ରାଫିକ ପୋଷ୍ଟକୁ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ଯୋଡ଼ାଯାଇଥିବା ସହିତ ସିଟିବସ ଗୁଡିକୁ ଏଥିରେ ଯୋଡିବା ବ୍ୟବସ୍ଥା ହୋଇଛି । ଏପରି ବ୍ୟବସ୍ଥା ଯାତ୍ରୀ ଏବଂ ସଡକ ସୁରକ୍ଷାକୁ  ସୁନିଶ୍ଚିତ କରିବା ସହ ବସ ଚଳାଚଳରେ ମଧ୍ୟ ସୁଧାର ଆସିପାରିବ  ।              

#smartcity

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon