• ବେତାର ଷ୍ଟାଫ ଲେଖକ

46 ବର୍ଷ ପରେ ଡବ୍ବୁ ଅଙ୍କଲଙ୍କ ସପ୍ନ ହେଲା ପୂରଣ


ଅନେକ ସିନେମାପ୍ରେମୀଙ୍କ ସ୍ବପ୍ନ ଥାଏ, ସେମାନେ ଦିନେ ନା ଦିନେ ନିଜର ପ୍ରିୟ କଳାକାରଙ୍କୁ ଦେଖା କରିବେ । ସେ ଦୃଷ୍ଟିରୁ ଇନ୍ଦୋର ସହରର ସଂଜୀବ ଶ୍ରୀବାସ୍ତବ ଖୁବ ଭାଗ୍ୟବାନ। ନବେ ଦଶକର ଗୀତରେ ମନମୁଗ୍ଧକର ନୃତ୍ୟ ପରିବେଷଣ କରି ରାତାରାତି ଇଣ୍ଟରନେଟ ସେନଶେସନ ପାଲଟି ଯାଇଥିବା ଏହି ଡବ୍ବୁ ଅଙ୍କଲ, ଏବେ ଛୋଟ ପରଦାରେ ନିଜ ପ୍ରିୟ କଳାକାରଙ୍କ ସହିତ ସାକ୍ଷାତ କରିଛନ୍ତି। କିଛି ଦିନ ପୂର୍ବରୁ ସେ ସଲମାନଙ୍କ ସହ ସୋନି ଟିଭିରେ ଏକ ଶୋ ଦଶ କା ଦମ ରେ ନଜର ଆସିଥିଲେ । ଡବ୍ବୁ ଅଙ୍କଲଙ୍କର ସବୁଠାରୁ ବଡ ସପ୍ନ ପୂରଣ ହେଲା ଯେବେ ସେ କଲର୍ସ ଟିଭି ର  ଡ଼୍ୟାନ୍ସ କି ଦିବାନେ ଶୋରେ ସୁପର ଷ୍ଟାର ଗୋବିନ୍ଦାଙ୍କ ସହ ଦେଖା କଲେ। ଯେତେବେଳେ ସେଟରେ ସଂଜୀବ ଶ୍ରୀବସ୍ତାଵ ଗୋବିନ୍ଦାଙ୍କୁ ଦେଖିଲେ ସଂଗେ ସଂଗେ ଆଗ ତାଙ୍କର ପାଦ ଧରି ପକାଇଲେ ଏବଂ ଗୋବିନ୍ଦା ତାଙ୍କୁ କୁଣ୍ଡାଇ ପକାଇଲେ । ଏହାପରେ ଡବ୍ବୁ ଅଙ୍କଲ ଗୋବିନ୍ଦା ସହ ମିଶି 'ଆପକେ ଆ ଯାନେ ସେ' ଗୀତ ରେ  ସିଗ୍ନନେଚର  ଷ୍ଟେପ ଏବଂ ଦମଦାର  ଡ୍ୟାନ୍ସ କରିଥିଲେ। ଗୋବିନ୍ଦାଙ୍କର ବହୁତ ବଡ ଫ୍ୟାନ ସଂଜୀବ ଶ୍ରୀବାସ୍ତବ । ଗୋବିନ୍ଦା ସହ ସାକ୍ଷାତ କରିବା ତାଙ୍କର ସବୁଠୁ ବଡ ସପ୍ନ ପୁରା ହେବା ସହ ସାମାନ । 

ଟିଭି ଶୋ ସଂଜୀବ ଶ୍ରୀବାସ୍ତବ ମଧ୍ୟପ୍ରଦେଶର ଭୋପାଳ ଏକ ଇଂଜିନିୟରିଂ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯ୍ୟରତ ଏବଂ  ଏବେ ତାଙ୍କୁ ଅନେକ ଟିଭି ଶୋରେ  ଏବଂ ଫିଲରେ କାମ କରିବାକୁ  ଅଫର ଆସିବା ଆରମ୍ଭ ହେଲାଣି । କିଛି ଦିନ ପୂର୍ବରୁ  ସୁପର ଷ୍ଟାର ସୁନିଲ ସେଠୀ ସଂଜୀବ ଶ୍ରୀବସ୍ତାଵଙ୍କ ଡ଼୍ୟାନ୍ସ ଦେଖି ତାଙ୍କୁ ମୁମ୍ବାଇ ଡାକିଥିଲେ । ସୂଚନା ମିଳିଛି ସୁନିଲ ସେଠୀ 'ହେରାଫେରି3' ଫିଲ୍ମରେ ରୋଲ କରିବାକୁ  ସଂଜୀବଙ୍କୁ ଅଫର  ଦେଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ସମ୍ମାନିତ କରିଥିଲେ। 

#internetceleb

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon