• Somyadeep Prasad

ଚାଉଳ ପାଣିରୁ ପାଆନ୍ତୁ ମୁହଁ ଏବଂ କେଶର ଚମକ


ପ୍ରତିଦିନ ରୋଷେଇରେ ଆମେ ଭାତ ରାନ୍ଧି ସାରିବା ପରେ ପେଜକୁ  ଅଦରକାରୀ ଭାବି ଢାଳି ଦେଇଥାଉ କିନ୍ତୁ ଚେହେରା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଗବେଷକମାନଙ୍କ କହିବା ଅନୁସାରେ ଚାଉଳ ପାଣିରେ ରହିଛି ଅନେକ ପ୍ରକାରର   ଭିଟାମିନ ଏବଂ ମିନେରାଲ୍ସ । ସପ୍ତାହରେ ଥରେ ମାତ୍ର  ଏହି ଉପାୟକୁ ବ୍ୟବହାର କଲେ ମୁହଁରେ ଥିବା ଅନେକ ସମସ୍ୟାକୁ  ଏହା ଦୂର କରାଇବା ସହ ମୁହଁରେ ଥିବା ଅନେକ ଦାଗ ମଧ୍ୟ ଲିଭାଇ ଥାଏ ।  

ଚାଉଳ ପାଣିରେ ପ୍ରୋଟିନ ଓ ଆଣ୍ଟି-ଡାଇଅକ୍ସାଇଡର ଉପଯୁକ୍ତ ପରିମାଣ ରହିଥିବାରୁ  ଫେସକୁ ଏହା ନରମ ରଖିଥାଏ । କେବଳ ମୁହଁ ନୁହେ, ଏହା କେଶ ପାଇଁ  ମଧ୍ୟ ବହୁତ ଉପଯୋଗୀ । ଯଦି ଆପଣ ପତଳା ଏବଂ ଶୁଷ୍କ  କେଶ ଥାଏ  ତେବେ  ଏହି ଚାଉଳପାଣିରେ କେଶକୁ ଧୋଇଲେ କେଶ ମୋଟା  ହେବା ସହ  କେଶରେ ଚମକ ମଧ୍ୟ ଆସିଥାଏ  ।    

କେମେତି କରିବେ ଏହାର  ବ୍ୟବହାର

ଗୋଟିଏ କପରେ ଚାଉଳକୁ  ଭଲ ଭାବରେ ସଫାକରି ପାଣିରେ ବତୁରେଇ , ଅଧଘଣ୍ଟା ପରେ ଯେବେ ଚାଉଳରେ ଥିବା ପୋଷକ ତତ୍ଵ ପାଣିରେ ମିଶିଯିବ ପରେ ଏହାକୁ ଗ୍ୟାସରେ ଫୁଟାଇ ଦିଅନ୍ତୁ । ଚାଉଳ ଫୁଟିଗଲା ପରେ ତାହାର ପେଜକୁ ବାହାରି କରି କିଛି ସମୟ ପାଇଁ ତାକୁ ଥଣ୍ଡା କରିବାକୁ ଛାଡିଦିଅନ୍ତୁ । ଏହାପରେ ଏହି ଚାଉଳ ପାଣିକୁ ନିଜ ଚେହେରା ଉପରେ ଧୀରେ ଧୀରେ ମସାଜ କରନ୍ତୁ । ମସାଜ କରିବାର ୧୦ ମିନିଟ ପରେ ମୁହଁରେ  ଲାଗିଥିବା ଚାଉଳ ପାଣିକୁ ଧୋଇ ସାରିବା ପରେ  ଶୁଖିଲା କପଡାରେ ମୁହଁକୁ ପୋଛି ଦିଅନ୍ତୁ  । ଏହାପରେ  ଆପଣ ତୁରନ୍ତ ଆପଣଙ୍କ  ମୁହଁରେ ପରିବର୍ତ୍ତନର ନଜର ଦେଖିପାରିବେ । 

ଚାଉଳ ପାଣିକୁ ଆପଣଙ୍କ କେଶରେ ଲଗାଇ  20 ମିନିଟ ଛାଡିଦେଇ  ଏହାପରେ ଏହାକୁ ସାମ୍ପୁ ଏବଂ କଣ୍ଡିସନର ଧୋଇଲା ପରେ ଆପଣ କୌଣସି ଦାମୀ ଟ୍ରୀଟମମେଣ୍ଟ ନକରି ମଧ୍ୟ ସୁନ୍ଦର ଏବଂ ଚମକୁଥିବା କେଶ  ପାଇପାରିବେ ।

#skincare #hair

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon