• padmabati kund

ଏୟାରଫୋର୍ସରେ ଅଫିସର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି : ଦରମା ଲକ୍ଷେ ଟଙ୍କା


ଭାରତୀୟ ବାୟୁସେନାରେ ଏୟାରଫୋର୍ସ କମନ ଆଡମିଶନ ଅନଲାଇନ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଅଛି। ବିଜ୍ଞାନ, ଗଣିତ ତଥା ବିଭିନ୍ନ ଟେକନିକାଲ ବିଷୟରେ ଗ୍ରାଜୁଏସନ ଏବଂ ଇଂଜିନିୟରିଂ ପାସ କରିଥିବା ଯୁବକ ଓ ଯୁବତୀମାନେ ଏହି ପରୀକ୍ଷା ପାଇଁ ଅନଲାଇନରେ ଆସନ୍ତା ଜୁଲାଇ15 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ତାଙ୍କର ପଦବୀ ଅନୁସାରେ ମାସିକ ଛପନ ହଜାରରୁ ଆରମ୍ଭ କରି ଏକ ଲକ୍ଷ ଦଶ ହଜାର ( ଟ.56,100-ଟ.1,10,700) ଦରମା ପ୍ରଦାନ କରାଯିବ।

ବାୟୁସେନା ବିଭାଗ ତରଫରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ତିନୋଟି ବିଭାଗ ଯଥା ଫ୍ଲାଇଙ୍ଗ ବ୍ରାଞ୍ଚ, ଟେକନିକାଲ ବ୍ରାଞ୍ଚ, ଗ୍ରାଉଣ୍ଡ ଡ୍ୟୁଟି ବ୍ରାଞ୍ଚ ଅଫିସର ନିଯୁକ୍ତି କରାଯିବ। ଟେକ୍ନିକାଲ ଓ ନନଟେକ୍ନିକାଲ ବିଭାଗରେ ମୋଟ 182ଟି ପଦ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ15 ତାରିଖ ମଧ୍ୟରେ ଏୟାରଫୋର୍ସର ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ ଓ ଆଡମିଟ କାର୍ଡ ଜୁଲାଇ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏହି ପରୀକ୍ଷା ଅଗଷ୍ଟ ମାସ 18 ଓ 19 ତାରିଖରେ ହେବ ଓ ପରୀକ୍ଷାଫଳ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ପ୍ରକାଶିତ ହେବ।

ପରୀକ୍ଷାଟି କେବଳ କମ୍ପ୍ୟୁଟରରେ ଓ ହିନ୍ଦୀ, ଇଂରାଜୀ ଭାଷାରେ ହେବ। ଲିଖିତ ପରୀକ୍ଷା ଓ ଫିଜିକାଲ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।ଭିନ୍ନ ଭିନ୍ନ ବିଭାଗ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ହେଉଥିବାବେଳେ ଟେକ୍ନିକାଲ ଓ ନନଟେକ୍ନିକାଲ ପଦବୀ ଆଧାରରେ ଚୟନ କରାଯିବ।

ପରୀକ୍ଷା ଫି'

ପ୍ରଥମଥର ପାଇଁ ଏ.ଏଫ.ସି.ଏ.ଟି (AFCAT) 2018ରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଟ.250 ଫି ଦେବାକୁ ପଡିବ । କଲେଜରେ ଏନସିସିରେ ମିଶିଥିବା ଛାତ୍ରମାନେ ଏହି ପରୀକ୍ଷାରେ ଭାଗ ନେବାକୁ ହେଲେ ସେମାନଙ୍କୁ କୌଣସି ଫି' ଦେବାକୁ ପଡିବ ନାହିଁ । ସେହିପରି ଏୟାର ଫୋର୍ସର ପାଣିପାଗ ବିଭାଗ ପାଇଁ ହେଉଥିବା ପରୀକ୍ଷାରେ ଭାଗ ନେବା ପାଇଁ ମଧ୍ୟ କୌଣସି ଫି' ଦେବାକୁ ପଡିବ ନାହିଁ । ପ୍ରାର୍ଥୀମାନେ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଏହି ଫି' ପଇଠ କରିପାରିବେ।

ଏ ବିଷୟରେ ଅଧିକ ବିବରଣୀ ପାଇଁ ଭାରତୀୟ ବାୟୁସେନା ବିଭାଗର ଅଫିସିଆଲ ୱେବସାଇଟରେ ଲଗଇନ କରିପାରିବେ ଓ ଅବେଦେନ କରିବା ପାଇଁ afcat.cdac.in ରେ signup କରି ଦେଖିପାରିବେ।

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon