- Somyadeep Prasad
ଜିଓକୁ ଟକ୍କର : ଏୟାରଟେଲ ଦେବ ୯୯ଟଙ୍କାରେ ଦିନକୁ 2 ଜିବି

ଏୟାରଟେଲ ତାହାର ଉପଲବ୍ଧ ଥିବା ୯୯ ଟଙ୍କାର ପ୍ରିପେଡ ପ୍ଳାନକୁ ଅଫଗ୍ରେଡ କରିଛି । ଏହି ୯୯ ଟଙ୍କା ପ୍ୟାକରେ ରହିଛି ଦୈନିକ ୨ ଜିବିର ଡାଟା ସହ ୨୮ ଦିନର ବୈଧତା। ଏହି ଅଫରରେ ପୂର୍ବ ତୁଳନାରେ ୧ ଜିବି ଡାଟା ଅଧିକ ମିଳିବ ।
ସେହି ତୁଳନାରେ ଜିଓର ୯୮ ଟଙ୍କାର ପ୍ୟାକରେ ୟୁଜରଙ୍କୁ ମିଳୁଛି ୨ ଜିବି ଡାଟା ସହ ୨୮ ଦିନର ବୈଧତା , ୩୦୦ଟି ଏସଏମଏସ ଏବଂ ଅସୀମିତ କଲର ସୁବିଧା ରହିଛି ।
ଧ୍ୟାନ ରଖିବା ଦରକାର ଏହା କେବଳ ଏୟାରଟେଲ ଏହି ପ୍ୟାକଟି ସମସ୍ତ ଗ୍ରାହକମାନଙ୍କ ପାଇଁ ନୁହଁ , କେବଳ କିଛି ନିର୍ଦ୍ଦିଷ୍ଟ ଏୟାରଟେଲର ବଛା ବଛା ଗ୍ରାହକ ପାଇଁ ଏହା ଉପଲବ୍ଧ ହେବ । ଏହି ପ୍ୟାକରେ ଗ୍ରାହକମାନଙ୍କୁ ୨ ଜିବି ଡାଟା ଏବଂ ଅନଲିମିଟେଡ କଲ ସହ ଦିନକୁ ୧୦୦ଟି ଏସଏମଏସର ସୁବିଧା ମିଳିବ । ଯାହାକି ଜିଓର ୯୮ଟଙ୍କା ପ୍ୟାକର ପ୍ଳାନ ତୁଳନାରେ (ଦିନକୁ 300ମେସେଜ) କମ।
ପୂର୍ବରୁ ଜିଓ ଭଳି ଏୟାରଟେଲ ତାହାର ୯୯ ଟଙ୍କା ପ୍ୟାକରେ ୧ ଜିବି ଡାଟା ଦେଉଥିଲା କିନ୍ତୁ ଯେବେ ଜିଓ ତାହାର ଡବଲ ଧମାକା ଅଫର ଆରମ୍ଭ କରିବା ପରେ , ଏୟାରଟେଲ ଏହାକୁ ଟକ୍କର ଦେବା ପାଇଁ ୯୯ ଟଙ୍କାର ପ୍ୟାକକୁ ପରିବର୍ଦ୍ଧିତ କରିଛି ।
ଦେଖିବାକୁ ଗଲେ ଜିଓର ୯୮ଟଙ୍କାର ପ୍ୟାକ ତୁଳନାରେ ଏୟାରଟେଲ ୯୯ ଟଙ୍କାର ପ୍ୟାକରେ ଫାଇଦା ଅଧିକ ରହିଛି । ଯାହା ଫଳରେ ଏୟାରଟେଲ ତାହାର ଗ୍ରାହକମାନଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା ଜାରିରଖିଛି ।
ନୂଆକରି ଏୟାରଟେଲର ୯୯ ଟଙ୍କା ପ୍ୟାକର ଅଫର ଆପଣଙ୍କୁ ସେତେବେଳେ ମିଳିବ ଯେବେ ଆପଣଙ୍କ ଅଞ୍ଚଳ ପାଇଁ ଏହି ପ୍ୟାକ ଉପଲବ୍ଧ ଥିବ। ଯଦି ଏହା ଉପଲବ୍ଧ ନାହି ତାହାହେଲେ ପୂର୍ବପରି ୧ ଜିବି ଡାଟା ପ୍ରତି ଦିନ ପାଇବେ।