• Deepti Moyee mohanty

ଟ୍ରେନରେ ଲାଗିବ ପ୍ଳେନ୍ ପରି ବାୟୋ-ଭାକ୍ୟୁମ ଶୌଚାଳୟ


ଏବେଠୁ ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଅପରିଷ୍କାର ଶୌଚାଳୟ ଦେଖିବାକୁ ପଡିବ ନାହିଁ । କାରଣ ରେଳମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଆଗକୁ ଟ୍ରେନମାନଙ୍କରେ ବିମାନ ପରି ଭାକ୍ୟୁମ ବାୟୋ ଟଏଲେଟ ରହିବ, ଯେଉଁଥିରେ ପାଣିର ବ୍ୟବହାର କମ ହେଇଥାଏ ଓ ଏହା ସର୍ବଦା ଆବର୍ଜନା ମୁକ୍ତ ରୁହେ।

ରେଳମନ୍ତ୍ରୀ ପୀୟୂଷ ଗୋୟଲ ପି.ଟି.ଆଇ ନ୍ୟୁଜ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, “ପ୍ରଥମେ ପରୀକ୍ଷା ମୂଳକ ଭାବେ ଟ୍ରେନରେ ଲାଗିଥିବା ୫୦୦ଟି ବାୟୋ ଶୌଚାଳୟକୁ ପ୍ଳେନରେ ବ୍ୟବହୃତ ବାୟୋ-ଭାକ୍ୟୁମ ଶୌଚାଳୟର ରୂପରେଖ ଦିଆଯିବ।ଏହାର ସଫଳ ପ୍ରୟୋଗ ପରେ ଟ୍ରେନର ଅନ୍ୟ୨.୫ଲକ୍ଷ ବାୟୋ ଶୌଚାଳୟକୁ ବାୟୋ-ଭାକ୍ୟୁମ ଶୌଚାଳୟରେ ପରିବର୍ତ୍ତିତ କରାଯିବ”।

ରେଳଯାତ୍ରାକୁ ବିମାନ ସେବା ସହ ପ୍ରତିଦ୍ୱନ୍ଦିତା କରିବାକୁ ହେଲେ ଟ୍ରେନରେ ବାୟୋ-ଭାକ୍ୟୁମ ଶୌଚାଳୟ ଲଗାଯିବା ଆବଶ୍ୟକ ବୋଲି ମନ୍ତ୍ରୀ ଗୋୟଲ କହିଛନ୍ତି।

ଅଢେଇ ଲକ୍ଷ ଟଙ୍କାର ଶୌଚାଳୟ

ଗୋଟିଏ ବାୟୋ-ଭାକ୍ୟୁମ ଶୌଚାଳୟର ଦାମ ୨.୫ଲକ୍ଷ ଟଙ୍କା ହୋଇଥିବାବେଳେ ଏହା ଦୁର୍ଗନ୍ଧ ମୁକ୍ତ ଓ ୨୦ଗୁଣା କମ ପାଣି ଆବଶ୍ୟକ କରିଥାଏ। ରେଳ ଲାଇନର ପରିଷ୍କାର ପରିଚ୍ଛାର୍ନତାକୁ ଆଖିରେ ରଖି ଏପରି ପଦକ୍ଷ୍ୟେପ ନିଆଯାଇଥିବା କୁହାଯାଇଛି। ଏହା ଦ୍ଵାରା ରେଳ ଲାଇନରେ ଦୁର୍ଗନ୍ଧ କମିଯିବା ସହ ବର୍ଜ୍ୟବସ୍ତୁ ନିଷ୍କାସନ ହାର ମଧ୍ୟ କମିଯିବ। ଏହାର ସଫଳ ବ୍ୟବହାର ହେଲେ ଦେଶରେ ରେଳ ସେବାକୁ ଅନ୍ୟସ୍ତରକୁ ନେଇଯିବ।

ବର୍ତ୍ତମାନ ରେଳ ବିଭାଗର ସର୍ବମୋଟ ୩୭,୪୧୧ଟି ବଗିରେ ୧,୩୬,୯୬୫ଟି ବାୟୋ ଶୌଚାଳୟ ବ୍ୟବହାର କରାଯାଉଛି ଏବଂ ପ୍ରତ୍ୟେକ ଶୌଚାଳୟର ମୂଲ୍ୟ ୧ଲକ୍ଷ ଟଙ୍କା ରହିଛି। ଆସନ୍ତା ମାର୍ଚ୍ଚ ୨୦୧୯ ସୁଦ୍ଧା ରେଳ ବିଭାଗର ସମସ୍ତ ପାସେଞ୍ଜର ଟ୍ରେନରେ ବାୟୋ ଶୌଚାଳୟ ବ୍ୟବହାର ହେବ, ଯାହାର ମୋଟ ଖର୍ଚ୍ଚ ୨୫୦ କୋଟି ହେବା ନେଇ ଆକଳନ କରାଯାଇଛି।

ୱେଟିଙ୍ଗ ଲିଷ୍ଟ

ଗତ କିଛି ବର୍ଷ ହେବ ଭାରତ ସରକାର ରେଳ ଭଡା ବୃଦ୍ଧି କରିବା ସହିତ ରେଳଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି । ନିକଟରେ ରେଳ ବିଭାଗ ଘୋଷଣା କରିଛି ଯେ ଆସନ୍ତା ଜୁଲାଇ ପହିଲାରୁ ଟିକେଟ କାଟିବା ପରେ କେବଳ କନଫର୍ମ ଟିକେଟ ହିଁ ମିଳିବ, ଅର୍ଥାତ ଆଗକୁ ଆଉ ୱେଟିଙ୍ଗ ଲିଷ୍ଟ ପ୍ରକାଶିତ ହେବ ନାହିଁ।

ସେହିପରି ଯାତ୍ରା କରୁଥିବା ସମୟରେ କିଛି ଯାତ୍ରୀ ଅଧିକ ଜିନିଷ ପତ୍ର ସାଙ୍ଗରେ ନେଇ ଅନ୍ୟାନ୍ୟ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବାରୁ ରେଳ ବିଭାଗର ନୂତନ ନିୟମ ଅନୁସାରେ ଏଣିକି ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ସାମଗ୍ରୀ ନେଲେ ଯାତ୍ରୀମାନଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ ଓ ଅତିରିକ୍ତ ଜିନିଷ କେବେଳ ପାର୍ସଲ ଭ୍ୟାନରେ ହିଁ ରହିବ ।

#train

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon