• padmabati kund

ଓଡ଼ିଆ ଭଜନ ଗାଇ ପୁଣି ବିବାଦରେ ସୋନା ମହାପାତ୍ର


ବର୍ତ୍ତମାନ ପିଢୀର ଆଗଧାଡିର ଗାୟିକା ଭାବରେ ପରିଚିତ ସୋନା ମୋହାପାତ୍ର ନିଜ ଗୀତ ଗାଇବା ଶୈଳୀ ପାଇଁ ପୂର୍ବରୁ ବିବାଦ ଘେରକୁ ଆସିଥିଲେ।ଲୋକପ୍ରିୟ ଓଡିଆ ଜଣାଣ “ଆହେ ନୀଳ ଶୈଳ” ଜଣାଣକୁ ଗାଇ ସୋନା ପୁଣି ଥରେ ବିବାଦକୁ ଆସିଛନ୍ତି।ଏହି ଜଣାଣରେ ସେ କିଛି ଶବ୍ଦକୁ ସଠିକ ଭାବରେ ଉଚ୍ଚାରଣ କରିନାହାନ୍ତି ବୋଲି ଅଭିଯୋଗ କରାଯାଉଛି। ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଓଡିଆ ସମ୍ବଲପୁରୀ ଗୀତ “ରଙ୍ଗବତୀ” ଓ ପ୍ରକ୍ଷାତ ସୁଫି ଗୀତ “ତୋରୀ ସୁରତ”କୁ ଗାଇ ସୋନା ବିବାଦ ଘେରକୁ ଆସିଥିଲେ।

ଭକ୍ତ ସାଲବେଗଙ୍କ ରଚିତ “ଆହେ ନୀଳ ଶୈଳ” ଜଣାଣ ପ୍ରତି ଏହା ଅପମାନ ହୋଇଛି ବୋଲି ବିଭିନ୍ନ ମହଲରୁ ସୋନାଙ୍କୁ ସମାଲୋଚନା କରାଯାଇଛି। ଏହି ଭଜନର କେତେକ ଶବ୍ଦକୁ ସେ ସଠିକ ଭାବରେ ଉଚ୍ଚାରଣ କରିନାହାନ୍ତି ଯେପରି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର,ଚରଣକୁ ଚରଣେ,ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଉଚ୍ଚାରଣ କରିଛନ୍ତି। ଏହା ବହୁ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।

ଏନେଇ ସୋନା ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ,” ଏଥିରେ କୌଣସି ବିବାଦ ନାହିଁ। କଣ୍ଠଶିଳ୍ପୀମାନେ ମଧ୍ୟ ଜଣେ ଜଣେ  ମଣିଷ ଓ ସେମାନଙ୍କ ଦ୍ଵାରା ଭୁଲ ହୋଇଥାଏ,ଏହା ଜଣେ କଣ୍ଠଶିଳ୍ପୀକୁ ଶିଖିବାକୁ ସାହାଯ୍ୟ କରିଥାଏ।ଏହି କଥାକୁ ନେଇ କୌଣସି ବିବାଦ ସୃଷ୍ଟି କରା ନ ଯାଉ।“

ସୋନାଙ୍କର ଏହି ଗୀତକୁ ବିଭିନ୍ନ ମହଲରୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଥିବା ବେଳେ ଅଭିନେତ୍ରୀ ଓ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ସମାଲୋଚନା କରିଛନ୍ତି। ପିଙ୍କି ଟ୍ଵିଟକରି ଲେଖିଛନ୍ତି ଯେ,” ଆମେ ଆପଣଙ୍କର କଳାକୁ ପ୍ରଶଂସା କରୁଛୁ ମାତ୍ର ଓଡିଶାର ଭାଷାକୁ ସମଗ୍ର ବିଶ୍ଵ ଆଗରେ ଅପମାନ କରନ୍ତୁ ନାହିଁ। ଗୀତକୁ କଦର୍ଥ କରନ୍ତୁ ନାହିଁ।“

ସୋନା ମହାପାତ୍ର ଜଣେ ଜଣାଶୁଣା ଗାୟିକା, ସେ ଦେଶ ବିଦେଶରେ ଅନେକ ସଙ୍ଗୀତ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରନ୍ତି। ଏହା ସହିତ ବଲିଉଡରେ ମଧ୍ୟ ଗୀତ ଗାଇଛନ୍ତି।    

#currentnews #sonamohapatra

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon