• padmabati kund

ବିଏସଏନଏଲ ଆଣିବ 4ଜି 2019ରେ, ମିଳିବ 20ଟଙ୍କାରେ ସିମ


ଭାରତରେ ସମସ୍ତ ଘରୋଇ ଟେଲିକମ ଅପରେଟର ମାନଙ୍କ ସହ ପ୍ରତିଦ୍ଵନ୍ଦିତା କରିବା ପାଇଁ ସରକାରୀ ଟେଲିକମ ଅପରେଟର ବି.ଏସ.ଏନ.ଏଲ ତାର ଗ୍ରାହକ ମାନଙ୍କ ପାଇଁ 4ଜି ଲଞ୍ଚ କରିବାକୁ ଯାଉଛି। ଆସନ୍ତା 2019 ମସିହାରେ ସମଗ୍ର ଦେଶରେ ବି.ଏସ.ଏନ.ଏଲ ଏହାର 4ଜି ସେବା ଲଞ୍ଚ କରିବ ଓ ଗ୍ରାହକ ମାନଙ୍କୁ ଏହି 4ଜି ସିମ ମାତ୍ର 20ଟଙ୍କାରେ ଉପଲବ୍ଧ ହେବ।

ବର୍ତ୍ତମାନ ସମୟରେ ଗ୍ରାହକ ମାନଙ୍କୁ ଶସ୍ତାରେ 4ଜି ସର୍ଭିସ ଯୋଗାଉଥିବା ଘରୋଇ ଟେଲିକମ ଅପରେଟର ମାନଙ୍କସହ ପ୍ରତିଦ୍ଵନ୍ଦିତା କରିବା ପାଇଁ ବି.ଏସ.ଏନ.ଏଲ ଦେଶର ଉତ୍ତର, ପୂର୍ବ,ପଶ୍ଚିମ ଓ ଦକ୍ଷିଣ ଜୋନରେ 10,000ରୁ ଅଧିକ 4ଜି ଟାୱାର ବସାଇବ। 

ପ୍ରକାଶଯୋଗ୍ୟ ଯେ କର୍ଣ୍ଣାଟକ ଓ କେରଳରେ ବି.ଏସ.ଏନ.ଏଲ ତରଫରୁ 4ଜି ସେବା ପରୀକ୍ଷାମୂଳକ ଲଞ୍ଚ ହୋଇସାରିଛି।  

ପୂର୍ବରୁ ବି.ଏସ.ଏନ.ଏଲର 3ଜି ସିମ ଆରମ୍ଭ ସମୟରେ ଏହା ଗ୍ରାହକ ମାନଙ୍କୁ 200ଟଙ୍କାରେ ଉପଲବ୍ଧ ହେଉଥିଲା ମାତ୍ର 4ଜି ସିମ ଏହାର 10%(ମାତ୍ର 20ଟଙ୍କା)ମୂଲ୍ୟରେ ଉପଲବ୍ଧ ହେବ।  

ବି.ଏସ.ଏନ.ଏଲର ଏହି 4ଜି ସର୍ଭିସ ପ୍ରଥମେ ହାଇଦ୍ରାବାଦ ଓ ସିକନ୍ଦରାବାଦରେ ଆରମ୍ଭ କରାଯିବ ବୋଲି କୁହାଯାଇଥିଲା, ମାତ୍ର ଏଥିରେ କିଛି ବିଳମ୍ବ ରହିଥିବାରୁ ଏହାର ଲଞ୍ଚ ତାରିଖ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ହୋଇପାରେ। 

ତେଲେଙ୍ଗନାରେ ମଧ୍ୟ ବି.ଏସ.ଏନ.ଏଲର 4ଜି ସେବା ବହୁତ ଜଲଦୀ ଲଞ୍ଚ କରାଯିବ ବୋଲି କହିଛନ୍ତି ତେଲେଙ୍ଗାନା ଷ୍ଟେଟ ଟେଲିକମ ସର୍କଲର ଜେନେରାଲ ମ୍ୟାନେଜର ବି.ସୁନ୍ଦର। 

ବି.ଏସ.ଏନ.ଏଲର ଏହି 4ଜି ସେବା ପାଇବା ପାଇଁ ଗ୍ରାହକ ମାନଙ୍କୁ ନିଜ 2ଜି ସିମକୁ 4ଜିକୁ ଅପଗ୍ରେଡ କରିବା ପାଇଁ ପଡିବ କାରଣ ପୁରୁଣା 2ଜି/3ଜି ସିମରେ ଉପଭୋକ୍ତାମାନେ 4ଜି ସେବା ପାଇ ପାରିବେ ନାହିଁ।  

ବିଭିନ୍ନ ରାଜ୍ୟରେ 2ଜି/3ଜି ଭଏସ ଓ ଡାଟା କ୍ଵାଲିଟି ଏବଂ ସ୍ପିଡକୁ ପ୍ରସାରଣ କରିବା ପାଇଁ ନୂତନଯୋଜନା ପ୍ରସ୍ତୁତି କରୁଛି। ବଜାରରେ ବହୁ ଘରୋଇ କମ୍ପାନୀ ତରଫରୁ ଶସ୍ତା ପ୍ୟାକ ପାଇଁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବି.ଏସ.ଏନ.ଏଲର ବାର୍ଷିକ ଆୟ ମଧ୍ୟ କମ ହୋଇଛି ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି।

କିଛିଦିନ ପୂର୍ବରୁ ପତଞ୍ଜଳି ସହ ମିଳିତ ଭାବରେ ବି.ଏସ.ଏନ.ଏଲ ତରଫରୁ ବହୁତ ଶସ୍ତା ଓ ଆକର୍ଷଣୀୟ ପ୍ୟାକ ଯଥା ଟ.144,ଟ.792 ଓ ଟ.1,584 ଲଞ୍ଚ କରାଯାଇଛି। ଏହି ପ୍ୟାକରେ ଗ୍ରାହକ ମାନଙ୍କୁ ପ୍ରତିଦିନ ଆନାଲିମିଟେଡ କଲ, 100ଟି ଏସଏମଏସ ସହିତ 2ଜିବି ଡାଟା ମଧ୍ୟ ମିଳିବ।

#mobile #4gservice

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon