• padmabati kund

ଯେବେ ଦୀପିକା କହିଲେ ରଣବୀର "ମୋର"


ବଲିଉଡର ପ୍ରେମୀଯୁଗଳ ରଣବୀର-ଦୀପିକା ବର୍ତ୍ତମାନ ଯାଏ ନିଜର ବିବାହ ବିଷୟରେ ଅଫିସିଆଲି କୌଣସି ଘୋଷଣା କରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ପରସ୍ପର ପ୍ରତି ପ୍ରେମ ଦୁହିଙ୍କ ଭିତରେ ଥିବା ସଂପର୍କକୁ ପ୍ରମାଣିତ କରୁଛି। କିଛିଦିନ ପୂର୍ବରୁ ରଣବୀରଙ୍କ ଫଟୋରେ ଦୀପିକଙ୍କର କମେଣ୍ଟ ଦୁହିଙ୍କ ଭିତରେ ଥିବା ସମ୍ପର୍କର ପ୍ରମାଣ ଦେଉଛି।

ଗତ ଶୁକ୍ରବାର (ଜୁନ15)ଦିନ ରଣବୀର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋଟି ବହୁତ ଫ୍ୟାନ ମାନଙ୍କ ଦ୍ଵାରା ଆଦୃତ ହୋଇଥିଲା। ଏହି ଫଟୋରେ ରଣବୀର ଏକ ଆକାଶୀ ନୀଳ ରଙ୍ଗର ଶାର୍ଟ ପିନ୍ଧିଛନ୍ତି। ବଟମ ଖୋଲା କରି ଖାଲି ଦେହରେ ଉଠାଇଥିବା ଏହି ଫଟୋରେ ଫ୍ୟାନ ମାନଙ୍କ ପକ୍ଷରୁ ବହୁ ଲାଇକ ଓ କମେଣ୍ଟ ଆସିଥିଲା। ଏହି ସବୁ କମେଣ୍ଟ ପଢି ରଣବୀରଙ୍କ ଗାର୍ଲଫ୍ରେଣ୍ଡ ଦୀପିକା ଈର୍ଷା ହୋଇ ଦେଇଥିବା କମେଣ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ରଣବୀରଙ୍କର ଏହି ପୋଷ୍ଟରେ ଦୀପିକା ମୋର(mine) ବୋଲି ଲେଖି କମେଣ୍ଟ ଦେଇଥିଲେ ଓ ଏହା ସହିତ ଲଭ ସିମ୍ବଲ ଥିବା ତିନୋଟି ଇମୋଜି ମଧ୍ୟ ଦେଇଥିଲେ।

ଦୀପିକାଙ୍କର ଏହି କମେଣ୍ଟ ଦେଖି ଜଣାପଡୁଛି ଯେ ରଣବୀରଙ୍କ ଉପରେ କେବଳ ତାଙ୍କର ଅଧିକାର ଅଛି ଓ ରଣବୀର କେବଳ ତାଙ୍କର,ଆଉ କାହାର ନୁହେଁ। ତେବେ ଦୀପିକା ରଣବୀରଙ୍କ ଫୋଟୋକୁ ଦେଖି କହିଲେ

"ମୋର" ନା ରଣବୀର ପିନ୍ଧିଥିବା ସାର୍ଟଟି ତାଙ୍କର ଏହା ଠିକ ସେ ଜଣାପଡୁ ନାହିଁ ।

ତେବେ ଯାହା ହେଉ ଦୀପିକାଙ୍କର ଏହି କମେଣ୍ଟ ଦେଖି ରଣବୀର ମଧ୍ୟ ବହୁତ ଖୁସି ହୋଇଯାଇଥିଲେ।

ବିରୁଷ୍କା ପରି ବିବାହ

ରଣବୀର-ଦୀପିକାଙ୍କ ବିବାହକୁ ନେଇ ଦୁହିଙ୍କ ତରଫରୁ କୌଣସି ସୂଚନା ମିଳୁନଥିଲେ ମଧ୍ୟ ଚଳିତ ବର୍ଷ ଶେଷ ଆଡକୁ ଦୁହେଁ ବିବାହ କରିବେ ବୋଲି ଆଶା କରାଯାଉଛି। ଗତ ବର୍ଷ ବିବାହ କରିଥିବା ବିରାଟ-ଅନୁଷ୍କାଙ୍କ ପରି ରଣବୀର-ଦୀପିକାଙ୍କ ବିବାହ ମଧ୍ୟ ଦର୍ଶକଙ୍କ ମନରେ ଛାପ ଛାଡିଯିବ ବୋଲି ଅନୁମାନ କରାଯାଉଛି।

ଶୁଣିବାକୁ ମିଳୁଛି ଯେ ବିରାଟ ଓ ଅନୁଷ୍କାଙ୍କ ପରି ରଣବୀର-ଦୀପିକା ମଧ୍ୟ ନିଜ ବାହାଘରର ବିଜ୍ଞାପନ କରିବେ। ଏନେଇ ଦୁଇଜଣଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ।

ବିବାହ ପୂର୍ବରୁ ଅନୁଷ୍କା-ବିରାଟ “ମାନ୍ୟବର” କ୍ଲଥିଙ୍ଗ ବ୍ରାଣ୍ଡ ପାଇଁ ବିଜ୍ଞାପନ କରିଥିଲେ। ଉକ୍ତ କ୍ଲଥିଙ୍ଗ ବ୍ରାଣ୍ଡ ତରଫରୁ ରଣବୀର-ଦୀପିକାଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଯଦି ଦୁଇଜଣ ରାଜି ହୋଇଯାନ୍ତି ତେବେ ବିରାଟ-ଅନୁଷ୍କାଙ୍କ ପରି ରଣବୀର-ଦୀପିକାଙ୍କୁ ମଧ୍ୟ ନିଜ ବାହାଘରର ବିଜ୍ଞାପନ କରୁଥିବାର ଦେଖିବାକୁ ମିଳିବ।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon