• Deepti Moyee mohanty

ଆଇଟି ନୁହଁ ଫାର୍ମାସି କୋର୍ସ ଯୋଗାଉଛି ଭାରତରେ ସର୍ବାଧିକ ଚାକିରୀ


କିଛି ବର୍ଷ ତଳେ ଇଞ୍ଜିନିଅରିଂ କୋର୍ସର ଚାହିଦା ସର୍ବାଧିକ ଥିଲା କିନ୍ତୁ ବର୍ତ୍ତମାନ ତାହା ବଦଳି ଯାଇଛି । ପିଲାମାନେ ଇଞ୍ଜିନିଅରିଂ କୋର୍ସ ଅପେକ୍ଷା ଫାର୍ମାସି କୋର୍ସ କୁ ଅଧିକ ପସନ୍ଦ କରୁଛନ୍ତି ଏବଂ ଏଥିରେ ନିଜ ଭବିଷ୍ୟତ ଗଢିବାକୁ ଚହୁଁଛନ୍ତି। କାରଣ ବର୍ତ୍ତମାନ ଫାର୍ମାସି କୋର୍ସ କରି ବହୁ ଶିକ୍ଷାର୍ଥୀ ଚାକିରି ପାଉଛନ୍ତି। ଏଣୁ ଏହି କୋର୍ସ ନିଯୁକ୍ତି କ୍ଷେତରେ ନୂତନ ବାଟ ଉନ୍ମୋଚନ କରିଛି।

ପୂର୍ବରୁ ପିଲାମାନେ +୨ବିଜ୍ଞାନ ପାସ କଲାପରେ ସିଧାସଳଖ ଇଞ୍ଜିନିଅରିଂ ପାଠ୍ୟକ୍ରମ ପାଇଁ ମାନବଳାଉଥିଲେ। କାରଣ ସେତେବେଳେ ଇଞ୍ଜିନିଅରିଂର ଚାହିଦା ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଖୁବ ଅଧିକ ଥିଲା। ଏହା ଏକ ସମ୍ମାନନୀୟ ପେସା ସହ ଅଧି ଦରମା ଯୁକ୍ତ ଚାକିରି ଭାବେ ବିବେଚିତ ହେଉଥିଲା।

ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଆଖିରେ ରଖି ବହୁ ଇଞ୍ଜିନିଅରିଂ କଲେଜ ଖୋଲିଥିବାବେଳେ ଏଥିରେ ସିଟ ସଂଖ୍ୟା ମଧ୍ୟ ବୃଦ୍ଧି କରଯାଇଥିଲା। ଯାହାଦ୍ଵାରାକି ଇଞ୍ଜିନିଅରିଂ ଅବା ଆଇଟି କ୍ଷେତ୍ରରେ ଚାକିରି ଦ୍ଵାର ପ୍ରସସ୍ତ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାହା ବଦଳିଯାଇଛି । ଦେଶରେ ଆଇଟି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଯୋଗୁଁ ନିଯୁକ୍ତି ହାର କମିଯାଇଛି। ଯାହାପାଇଁକି ବର୍ତ୍ତମାନ ଏଆଇସିଟିଇ ତରଫରୁ ଦେଶରେ ଇଞ୍ଜିନିଅରିଂ ପାଠ୍ୟକ୍ରମର ଚାହିଦା କମିବାସହ ବହୁ କଲେଜ ବନ୍ଦ ହୋଇଗଲାଣି। ଏଥିସହ ବର୍ଦ୍ଧିତ ସିଟକୁ ମଧ୍ୟ କମ କରିଦିଆଗଲାଣି।

ବର୍ଦ୍ଧିତ ଜନସଂଖ୍ୟା ଓ ଫାର୍ମାସିଷ୍ଟ

ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ଓ ଦୈନନ୍ଦିନ ଜୀବନଚର୍ଯ୍ୟା ଲୋକଙ୍କୁ ହେଉଥିବା ରୋଗର ମୁଖ୍ୟ କାରଣ ଅଟେ। ତେଣୁ ଏହାର ନିରାକରଣ ପାଇଁ ବହୁ ସ୍ୱାସ୍ଥ୍ୟକର୍ମୀଙ୍କ ସହ ମେଡିକଲର ଆବଶ୍ୟକତାପଡିଥାଏ। ଯାହାକୁ ଆଖିରେ ରଖି ଦେଶରେ ମେଡିକାଲ ପାଠ୍ୟକ୍ରମ ସହ ଫାର୍ମାସି କୋର୍ସର ଚାହିଦା ବଢିଛି।

ଚଳିତ ଶିକ୍ଷାବର୍ଷଠାରୁ ଦେଶର ବହୁ ଶିକ୍ଷାନୁଷ୍ଠାନରେ ଫାର୍ମାସି କୋର୍ସ ସାମିଲ କରାଯାଇଥିବା ବେଳେ ୭୮% କଲେଜକୁ ଏଆଇସିଟିଇ ମାନ୍ୟତା ମିଳିଛି ଯାହାଫଳରେ ଅଧିକ ସଂଖ୍ୟକ ନିଯୁକ୍ତି ମିଳିବାସହ ପିଲାମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।

ଫାର୍ମାସି କୋର୍ସ କରି ଆପଣ ଏ ଦିଗରେ ବହୁ କ୍ଷେତ୍ରରେ ନିଜ କ୍ୟାରିୟର ଗଢିପାରିବେ। ଯେପରିକି ହେଲଥ ଇନସୁରାନ୍ସ କମ୍ପାନୀ, କ୍ଲିନିକାଲ ଡାଟାଏଣ୍ଟ୍ରି, ମେଡ଼ିସିନ ରିପ୍ରେଜେଣ୍ଟେଟିଭ ଭଳି କାମ କରି ପଇସା ରୋଜଗାର କରିପାରିବେ।

ଚଳିତ ବର୍ଷ ଦେଶରେ ୧୫୧ଟି ଇଞ୍ଜିନିଅରିଂ କଲେଜ ବନ୍ଦ ହେବାକୁ ଗଲାବେଳେ ଫାର୍ମାସି କୋର୍ସରେ ୧୩.୩୯% ସିଟ ବୃଦ୍ଧି ହୋଇଛି ଏବଂ ବିଗତ ଦୁଇ ବର୍ଷ ମଧ୍ୟରେ ବହୁ ବେସରକାରୀ ନିଯୁକ୍ତିପ୍ରଦାନ କରି ସଂସ୍ଥାନଙ୍କ ସହଯୋଗରେ ବେସରକାରୀ ହସ୍ପିଟାଲମାନଙ୍କରେ ନିଯୁକ୍ତି ୨୦% ବୃଦ୍ଧିପାଇଛି।

#Career #jobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon