• padmabati kund

ଫୁଟବଲ ଫ୍ୟାନଙ୍କ ଅଜବ ପ୍ରତିବାଦ:  ଟି-ସାର୍ଟରେ ଲେଖିଲେ "ପତ୍ନୀ ଛାଡିଲେନି ୱାର୍ଲ୍ଡକପ ଦେଖିବାକୁ"


ଋଷିଆରେ ଚାଲିଥିବା ଫିଫା ୱାର୍ଲ୍ଡକପରେ କିଛି ମେକ୍ସିକାନ ଫ୍ୟାନଙ୍କ ତରଫରୁ ମଜାଦାର କାରନାମା ଦେଖିବାକୁ ମିଳିଛି। ଏହି ମେକ୍ସିକାନ ଫ୍ୟାନ ମାନେ ଆସିଥିବା ଏହି ୱାର୍ଲ୍ଡକପ ଟ୍ରିପରେ ଉପସ୍ଥିତ ନଥିବା ନିଜ ସାଙ୍ଗର ଏକ ବଡ କାର୍ଡବୋର୍ଡ ଆକାରର ଫୋଟୋ କାଢିଥିଲେ। ସେହି କାର୍ଡବୋର୍ଡରେ ଥିବା ବ୍ୟକ୍ତିଜଣଙ୍କର ପ୍ରତିଛବିର ଟି-ସର୍ଟରେ ଲେଖାଥିଲା ଯେ “ମୋ ପତ୍ନୀ ଛାଡିଲେନି ୱାର୍ଲ୍ଡକପ ଦେଖିବାକୁ”।

ଉତ୍ତର-ପଶ୍ଚିମ ମେକ୍ସିକୋର ଡ୍ୟୁରାଙ୍ଗୋରୁ ଆସିଥିବା ଏହି 4ଜଣ ଫୁଟବଲ ଫ୍ୟାନ ଗତ 2014 ୱାର୍ଲ୍ଡକପ ଠାରୁ ନିଜ ଅନ୍ୟତମ ସାଙ୍ଗ ଜାଭିଅର ସହିତ 2018 ୱାର୍ଲ୍ଡକପ ଦେଖିଯିବାପାଇଁ ଯୋଜନା କରିଥିଲେ। ସେମାନେ ଏହି ଯାତ୍ରା ବିମାନ ଯୋଗେ ନକରି ରାସ୍ତା ଦେଇ କରିବେ ବୋଲି ଯୋଜନା କରିଥିଲେ। ମାତ୍ର 4ବର୍ଷ ମଧ୍ୟରେ ଅଲଗା ଅଲଗା ରହିବା ପରେ ଶେଷ ମୂହୁର୍ତ୍ତରେ ଜାଭିଅର ଏହି ଯାତ୍ରା ପାଈଁ ମନା କରିଥିଲେ।ସେ କହିଥିଲେ ଯେ, ମୋ ପତ୍ନୀ ମତେ ଯିବା ପାଇଁ ଅନୁମତି ଦେଉନାହାନ୍ତି।

ଜାଭିଅର ଏହି ଟ୍ରିପ ପାଇଁ ମନା କରିବା ପରେ ଅନ୍ୟ ସାଙ୍ଗମାନେ ଏକ ନୂତନ ଓ ସର୍ଜନାତ୍ମକ (କ୍ରିଏଟିଭ) ଯୋଜନା କରିଥିଲେ ଜାଭିଅରକୁ ନିଜ ସହ ଆଣିବା ପାଇଁ। ଜାଭିଅରଙ୍କ ଅନୁପସ୍ଥିତିରେ ସେମାନେ ଏକ କାର୍ଡବୋର୍ଡରେ ତାଙ୍କର ପ୍ରତିଛବି ଲଗାଇ ୱାର୍ଡକପ ଦେଖିବାକୁ ଆସିଛନ୍ତି। 

ଏହି ଗ୍ରୁପ ପ୍ରଥମେ ଉତ୍ତର-ଆଣ୍ଟାର୍ଟିକା ଅତିକ୍ରମ କରିବାପରେ ୟୁରୋପ ଦେଇ ଆସିବାପରେ ମସ୍କୋରେ କିଛି ଫୁଟବଲ ଫ୍ୟାନମାନେ ଜାଭିଅରଙ୍କର ଏହି ପ୍ରତିମୂର୍ତ୍ତି ସହିତ ଫୋଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ଏହି ଟ୍ରିପ ସମୟରେ ଏହି ଚାରିଜଣ ସାଙ୍ଗ ଏକ ଫେସବୁକ ପେଜ ଆରମ୍ଭ କରିଥିଲେ ଓ କାର୍ଡବୋର୍ଡ-ଜାଭିଅର ସହିତ ଯାତ୍ରା ସମୟର ବହୁ ମଜାଳିଆ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥିଲେ। 

ଦୁଇମାସ ଧରି ଏହି ଚାରିଜଣ ବ୍ୟକ୍ତି ରାସ୍ତା ଯୋଗେ ଯାତ୍ରା କରିବାପରେ ଗତ ଜୁନ14 ତାରିଖରେ,ମେକ୍ସିକୋର ପ୍ରଥମ ମ୍ୟାଚର ତିନିଦିନ ପୂର୍ବରୁ ମସ୍କୋରେ ପହଞ୍ଚିଥିଲେ।  

ଏହି କାର୍ଡବୋର୍ଡ ପ୍ରତିଛବିରେ ଜାଭିଅର ଅତି ମନଦୁଃଖରେ ଠିଆହୋଇଛନ୍ତି ଓ ତାଙ୍କ ଟି-ଶାର୍ଟରେ ଲେଖାହୋଇଛି ଯେ “ମୋ ପତ୍ନୀ ଛାଡିଲେନି ୱାର୍ଲ୍ଡକପ ଦେଖିବାକୁ।“ 

ଜାଭିଅରଙ୍କର ଏହି ମଜାଳିଆ କାର୍ଡବୋର୍ଡ ପ୍ରତିଛବିଟିକୁ ୱାର୍ଡକପ ଦେଖିବାକୁ ଆସିଥିବା ଅନ୍ୟାନ୍ୟ ଫ୍ୟାନମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ଲୋକମାନେ ଏହି କାର୍ଡବୋର୍ଡ ପାଖରେ ବହୁ ପୋଜ ଦେଇ ଫୋଟୋ ଉଠାଉଥିବାର ଦେଖିବାକୁ ମିଳିଥିଲା।

ଏଥିରୁ ଜଣାପଡୁଛି ପ୍ରକୃତରେ ଜାଭିଅର ଯେତିକି ମଜା କରୁ ନ ଥିବେ ୱାର୍ଲ୍ଡକପ ଦେଖିବାକୁ ଆସିଥିବା ଏହି କାର୍ଡବୋର୍ଡ-ଜାଭିଅର ଅଧିକ ମଜା ନେଉଛି।            

#funnyfan #football

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon