• padmabati kund

ପାଦର ଆଙ୍ଗୁଳି କଣ କୁହେ ଆପଣଙ୍କ ବିଷୟରେ


ପ୍ରତ୍ୟକ ମଣିଷର ସ୍ଵଭାବ ପରି ପାଦର ଅଙ୍ଗୁଳି ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ। ଯେପରି ହାତର ରେଖା ଦେଖି ମଣିଷର ସ୍ଵଭାବ ବିଷୟରେ କୁହାଯାଇପାରେ ସେହିପରି ମଣିଷର ପାଦର ଅଙ୍ଗୁଳି ମଧ୍ୟ ମଣିଷର ସ୍ଵଭାବ ବିଷୟରେ କହିଥାଏ। ମଣିଷର ମୁହଁ ତାର ବ୍ୟକ୍ତିତ୍ଵର ଆଇନା ହୋଇଥାଏ ମାତ୍ର ଆପଣଙ୍କର ପାଦର ଅଙ୍ଗୁଳି ମଧ୍ୟ ଆପଣଙ୍କର ବିଷୟରେ ବହୁତ କିଛି କହିଥାଏ। ଆପଣଙ୍କର ପାଦର ଓ ଆଙ୍ଗୁଳିର ଆକାର ଅନ୍ୟ ବ୍ୟକ୍ତିଙ୍କ ଆଗରେ ଆପଣଙ୍କର ଚରିତ୍ର ଓ ସ୍ଵଭାବକୁ ପରିପ୍ରକାଶ କରିଦେଇଥାଏ। ।

୧.ଛାଡି ଛାଡି ହୋଇ କିମ୍ବା ଲାଗିକରି ଥିବା ଆଙ୍ଗୁଳି:

ଯେଉଁ ବ୍ୟକ୍ତିଙ୍କର ପାଦର ଆଙ୍ଗୁଳି ଛାଡି ଛାଡି ହୋଇଥାଏ ସେମାନେ ବହୁତ ସ୍ଵାଭିମାନୀ ହୋଇଥାନ୍ତି। ନିଜ ଭବିଷ୍ୟତ ଓ କ୍ୟାରିୟର ପାଇଁ ବହୁତ ସଚେତନ ରୁହନ୍ତି। କିନ୍ତୁ ଏହି ବ୍ୟକ୍ତିମାନଙ୍କୁ ଜୀବନରେ ବହୁ ଅର୍ଥ ସମସ୍ୟା ଭୋଗିବାକୁ ପଡିଥାଏ। କିଛି ବି କାମ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କର ପାଦର ଆଙ୍ଗୁଳି ପରସ୍ପର ସହିତ ଲାଗିକରି ଥାଏ ସେମାନେ କଥାକୁହାଳିଆ ଓ ନିର୍ଭୀକ ହୋଇଥାନ୍ତି। ଏମାନଙ୍କୁ ବହୁ ଭାଗ୍ୟବାନ ଲୋକ ବୋଲି କୁହାଯାଇଥାଏ,କାରଣ ସବୁ ଖୁସି ଏମାନଙ୍କର ପାଦତଳେ ଆସି ଅଜାଡି ହୋଇଥାଏ।

୨.ଅନ୍ୟ ଆଙ୍ଗୁଳିଠାରୁ ବୁଢା ଆଙ୍ଗୁଳି ଛୋଟ ହୋଇଥାଏ:

କିଛି କିଛି ଲୋକଙ୍କର ପାଦର ବୁଢା ଆଙ୍ଗୁଳିଠାରୁ ଅନ୍ୟ ଆଙ୍ଗୁଳି ଗୁଡିକ ବଡ ହୋଇଥାଏ। ଏହିପରି ପାଦ ଥିବା ପୁରୁଷମାନଙ୍କର ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହୋଇଥାଏ ଓ ବହୁତ ଖୁସି ରହିଥାନ୍ତି,ସେହିପରି ଏପରି ପାଦ ଥିବା ମହିଳାମାନେ ବିବାହପରେ ସ୍ୱାମୀ ନିଜ ଅକ୍ତିଆରରେ ରଖିଥାନ୍ତି।

୩. ପାଦର ସମସ୍ତ ଆଙ୍ଗୁଳି ଯଦି ସମାନ ହୋଇଥାଏ:

ଯେଉଁ ବ୍ୟକ୍ତିଙ୍କର ପାଦର ସମସ୍ତ ଆଙ୍ଗୁଳି ଆକାରରେ ପାଖାପାଖି ସମାନ ହୋଇଥାଏ ସେହିପରି ବ୍ୟକ୍ତିମାନେ ବହୁତ ଭରସାଯୋଗ୍ୟ ହୋଇଥାନ୍ତି ଓ କୌଣସି କାମ କରିବା ଆଗରୁ ଉଭୟ ଠିକ ଓ ଭୁଲକୁ ବୁଝିବିଚାରି କାମ କରିଥାନ୍ତି।

୪.ପାଦର ବୁଢା ଆଙ୍ଗୁଳି ଅଧିକ ଲମ୍ବା ହୋଇଥିଲେ:

ପାଦର ବୁଢା ଆଙ୍ଗୁଳି ଯଦି ଅନ୍ୟ ଆଙ୍ଗୁଳି ଅପେକ୍ଷା ଅଧିକ ଲମ୍ବା ହୋଇଥାଏ ତେବେ ପାଦ ତିନିକୋଣିଆ ଆକୃତିର ଦେଖାଯାଇଥାଏ। ଏହି ବ୍ୟକ୍ତିମାନେ ବହୁତ ସକ୍ରିୟ ଓ ଖେଳପ୍ରିୟ ହୋଇଥାନ୍ତି।ଏମାନଙ୍କ ଭିତରେ ବହୁତ ଉତ୍ସାହ ଭାରି ରହିଥାଏ ଓ ନୂତନ ଶୈଳୀର କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି।

#foot #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon