• Somyadeep Prasad

+2 ଇ-ନାମଲେଖା ଶେଷ ତାରିଖ ବଢିଲା, ଜୁନ ୨୨ ପର୍ଯ୍ୟନ୍ତ କରିହେବ ଆବେଦନ


ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮-୨୦୧୯ ଶିକ୍ଷା ବର୍ଷ ଲାଗି ଯୁକ୍ତ ଦୁଇ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ କଲେଜ) ରେ ଇ-ନାମଲେଖା ପାଇଁ ଜୁନ ୨୨ କୁ ବୃଦ୍ଧି  କରାଯାଇଛି ।  ପୂର୍ବରୁ  ଏହାର ଅବଧି ଜୁନ ମାସ ୧୭ ତାରିଖ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏହାକୁ ୫ ଦିନ ଅର୍ଥାତ ଜୁନ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଗତ ରଜ ଓ ଇଦ ଛୁଟି  ଦୃଷ୍ଟିରେ ରଖି   ଅନଲାଇନ ଆବେଦନର ପ୍ରକ୍ରିୟାକୁ  ବୃଦ୍ଧି କରାଯାଇଛି ବୋଲି ଉଚ୍ଚ ମାଧ୍ୟମିକ  ଶିକ୍ଷାର  ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ ସୂଚନା ଦେଇଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଜୁନ ୨୨ ତାରିଖ ୧୧ ଟା ୪୫ ମିନିଟ ପର୍ଯ୍ୟନ୍ତ www.samsodisha.gov.in  ୱେବସାଇଟ ଜରିଆରେ  ଆବେଦନ  କରିପାରିବେ । 

ସେହିପରି ଭାବେ ୨୩ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ସମସ୍ତ ଡକୁମେଣ୍ଟ ସହ ନିର୍ଦ୍ଧାରିତ ଫି'  ଛାତ୍ରଛାତ୍ରୀମାନେ ସାମସ ସେଣ୍ଟର ଦାଖଲ କରିପାରିବେ ।

ଜୁନ ୨୯ ତାରିଖ ପୂର୍ବାହ୍ନ ୧୧ ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଜୁଲାଇ ୨ ରୁ ଜୁଲାଇ ୫  ତାରିଖ ମଧ୍ୟରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଜର ନାମଲେଖାଇ ପାରିବେ । ସେହିପରି ଜୁଲାଇ ୧୦ ପୂର୍ବାହ୍ନ ୧୧ଟା ରେ ପ୍ରକାଶ ପାଇବ ଦିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୧ ରୁ ଜୁଲାଇ ୧୨  ଅପରାହ୍ନ ୫ଟା ମଧ୍ୟରେ ନାମଲେଖାଇ ପାରିବେ ।

ବଳକା ସିଟ ପାଇଁ ଜୁଲାଇ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁ ଛାତ୍ରଛାତ୍ରୀମାନେ ମନୋନୀତ ହୋଇଥିବେ ଜୁଲାଇ ୧୯ ରୁ ୨୧ ପର୍ଯ୍ୟନ୍ତ ନିଜ ନିଜର ନାମ ଲେଖିପାରିବେ । ଜୁଲାଇ ୨୪ ରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ  ବୋଲି ଉଚ୍ଚ  ମାଧ୍ୟମିକ ଶିକ୍ଷା  ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି  ।       

#education #admission

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon