• Deepti Moyee mohanty

ଜୋତା ଡିଜାଇନ ଶିଖିବାକୁ ଆଗ୍ରହୀ ? ଜାଣନ୍ତୁ କେଉଁଠି ଦିଆ ହେଉଛି ସରକାରୀ ଶିକ୍ଷା


ମାଟ୍ରିକ ଓ +2 ପାସ କରିଥିବା ଯୁବକଯୁବତୀମାନେ ଯଦି ଜୋତା ପାଦୁକା ଡିଜାଇନ ଶିଖି ନିଜେ ଉଦ୍ୟୋଗ କରିବାକୁ ବା ସେହି କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଥିବେ, ତେବେ ସେମାନେ ଏ ବାବଦରେ ସରକାରୀ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରେ ତାଲିମ ନେଇ ପାରିବେ।

ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ତରଫରୁ କେନ୍ଦ୍ରୀୟ ପାଦୁକା ପ୍ରଶିକ୍ଷଣ କେନ୍ଦ୍ର, ଆଗ୍ରାରେ ଏବଂ ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗ ଅଧିନ ଅନୁଷ୍ଠାନ ତରଫରୁ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଓଡିଶା,ଭୁବନେଶ୍ଵର ଠାରେ ଏହି କୋର୍ସ ପାଇଁ ନାମଲେଖା ପ୍ରାରମ୍ଭ ହୋଇଛି।

ଉଭୟ କେନ୍ଦ୍ରୀୟ ପାଦୁକା ପ୍ରଶିକ୍ଷଣ କେନ୍ଦ୍ର,ଆଗ୍ରା ଓ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଓଡିଶା ,ଭୁବନେଶ୍ଵର ତରଫରୁ ୨ପ୍ରକାର କୋର୍ସ ରହିଛି।

୧. ଆଡଭାନ୍ସଡ ସାର୍ଟିଫିକେଟ ଇନ “ଫୁଟ ଉଇଅର ଡିଜାଇନ ଆଣ୍ଡ ପ୍ରଡ଼କ୍ଟ ଡେଭଲପମେଣ୍ଟ”(ACFDPD)।ଏହାର ପାଠ୍ୟକ୍ରମ ଅବଧି 1ବର୍ଷ ରାହିଥିବା ବେଳେ ୯ମାସ ଭୁବନେଶ୍ଵରରେ ଏବଂ ୩ମାସ ଆଗ୍ରାରେ । ମୋଟ ସିଟ ସଂଖ୍ୟା ୧୫ ଥିବା ସହ ଶିକ୍ଷା ଗତ ଯୋଗ୍ୟତା +୨ କିମ୍ବା ତା ସମତୁଲ୍ୟ ଶିକ୍ଷା ରହିଛି । ବୟସସୀମା ୧୭ ରୁ ୩୨ ବର୍ଷ। କୋର୍ସ ନିମନ୍ତେ ମୋଟ ଦେୟ 1ଲକ୍ଷ୨୫ ହଜାର ଟଙ୍କା

୨ ସାର୍ଟିଫିକେଟ ଇନ “ଫୁଟ ଉଇଅର ଡିଜାଇନ ଆଣ୍ଡ ପ୍ରଡ଼କ୍ସନ” (CFDP)। ଏହାର ପାଠ୍ୟକ୍ରମ ଅବଧି ୬ମାସ ରାହିଥିବା ବେଳେ ୪.୫ମାସ ଭୁବନେଶ୍ଵରରେ ଏବଂ ୧.୫ମାସ ଆଗ୍ରାରେ।। ମୋଟ ସିଟ ସଂଖ୍ୟା ୩୦ ଥିବା ସହ ଶିକ୍ଷା ଗତ ଯୋଗ୍ୟତା ଦଶମ କିମ୍ବା ତା ସମତୁଲ୍ୟ ଶିକ୍ଷା ରହିଛି । ବୟସସୀମା ୧୭ ରୁ ୩୨ ବର୍ଷ। କୋର୍ସ ନିମନ୍ତେ ମୋଟ ଦେୟ ୪୦ହଜାର ଟଙ୍କା

ଭାରତ ସରକାରଙ୍କ ନୀତି ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି ଆଦି ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ଉକ୍ତ ପାଠ୍ୟକ୍ରମର ଦେୟ ମୁକ୍ତ (ମାଗଣା) ଥିବାବେଳେ ସେମାନଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ମହିଳାଙ୍କ ପାଇଁ୧୦% ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଉପରୋକ୍ତ ପାଠ୍ୟକ୍ରମ ପାଇଁ ସମସ୍ତ ପୁସ୍ତକ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଓଡିଶା ,ଭୁବନେଶ୍ଵରୁ ୬୦୦ ଟଙ୍କା ଦେଇ ନେଇ ପାରିବେ ନଚେତ www.cftiagra.org.in ରୁ ଅଗ୍ରୀମ ଟଙ୍କା ଦେଇ ଡାଉନଲୋଡ କରିପାରିବେ।

ଦେଶ ବିଦେଶ ତଥା ରାଜ୍ୟରେ ଜୋତାର ଚାହିଦା ସଦା ସର୍ବଦା ରହିଆସିଛି। ଏଥିରେ ନିଯୁକ୍ତିର ଗ୍ୟାରେଣ୍ଟି ରହିଥିବା ବେଳେ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ଆଗୁଆ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଆଗ୍ରାଧିକାର ଦିଆଯିବ। ଆଶାୟୀ ପ୍ରାଥୀମାନେ ଏଥିପାଇଁ ଅଧିକ ସୂଚନା ସି.ଏଫ.ଟି.ଆଇ-ଆଇ.ଇ.ଡି (CFTI-IED) ପାଦୁକା ପ୍ରଶିକ୍ଷଣ କେନ୍ଦ୍ର,ଭୁବନେଶ୍ଵରରୁ ପାଇପାରିବେ।

#education #industry #Career #skill

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon