- padmabati kund
ଅନୁକୃତି ହେଲେ ଫେମିନା ମିସ ଇଣ୍ଡିଆ 2018

ଏଫବିବି ଫେମିନା ମିସ ଇଣ୍ଡିଆ 2018ରେ 29ରାଜ୍ୟର ପ୍ରତିଯୋଗୀଙ୍କୁ ହରାଇ ତାମିଲନାଡୁର ଅନୁକୃତି ବାସ ବିଜେତା ହେବା ସହିତ ମିସ ଇଣ୍ଡିଆ କ୍ରାଉନକୁ ନିଜ ନାମରେ କରିଛନ୍ତି।ସେହିପରି ହରିୟାଣାର ମିନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ ଦ୍ଵିତୀୟ ରନର୍ସ ଅପ ହୋଇଛନ୍ତି। ଗତ ମଙ୍ଗଳବାର (ଜୁନ19) ରାତିରେ ମୁମ୍ବାଇର ସର୍ଦ୍ଦାର ପଟେଲ ଇନ୍ଦୋର ଷ୍ଟାଡିୟମରେ ଆୟୋଜନ ହୋଇଥିବା ଏହି ସମାରୋହରେ ବଲିଉଡର ବହୁ ବଡ ବଡ କଳାକାର ମାନଙ୍କୁ ଦେଖିବାକୁ ମିଳିଥିଲା।
ଏହି ପ୍ରତିଯୋଗୀତାରେ କରନ ଜୋହର ଓ ଆୟୁଷ୍ମାନ ଖୁରାନା ହୋଷ୍ଟ କରିଥିଲେ। ମାଲାଇକା ଅରୋଡା, ବବି ଦେଓଲ, କୃନାଲ କପୁର, କ୍ରିକେଟର ଇରଫାନ ପଠାନ ଓ କେ.ଏଲ. ରାହୁଲଙ୍କୁ ଜଜ ଭାବରେ ଦେଖିବାକୁ ମିଳିଥିଲା, ଏହାବ୍ୟତୀତ “ମିରର ନାଓ”ର ଏଡିଟର ଫାଏ ଡିସୁଜା,ଡିଜାଇନର ଗୌରବ ଗୁପ୍ତା, ଜୋନାଲ ମେଣ୍ଟର ନେହା ଧୂପିଆ,ରକୁଲ ପ୍ରୀତ ସିଂ ଓ ପୂଜା ଚୋପ୍ରା ଏହି ସମାରୋହରେ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କର ଉତ୍ସାହ ବଢିଥିଲେ। ମିସ ଇଣ୍ଡିଆ 2017ର ବିଜେତା ମାନୁଷି ଛିଲର ଏଠାରେ ଉପସ୍ଥିତ ରହି ବିଜେତା ଅନୁକୃତିଙ୍କୁ କ୍ରାଉନ ପିନ୍ଧାଇଥିଲେ।

ଏହି ମିସ ଇଣ୍ଡିଆ ପ୍ରତିଯୋଗିତାରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, କରୀନା କପୁର ଓ ଜ୍ୟାକଲିନ ଫର୍ଣ୍ଣାଡିଶ ବହୁତ ସୁନ୍ଦର ଡ୍ୟାନ୍ସ କରିଥିଲେ ଓ କରନ, ଆୟୁଷ୍ମାନଙ୍କ କମେଡି ସମସ୍ତଙ୍କୁ ଖୁବ ହସାଇଥିଲା। ଏହି ପ୍ରତିଯୋଗୀତାର ଶେଷ ରାଉଣ୍ଡରେ ଦିଲ୍ଲୀର ଗାୟତ୍ରୀ ଭାରଦ୍ଵାଜ,ହରିୟାଣାର ମିନାକ୍ଷୀ ଚୌଧୁରୀ, ଝାଡ଼ଖଣ୍ଡର ସେଫଟି ପଟେଲ, ତାମିଲନାଡୁର ଅନୁକୃତି ବାସ ଓ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ ଶ୍ରେଷ୍ଠ 5 ପ୍ରୋତିଯୋଗୀ ହୋଇଥିଲେ। ଶେଷରେ ଏହି 5ଜଣଙ୍କ ମଧ୍ୟରୁ ଅନୁକୃତିଙ୍କୁ ବିଜେତା ଘୋଷଣା କରଯାଇଥିଲା।
ତାମିଲନାଡୁର 19 ବର୍ଷୀୟ ଅନୁକୃତି ଜଣେ ଖେଳାଳି ଓ ଡ୍ୟାନ୍ସର ଅଟନ୍ତି। ନିଜ ମା’ଙ୍କର ଇଚ୍ଛା ପୂରଣ କରିବାକୁ ଯାଇ ଚେନ୍ନାଇର ଲୋୟୋଲା କଲେଜରେ ଫ୍ରେଞ୍ଚ ଭାଷାରେ ବି.ଏ କରୁଛନ୍ତି। ବାଇକ ଚଳାଇବାକୁ ବହୁ ପସନ୍ଦ କରୁଥିବା ଅନୁକୃତି ଆଗକୁ ଜଣେ ସୁପର ମଡେଲ ହେବା ପାଇଁ ଇଚ୍ଛା ରଖିଛନ୍ତି।