• Somyadeep Prasad

'ଗୋଲ୍ଡ' ଫିଲ୍ମର ଟ୍ରେଲର ଆସୁଛି ୨୫ ଜୁନରେ


ଅଗଷ୍ଟ ୧୫ରେ ସର୍ବଭାରତୀୟ ସ୍ତରରେ ଫରହାନ ଅଖତର ପ୍ରଯୋଜିତ ‘ଗୋଲ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଖିଲାଡି କୁମାର ଅକ୍ଷୟ କୁମାର ଅବତୀର୍ଣ୍ଣ ହୋଇଛନ୍ତି। ଭାରତୀୟ ହକିର ସ୍ଵର୍ଣ୍ଣିମ ଇତିହାସକୁ ଏଇ କାହାଣୀରେ ସ୍ପଷ୍ଟ କରାଯାଇଛି।

୧୯୩୬ରୁ ଆରମ୍ଭ ହୋଇଥିବା ଭାରତ ହକିରେ ସ୍ଵର୍ଣ ପଦକ ଜିତିବାର ଆଶା ୧୯୪୮ ପୂରଣ ହୋଇଥିଲା । ଅଲିମ୍ପିକ୍‌ରେ ଭାରତ ପ୍ରାୟ ୧୨ ବର୍ଷ ପରେ ହକିରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଏହି କାରଣରୁ ବ୍ରିଟିଶମାନେ ଭାରତୀୟ ରାଷ୍ଟ୍ରଗୀତରେ ଛିଡ଼ା ହେବାକୁ ବାଧ୍ୟ ହୋଇଥିଲେ।

ଅକ୍ଷୟ କହିଛନ୍ତି, ଏହି ଦୃଶ୍ୟର ସୁଟିଂ ସମୟରେ ତାଙ୍କ ଅଙ୍ଗେନିଭା ସ୍ମୃତିକୁ ସେ ପାସୋରି ପାରିବେ ନାହିଁ। ବିଦେଶୀ ରାଷ୍ଟ୍ରରେ ଭାରତୀୟ ରାଷ୍ଟ୍ରଗୀତର ସେହି ମାଧୁର୍ଯ୍ୟ ଅଧିକ ଅନୁଭୂତ ହୋଇଥିଲା ବୋଲି ସେ କହିଛନ୍ତି।

ଅକ୍ଷୟ କୁମାର ଏଥିରେ ହକି ଖେଳାଳି ବଲବିନ୍ଦର ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବଲବୀର ସିଂହଙ୍କୁ ଏବେ ୯୨ ବର୍ଷ ହୋଇଥିବାବେଳେ ସେ ଏବେ ସପରିବାର ସହ ଲଣ୍ଡନରେ ରହୁଛନ୍ତି। ‘ଗୋଲ୍ଡ’ ଫିଲ୍ମର ମୁକ୍ତିଲାଭ ସମୟରେ ଅନ୍ୟ ଦୁଇ ଚଳଚ୍ଚିତ୍ର ‘ୟମଲା ପଗଲା ଦିୱାନା ରିଟର୍ଣ୍ଣସ୍’ ଓ ‘ସତ୍ୟମେବ ଜୟତେ’ ମଧ୍ୟ ମୁକ୍ତିଲାଭ ହେବ ବୋଲି ଶୁଣାଯାଉଛି।

ଏ ବାବଦରେ ଅକ୍ଷୟ କୁମାର ଟ୍ଵିଟ କରି କହିଛନ୍ତି, ତାଙ୍କର ପ୍ରତିଦ୍ବନ୍ଦ୍ବିତା କାହା ସହ ନାହିଁ। ବରଂ ଏକ ସତ କାହାଣୀକୁ ସେ ଭାରତୀୟ ଲୋକଙ୍କୁ ଅବଗତ କରାଇବେ, ଏହି ଚିନ୍ତାରେ ସେ ଖୁସି ଅଛନ୍ତି ।

ଫିଲ୍ମ ଗୋଲ୍ଡରେ ମାଧ୍ୟମ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରଥମ ଥର ପାଇଁ ରିତେଶ ସିଦ୍ଧବାନୀ ଏବଂ ଫରହାନ ଆକତରଙ୍କ ଏକ୍ସେଲ ଏନ୍ଟରଟେନମେନ୍ଟ ସହ ନଜର ଆସିବେ । ରିମା କାଗଟିଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ସହିତ ଟିଭି ଅଭିନେତ୍ରୀ ମୋନି ଋଁୟ ବଲିଉଡ ପ୍ରଥମଥର ପାଇଁ ଚଳଚିତ୍ର ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ଟିଜରରେ ଏକ ହକି ମାନେଜରଙ୍କ କାହାଣୀ ସହ ସ୍ଵତନ୍ତ୍ର ରାଷ୍ଟ୍ର ରୂପେ ଭାରତ ତାହାର ପ୍ରଥମଥର ପାଇଁ ହକିରେ ସ୍ଵର୍ଣ ପଦକ ଜିତିବାର ସ୍ଵପ୍ନକୁ ପ୍ରଦର୍ଶିତ କରାହେଇଛି ।

#bollywood #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon