• Somyadeep Prasad

ପାନାସୋନିକର ଏହି ନୂଆ ସ୍ମାର୍ଟଫୋନ ଦାମ ଟ.୫,୫୯୯


ପାନାସୋନିକ କମ୍ପାନୀ ଭାରତରେ ଗତ ବୁଧବାର (19 ଜୁନ) ଦିନ ନିଜର ନୂଆ ସ୍ମାର୍ଟଫୋନ P90କୁ ଲଞ୍ଚ କରିଛି । କମ୍ପାନୀ ଏହି ସ୍ମାର୍ଟ ଫୋନଟିରେ ସମସ୍ତ ବେସିକ ଫିଚର ରହିଛି ଓ ଏହାର ଦାମ ରଖିଛି ମାତ୍ର ଟ୫,୫୯୯ । ଏହି ସ୍ମାର୍ଟ ଫୋନଟି ଗ୍ରାହକଙ୍କ ମାନଙ୍କ ପାଇଁ ବ୍ଲାକ, ବ୍ଲୁ, ଏବଂ ଗୋଲ୍ଡ କଲରରେ ଉପଲବ୍ଧ ହେଉଛି

ଗ୍ରାହକମାନେ ଜୁନ ୨୦ ତାରିଖରୁ ପ୍ରମୁଖ ରିଟେଲ ଷ୍ଟୋର ଏହାକୁ କିଣିପାରିବେ।

କମ୍ପାନୀ ଏହା ପୂର୍ବରୁ ପାନାସୋନିକ P95 ସ୍ମାର୍ଟଫୋନକୁ ଲଞ୍ଚ କରିଥିଲା , ଯାହାର ଦାମ ଟ4,999 ରଖିଥିଲା। ପାନାସୋନିକର ଏହି ନୂତନ ସ୍ମାର୍ଟଫୋନରେ ସବୁଠୁ ଆକର୍ଷଣୀୟ ଫିଚର ହେଉଛି ଏଥିରେ ଥିବା କ୍ୟାମେରା। ଏଥିରେ ବିଉଟି ମୋଡ, ପାନୋରାମା ମୋଡ ଓ ଜିରୋ ଶଲ୍ଟର ମୋଡ ସହିତ ଆହୁରି ଅନେକ ଫିଚର ରହିଛି।

P90ର ବିଶେଷତ୍ଵ

ଏହି ପାନାସୋନିକ P90 ସ୍ମାର୍ଟଫୋନରେ ଦୁଇଟି ସିମ ପଡିବା ପାଇଁ ମାଇକ୍ରୋ ସ୍ଲଟ ରହିଛି। ପାନାସୋନିକ P90 ସ୍ମାର୍ଟଫୋନଟି ଆଣ୍ଡ୍ରଏଡ 7.0 ନଗଉଟରେ ଚାଲେ । ଏହି ଫୋନରେ 2.5D କର୍ଡଗ୍ଲାସ ସହିତ 5 ଇଞ୍ଚର ଏଚଡ଼ି (720X1280) ପିକ୍ସେଲର ଡିସପ୍ଲେ ଦିଆଯାଇଛି ।

ଏହି ସ୍ମାର୍ଟଫୋନରେ 1 ଜିବି RAM ସହିତ 1.25GHZର କ୍ଵାଡ କୋର ମେଡିଆ ଟେକ MTS6737 ପ୍ରୋସେସୋର ରହିଛି। କ୍ୟାମେରା କଥା କହିବାକୁ ଗଲେ ଏଥିରେ 5 ମେଗାପିକ୍ସେଲ ଅଟୋଫୋକସ ରିୟର କ୍ୟାମେରା ସହିତ ଏଲଇଡି ଫ୍ଲାସ ମଧ୍ୟ ରହିଛି ।

ପାନାସୋନିକର ଏହି ନୂତନ ସ୍ମାର୍ଟଫୋନରେ ଗ୍ରାହକ ମାନେ ପାଇବେ 16 ଜିବିର ଇଣ୍ଟରନାଲ ମେମୋରୀ ଓ ଏହାର ଏକଷ୍ଟରନାଲ କାର୍ଡକୁ 125 ଜିବି ପର୍ଯ୍ୟନ୍ତ ବଢାଇ ପାରିବେ। ଏଥିରେ 2400mAh ବ୍ୟାଟେରୀ ରହିଥିବାବେଳେ ଏଥିରେ ଆପଣ 4g LTE ନେଟୱାର୍କ ବ୍ୟବହାର କରିପାରିବେ।

#mobile #features

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon