• Somyadeep/ Padmabati

ଦେଖନ୍ତୁ : ପ୍ରଭାସଙ୍କ ନୂଆ ଫିଲ୍ମ ଓ ଧନୁଷଙ୍କ ପୁଅଙ୍କ ଫଟୋ


ବହୁତ କମ ସମୟ ମଧ୍ୟରେ ସୋସିଆଲ ମିଡିଆରେ ସାଉଥ ଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ “ସାହୋ” ଏବଂ ଧନୁଷଙ୍କର ପୁଅ ଲିଙ୍ଗା ଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ପ୍ରଭାସଙ୍କର ଆଗାମୀ ଫିଲ୍ମ “ସାହୋ” ରିଲିଜ ହେବା ଆଗରୁ ସୁଟିଙ୍ଗ ସେଟରୁ ପ୍ରଭାସଙ୍କର କିଛି ଫାଇଟିଙ୍ଗ ସିନର ଫଟୋ ଲିକ ହୋଇଥିବାବେଳେ, ଅନ୍ୟପଟେ ଧନୁଷ ନିଜ ପୁତ୍ର ଲିଙ୍ଗାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଟ୍ଵିଟରରେ ଫଟୋ ଶେୟାର କରିଛନ୍ତି।

“ସାହୋ”ର ଲିକ ଫୋଟୋ

ପ୍ରଭାସ ତାଙ୍କର ମୋଷ୍ଟ ୱାଣ୍ଟେଡ ଫିଲ୍ମ “ସାହୋ”ର ସୁଟିଙ୍ଗ ପାଇଁ ବ୍ୟସ୍ତ ଥିବାବେଳେ ସୁଟିଙ୍ଗ ସେଟରେ ଉଠାଇଥିବା କିଛି ଦମଦାର ଫୋଟୋ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରୁ ଜଣାପଡୁଛି ଯେ ଫାଇଟିଙ୍ଗ ସିନର ସୁଟ ହେଉଛି ଓ ଏହା ଦୁବାଇ ଏବଂ ଆବୁ-ଦାବି ପରି ନାମୀଦାମୀ ସହରରେ ସୁଟିଙ୍ଗ ହୋଇଛି।

ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଥିବା ସୁଜିତ ରେଡ୍ଡି କହିଛନ୍ତି ଯେ, “ଫିଲ୍ମର ବଜେଟ ୩୦୦ କୋଟି ରହିଥିବାବେଳେ,ଆକ୍ସନ ସିନ ପାଇଁ ଅଧିକ ବଜେଟ ଖର୍ଚ୍ଚ ହେବ” । ଏହା ଦର୍ଶକଙ୍କ ପାଇଁ ମୋଟ ତିନୋଟି ଭାଷା ଯଥା ହିନ୍ଦୀ,ତେଲଗୁ ଏବଂ ତାମିଲ ଭାଷାରେ ମୁକ୍ତିଲାଭ କରିବ ।

ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି ଯେ,“ଏହି ଫିଲ୍ମରେ ଆକ୍ସନ ସିନ ସୁଟ କଲାବେଳେ ଶହ ଶହ କାର ଏବଂ ଟ୍ରକ ଗୁଡିକୁ ନଷ୍ଟ କରାଯାଇଥିଲା ଏବଂ ଫିଲ୍ମରେ ଦର୍ଶକମାନେ ହଲିଉଡ ସିନେମା ଭଳି ଆକ୍ସନ ଦେଖିବାକୁ ପାଇବେ। ଯାହାକୁ ଆପଣ ଦେଖିଲା ପରେ ହଲିଉଡ ସିନେମାକୁ ମଧ୍ୟ ଭୁଲିଯିବେ।”ସୂଚନା ଅନୁସାରେ ଏହି ଫିଲ୍ମଟି ଚଳିତ ଡିସେମ୍ବର ମାସରେ ଶେଷ ହେବାର ସମ୍ଭାବନାରହିଛି।

ପୁଅ ଲିଙ୍ଗା ରାଜାଙ୍କ ସହିତ ଧନୁଷ:

ସାଉଥଷ୍ଟାର ଧନୁଷଙ୍କ ପୁଅ ଲିଙ୍ଗାରାଜା ଙ୍କର ଜନ୍ମଦିନ ଆଜି (ଜୁନ21)ରେ ହୋଇଥିବା ବେଳେ ଫ୍ୟାନ ମାନଙ୍କ ତରଫରୁ ଟ୍ଵିଟରରେ ଶୁଭେଚ୍ଛାର ସୁଅ ଛୁଟିଛି। ଫ୍ୟାନ ମାନଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ଧନୁଷ ତାଙ୍କ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ପୁତ୍ର ଲିଙ୍ଗାଙ୍କ ସହିତ ଧନୁଷଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଧନୁଷ ମଧ୍ୟ ପୁଅ ସହିତ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଯେ, “ ଲିଙ୍ଗାଙ୍କୁ ଶୁଭେଚ୍ଛା ଦେଇଥିବା ପାଇଁ ଆପଣସମସ୍ତଙ୍କୁ ବହୁତ ଧନ୍ୟବାଦ। ସେ ବହୁତ ଭାଗ୍ୟବାନ ଯେ ଆପଣମାନଙ୍କର ଆଶୀର୍ବାଦ ପାଉଛି। ହାପି ବାର୍ଥ ଡେ ଲିଙ୍ଗା, ଜୀବନରେ ବହୁତ ଉନ୍ନତି କର”।

#entertainment #tollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon