• padmabati kund

ଭିଡିଓ : ବିମାନରେ ଭିତରେ ପଶି ଭିକ ମାଗିଲେ ଭିକାରୀ


ବର୍ତ୍ତମାନ ସମୟରେ ଭିକାରୀ ଆଉ ବସ ଓ ଟ୍ରେନରେ ଭିକ ନମାଗି ବିମାନରେ ଭିକ ମାଗୁଥିବାରୁ ଦେଖିବାକୁ ମିଳିଛି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଏପରି ଘଟଣା ଘଟିଛି କତାରର ଏୟାର ଏସିଆ ବିମାନ ମଧ୍ୟରେ। ଏକ ଭିକାରୀ ବିମାନ ଭିତରକୁ ପଶି ଲୋକମାନଙ୍କ ଠାରୁ ସହାୟତା ମାଗୁଥିବାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଏବଂ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏତେ ସୁରକ୍ଷା ବଳୟ ଅତିକ୍ରମ କରି ଭିକାରୀଟି କିପରି ବିମାନ ଭିତରକୁ ପଶିଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

ବିଶ୍ଵାସ ହେଉ ନ ଥିଲେ ମଧ୍ୟ ଏହି ଘଟଣାଟି ଗତ ମଙ୍ଗଳବାର ଦିନ (19ଜୁନ) ଦୋହାରୁ ଶିରାଜ (ଇରାନ) ଯାଉଥିବା କତାର ଏୟାରୱେଜ ଫ୍ଲାଇଟରେ ଏକ ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ହାତରେ ଏକ ପ୍ଲାଷ୍ଟିକ ବ୍ୟାଗ ଧରି ଭିକ ମାଗୁଥିବାର ଦେଖିବାକୁ ମିଳିଥିଲା। ଯାତ୍ରୀଙ୍କ ଆଖିରୁ ଏହାକୁ ଅଣଦେଖା କରିବା ପାଇଁ ଜଣେ ବିମାନ ପରିଚାରିକା ଏହି ଭିକାରୀଙ୍କୁ ଶିଟରେ ବସିବା ପାଇଁ ଅନୁରୋଧ କରୁଥିବାର ଦେଖିବାକୁ ମିଳିଥିଲା ଏହି ଭିଡିଓରେ। ବିମାନରେ ବସିଥିବା କିଛି ଯାତ୍ରୀ ଭିକାରୀକୁ କିଛି ଟଙ୍କା ମଧ୍ୟ ଦେଉଥିଲେ।

ଇରାନୀ ଦାଦନ ଶ୍ରମିକ

ପ୍ରଥମେ ବିମାନରେ ଚଢ଼ି ଥିବା ଏହି ଭିକାରି ଜଣେ ପାକିସ୍ତାନୀ ବୋଲି କୁହାଯାଉଥିବା ବେଳେ ପାକିସ୍ତାନ ସିଭିଲ୍‌ ଏଭିଏସନ୍‌ ବିଭାଗ ଏହାକୁ ଖଣ୍ଡନ କରି କହିଥିଲେ ଯେ, ଭିକାରୀ ପାକିସ୍ତାନର ନାଗରିକ ନୁହନ୍ତି। ପରବର୍ତ୍ତୀ ସମୟରେ ଭିକାରୀ ଜଣକ ଇରାନର ନାଗରିକ ବୋଲି ଜଣା ପଡିଥିଲା।

ସୋସିଆଲ ମିଡିଆରେ କିଛି ଲୋକମାନେ ସେମାନଙ୍କ କମେଣ୍ଟରେ ଉଲ୍ଲେଖ କରିଥିଲେ କି ଏହି ଇରାନୀ ବ୍ୟକ୍ତି ଜଣକ କାତାରର ଏକ କମ୍ପାନୀରେ ଶ୍ରମିକ ହିସାବରେ କାମ କରୁଥିଲେ। ଉକ୍ତ କମ୍ପାନୀ ତାଙ୍କର ଛଟେଇ କରି କୌଣସି ପଇସା ଦେଇ ବିମାନ ଟିକେଟ କରି ତାଙ୍କୁ ଦେଶକୁ ପଠାଇବାର ବ୍ୟବସ୍ଥା କରିଥିଲେ। ପାଖରେ ଟଙ୍କାଟିଏ ବି ନ ଥିବାରୁ ଉକ୍ତ ଶ୍ରମିକ ଜଣକ ବାଧ୍ୟ ହେଇ ତାଙ୍କର ସହଯାତ୍ରୀଙ୍କ ଠାରୁ ପଇସା ଭିକ୍ଷା କରିଥିଲେ ।

ଏହି ଭିଡିଓଟି ଶେୟାର ହେବାପରେ ଭାଇରାଲ ହେବାରେ ଲାଗିଛି।

#news #viralvdo

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon