• padmabati kund

ପଢନ୍ତୁ : ପତଞ୍ଜଳି କରିବ ସେଲସମ୍ୟାନ ନିଯୁକ୍ତି, ଦରମା ₹15,000


ଭାରତର ଘରୋଇ କମ୍ପାନୀ ପତଞ୍ଜଳି ଆୟୁର୍ବେଦିକ ଲିମିଟେଡ ତରଫରୁ ଭାରତରେ ବିଭିନ୍ନ ରାଜ୍ୟର ଷ୍ଟୋର ମାନଙ୍କରେ 50,000ରୁ ଅଧିକ ସେଲସମ୍ୟାନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। +2 ପାସ କରିଥିବା ପ୍ରାର୍ଥୀ ଯେଉଁମାନେ ରିଟେଲ ସେକ୍ଟରରେ କ୍ୟାରିୟର କରିବା ପାଇଁ ଚାହୁଞ୍ଛନ୍ତି ସେମାନଙ୍କ ଏହି ପଦ ପାଇଁ ଆବେଦନ କରିପାରିବେ।

ପତଞ୍ଜଳିର ଫୁଡ (ଅଟା, ଚାଉଳ, ଜୁସ,ଅଏଲ, ବିସ୍କୁଟ), ପର୍ସନାଲ କେୟାର, ହୋମ କେୟାର ଏବଂ ଆସ୍ଥା ପୂଜା ସାମଗ୍ରୀ ଡିଭିଜନରେ କ୍ୟାରିୟର ଗଢିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆଣିଛି ।

ଏହି ସେଲସମ୍ୟାନ ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଯୁକ୍ତଦୁଇ, ବି.ଏ, ଏମ.ଏ, ତଥା ଏମ.ବି.ଏ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଯଦି ପ୍ରାର୍ଥୀଙ୍କର ଏଫ.ଏମ.ସି.ଜି କ୍ଷେତ୍ର (ଘରୋଇ ସାମଗ୍ରୀ ମାର୍କେଟିଂଗ)ରେ 1ରୁ 2 ବର୍ଷର ଅଭିଜ୍ଞତା ଥାଏ ତେବେ ତାଙ୍କୁ ଅଗ୍ରାଧିକାର ମଧ୍ୟ ପ୍ରଦାନ କରାଯିବ।

ଜରୁରୀ ତାରିଖ, ଫୋନ ନମ୍ବର

ଆସନ୍ତା ଜୁନ 23 ତାରିଖରୁ 27 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ମନୋନୟନ ଓ ଟ୍ରେନିଙ୍ଗ ପାଇଁ ଶିବିର ଆୟୋଜନ କରାଯିବ। ଏଥିପାଇଁ ଆପଣଙ୍କୁ ଜୁନ22 (ଶୁକ୍ରବାର) ତାରିଖ ପୂର୍ବରୁ ଫୋନ ଦ୍ଵାରା ପଞ୍ଜୀକରଣ କରିବାକୁ ପଡିବ।

ପ୍ରତ୍ୟକ ଜିଲ୍ଲାରେ 40 ରୁ 50 ସେଲସମ୍ୟାନ ଆବଶ୍ୟକତା ରହିଥିବା ବେଳେ ହୋମ ଡେଲିଭରି ଓ ରେଡିଷ୍ଟକ ସେଲ ପାଇଁ 50 ରୁ 100 ଯୁବକଙ୍କ ଆବଶ୍ୟକତା ରହିଛି। ପ୍ରାର୍ଥୀମାନେ ଆସିଥିବା ସହର, ଶ୍ରେଣୀ ବିଭାଗ ଓ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତି କରି ମାସିକ ଟ.8,000ରୁ ଟ.15,000 ଦରମା ପ୍ରଦାନ କରାଯିବ।

ଏହି ଦରମା ପତାଞ୍ଜଳିର ଅଧୀକୃତ ଡିଷ୍ଟ୍ରିବ୍ୟୁଟରଙ୍କ ମାଧ୍ୟମରେ ସେଲସମ୍ୟାନଙ୍କୁ ପ୍ରଦାନ କରାଯିବ। ମନୋନୟନ ପାଇଁ ପତଞ୍ଜଳିର ସ୍ଵୀକୃତୀପ୍ରାପ୍ତ ପ୍ରଭାରୀ କିମ୍ବା ଏମ.ଏସ.ଏମଙ୍କୁ ଯୋଗାଯୋଗ କରିବାକୁ ପଡିବ।

ମନୋନୟନ ପାଇଁ ଯୋଗାଯୋଗ:

ଓଡିଶା ରାଜ୍ୟ ପ୍ରଭାରୀ: ସୁଧାଂଶୁ ଶେଖର ଅଧିକାରୀ-9777453705

ସୁନ୍ଦରଗଡ ଜିଲ୍ଲା ପ୍ରଭାରୀ: ଅକ୍ରୁର ମାର୍ଥା- 9777453716

ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ:ପୃଥିବୀ ରାଜ-9178454710, 9437034343

ଗଞ୍ଜାମ ଜିଲ୍ଲା ପ୍ରଭାରୀ:ସୁବ୍ରତ ପୂଜାରୀ-9437187610

କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ:ବିଭୁ ପ୍ରସାଦ ଦାସ-9178454711

ଏହାବ୍ୟତୀତ ଅନ୍ୟକୌଣସି ଦଲାଲ କିମ୍ବା ଏଜେଣ୍ଟଙ୍କ କଥାରେ ପଡି ଅର୍ଥ ଖର୍ଚ୍ଚ ନକରିବା ପାଇଁ ପତଞ୍ଜଳି ତରଫରୁ ଅନୁରୋଧ କରାଯାଇଛି।

#jobs #salesman

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon