• padmabati kund

ଯୋଗ କରିବା ଦ୍ଵାରା ଶରୀରକୁ ମିଳିଥାଏ ଏହି ସବୁ ଲାଭ


ମଣିଷର ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ସବୁଠୁ ଭଲ ଉପାୟ। ଏହାଦ୍ୱାରା ମଣିଷ ତାର ଶରୀରର ଅଭ୍ୟନ୍ତରରୁ ସୁସ୍ଥ ରହିଥାଏ। ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆସନ୍ତୁ ଜାଣିବା ଯୋଗର ଶରୀର ଉପରେ ପ୍ରଭାବ ଓ ଏହା ଜନିତ ଉପକାରିତା .

୧. ସୁନ୍ଦର ତ୍ଵଚ୍ଚା ପାଇବାରେ ସାହାଯ୍ୟ କରେ: ସୁନ୍ଦର ତ୍ଵଚ୍ଚା ପାଇବା ପାଇଁ କେବଳ ତ୍ଵଚ୍ଚାର ବାହ୍ୟ ଯତ୍ନ ନେବା ଆବଶ୍ୟକ ହୋଇନଥାଏ। ଏଥିପାଇଁ ଆପଣଙ୍କୁ ଶରୀରରୁ ଅଭ୍ୟନ୍ତରରୁ ସୁସ୍ଥ ରହିବାକୁ ପଡିବ। ସେହିପରି ଭାବରେ ଯୋଗ କରିବାଦ୍ୱାରା ଆପଣଙ୍କ ତ୍ଵଚ୍ଚାକୁ ଉପଯୁକ୍ତ ପରିମାଣର ଅମ୍ଳଜାନ ପହଞ୍ଚିଥାଏ ଯାହାଦ୍ୱାରା ଆପଣ ସୁନ୍ଦର,ଉଜ୍ଜଳତ୍ଵଚ୍ଚା ପାଇପାରିବେ। ବଜାରରୁ ବହୁ ଦାମୀ କସମେଟିକ୍ସ କିଣିବା ଅପେକ୍ଷା ଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ନିୟମିତ ଭାବରେ ଯୋଗ କରିବାଦ୍ଵାରା ଆପଣଙ୍କର ଚର୍ମ ମଧ୍ୟ କୁଞ୍ଚିତ ହୋଇନଥାଏ।

୨.ଓଜନ ହ୍ରାସ କରାଏ: ଯଦି ଆପଣ ଶରୀରର ଓଜନ ବୃଦ୍ଧି ପାଇଁ ଚିନ୍ତିତ ହେଉଛନ୍ତି,ତେବେ ନିୟମିତ ଭାବରେ ସୂର୍ଯ୍ୟ ପ୍ରାଣାୟାମ ଓ କପାଳଭାତି ପ୍ରାଣାୟାମ କରନ୍ତୁ। ପ୍ରତିଦିନ ଅର୍ଥହୀନ ଭାବରେ ବହୁତ ବାଟ ଦୌଡିବା ଅପେକ୍ଷା ଯୋଗକଲେ ଶରୀରର ଓଜନ ବହୁତ ଜଲଦି କମ କରିପାରିବେ।

୩.ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ ଓ ଶାନ୍ତି ପ୍ରଦାନ କରେ: ପ୍ରତିଦିନ ୧୫ ମିନିଟ ଯୋଗ କରିବାଦ୍ଵାରା ଦିନଯାକର ମାନସିକ ଚାପ ଓ ଦୁଶ୍ଚିନ୍ତା ଦୁର ହୋଇଯାଇଥାଏ। ଯୋଗ କରିବା ଦ୍ଵାରା ଆପଣ ଅଶାନ୍ତ ମନକୁ ମଧ୍ୟ ଶାନ୍ତ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଶାନ୍ତ ପରିବେଶ କିମ୍ବା ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯିବାକୁ ପଡିବ ନାହିଁ।

୪.ଶକ୍ତି ଯୋଗାଇ ଥାଏ: ଦିନଯାକ ବହୁ କାମ କରିବା ଫଳରେ ଦିନର ଶେଷ ବେଳକୁ ଆପଣ ନିଜକୁ ବହୁତ କ୍ଳାନ୍ତ ଅନୁଭବ କରିଥାନ୍ତି। ନିଜର ଶକ୍ତିକୁ ବଢାଇବା ପାଇଁ ଆପଣ ପ୍ରତିଦିନ ଯୋଗ କରନ୍ତୁ କିମ୍ବା ଦିନକୁ ୧୦ ମିନିଟ ଧ୍ୟାନ କରନ୍ତୁ, ଏହା ଦ୍ଵାରା ଆପଣ ସତେଜ ଅନୁଭବ କରିବେ ଓ ଆପଣଙ୍କ ଶରୀରରେ ଏକ ନୂତନ ଶକ୍ତି ଆସିଯିବ।

୫.ରକ୍ତ ସଂଚାଳନ କରିବାରେ ସହାୟ କରିଥାଏ: ଯୋଗ କରିବାଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ ଓ ଏହା ଆପଣଙ୍କ ଶରୀରକୁ ଉପଯୁକ୍ତ ପୋଷଣ ଯୋଗାଇଥାଏ। ଏହାଦ୍ୱାରା ମଧ୍ୟ ଆପଣଙ୍କର କେଶ ବୃଦ୍ଧି ହୋଇଥାଏ ଓ ବିଭିନ୍ନ କେଶ ସମସ୍ୟା ଦୂର ହୋଇଥାଏ।

#yoga #yogabenefits

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon