• Somyadeep Prasad

କେମିତି ଚିହ୍ନିବେ କିଡନୀ ରୋଗର ଲକ୍ଷଣ


ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼ନୀ। କିଡ଼ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର ମଧ୍ୟ କରିଥାଏ ।

କିଡନୀ ରୋଗ ସାଇଲେଣ୍ଟ କିଲର ନାମରେ ମଧ୍ୟ ପରିଚିତ। କାରଣ ଏହି ରୋଗ ଆରମ୍ଭ କେତେବେଳେ ହୋଇଥାଏ ତାହା ଜାଣି ହୁଏନି। 

କିଡନୀ ରୋଗ ବିଭିନ୍ନ ପ୍ରକାରର  କାରଣ ଯୋଗୁଁ ହୋଇଥାଏ ଯେମେତି କି ଖରାପ ଖାଇବା,ପିଇବା ଏବଂ ମେଡ଼ିସିନର ସାଇଡ ଇଫେକ୍ଟ ଦ୍ଵାରା ମଧ୍ୟ କିଡନୀ ରୋଗ ହେଇପାରେ ।  

ଆମେ କିଡ଼ନୀ ଖରାପ ହେବା ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହାଫଳରେ ଆପଣମାନେ ପୂର୍ବରୁ ନିଜର ଚିକିତ୍ସା କରାଇପାରିବେ।

କିଡନୀ ରୋଗର ଲକ୍ଷଣ କିଡନୀ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନଙ୍କୁ ପରିସ୍ରା କଲାବେଳେ ଅନେକ ସମସ୍ୟା ସହିବାକୁ ପଡିଥାଏ । ପରିଶ୍ରା କଲାବେଳେ ରକ୍ତ ବାହାରିବା,କୌଣସି ବି କାରଣରୁ ହାତ-ଗୋଡ ଫୁଲି ଯିବା କିଡନୀ ଖରାପ ହେବାର କାରଣ ହୋଇପାରେ ।

କିଡନୀ ଖରାପ ହେବା ଦ୍ୱାରା ଶରୀରରେ ଅନେକ ହାନିକାରକ ପଦାର୍ଥ ଜମା ହେବାରେ ଲାଗିଥାଏ, ଏହାଦ୍ୱାରା ହାତଗୋଡ ଫୁଲି ଯାଇଥାଏ ଏବଂ ପରିଶ୍ରାର ରଙ୍ଗ ମଧ୍ୟ ଗାଢ ହୋଇଯାଇଥାଏ । 

ଯଦି ପରିଶ୍ରା ସମୟରେ ରକ୍ତ ପଡେ ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ କାହିକିଁ ନା ଏଭଳି ଲକ୍ଷଣ କିଡନୀ ଖରାପ ହେବାର ଇସାରା କରିଥାଏ। ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଯଦି ଆପଣଙ୍କର ଅଚାନକ ପରିଶ୍ରା ହୋଇଯାଉଥାଏ ଏବଂ ଏହାଉପରେ ନିୟନ୍ତ୍ରଣ ରହୁନଥାଏ ତେବେ ଏହା ମଧ୍ୟ କିଡନୀ ଡ୍ୟାମେଜ ହେବାର ଲକ୍ଷଣ ହୋଇପାରେ। ଏବେ ଏହି ଅସୁବିଧାକୁ ସାମାନ୍ୟ ମନେକରନ୍ତୁ ନାହିଁ।  ସେହିପରି ପରିଶ୍ରା ସମୟରେ ଯଦି ଜଳାପୋଡା ଅନୁଭବ କରନ୍ତି ତେବେ ଏନେଇ ତୁରନ୍ତ ଡାକ୍ତରଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରି ପରାମର୍ଶ ନିଅନ୍ତୁ ।

ସାରା ଦିନ କାମ କରି କରି ଥକିଯିବା ଏକ ସାଧାରଣ କଥା ହୋଇଥାଏ କିନ୍ତୁ ଯଦି ଆପଣ ବିନା କୌଣସି କାରଣରୁ ଥକ୍କା ଏବଂ ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହା ମଧ୍ୟ କିଡନୀ ଫେଲ ହେବାର ଲକ୍ଷଣ ହୋଇପାରେ।

#health

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon