- Deepti Moyee mohanty
ଜାଣନ୍ତୁ : ଗ୍ରାଜୁଏଟଙ୍କୁ ମାରୁତି ଦେଉଛି ଡିଲର ଟ୍ରେନିଂ, ଷ୍ଟାଇପେଣ୍ଡ ଟ.6500

ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ ଡେଭେଲପମେଣ୍ଟର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଟ୍ରେନିଂ ବ୍ୟବସ୍ଥା ଉପଲବ୍ଧ କରାହେଉଛି । । ଏହାକ ସେଲସ ଡିଲର ଟ୍ରେନିଂ ପ୍ରୋଗ୍ରାମ।
ସେଲ୍ସ ଡିଲର ଟ୍ରେନିଂ ପ୍ରୋଗ୍ରାମ ନିମନ୍ତେ ଆଶାୟୀ ପ୍ରାର୍ଥୀମାନେ ଆବେଦନ ସିଧାସଳଖ କରିପାରିବେ। ଉକ୍ତ ଟ୍ରେନିଂ ପ୍ରୋଗ୍ରାମ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ କିମ୍ବା ଡିପ୍ଲୋମା ହୋଇଥିବା ଆବଶ୍ୟକ। ଏହା ଏକ ୬ମାସିଆ ଟ୍ରେନିଂ ପ୍ରୋଗ୍ରାମ। ଡିଲର ସେଲ୍ସ ଟ୍ରେନିଂ ପ୍ରୋଗ୍ରାମ ନିମନ୍ତେ ଆବେଦନ ବୟସ ସୀମା ୧୮ରୁ ୨୫ ବର୍ଷ।
ଟ୍ରେନିଂ ସହ ଆପଣ ୬ମାସ ଯାଏଁ ପ୍ରତି ମାସ ୬,୫୦୦ଟଙ୍କା ଷ୍ଟାଇପେଣ୍ଡ ପାଇପାରିବେ । ଟ୍ରେନିଂ ଶେଷରେ ଆପଣଙ୍କୁ ନେସନାଲ ସ୍କିଲ୍ସ କ୍ବାଲିଫିକେସନସ ଫ୍ରେମୱାର୍କ (NSQF) ତରଫରୁ ଲେଭେଲ ୪ର ପ୍ରମାଣ ପତ୍ର ପ୍ରାପ୍ତ ହେବ ଓ ସାକ୍ଷାତକାର ମାଧ୍ୟମରେ ନିଯୁକ୍ତି ମଧ୍ୟ ମିଳିପାରିବ।
ପରୀକ୍ଷା ତାରିଖ, ଦସ୍ତାବେଜ
ଏହି ଟ୍ରେନିଂ ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷା ୨୩ ଜୁନରେ ହେବାକୁ ଯାଉଛି। ଏହା ଭୁବନେଶ୍ଵରର ଆର.ଏମ.ଡି ଡିଗ୍ରୀ କଲେଜ,ପଟିଆ ଠାରେ ଅନୁଷ୍ଠିତ ହେବ। ଆବେଦନକାରୀଙ୍କ ନିକଟରେ ୨ଚକିଆ ଯାନର ବୈଧ ଏଲ.ଏମ.ଡି ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଆଧାରକାର୍ଡ ଥିବା ନିତ୍ୟାନ୍ତ ଆବଶ୍ୟକ।
ଟ୍ରେନିଂ ପ୍ରୋଗ୍ରାମ ନିମନ୍ତେ ପ୍ରାର୍ଥୀ ଚୟନ ଉଭୟ ଏଣ୍ଟରାନ୍ସ ଓ ସାକ୍ଷାତକାରମାଧ୍ୟମରେ ହେବ। ଟ୍ରେନିଂ ପ୍ରୋଗ୍ରାମରେ ସାମିଲ ହେବାପାଇଁ ଆପଣଙ୍କୁ ଆପ୍ଟିଚିଉଡ ଓ ସାଇକୋମେଟ୍ରିକ ବିଷୟରେ ପରୀକ୍ଷା ଦେବାସହ ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ ଦେବାକୁ ପଡିବ।
ଉତ୍ତୀର୍ଣ୍ଣ ପାର୍ଥୀ ଶେଷରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍କିଲ ଡେଭେଲପମେଣ୍ଟ ର ମିଳିତ ଉଦ୍ୟଗରେ ଅନୁଷ୍ଠିତ ଡିଲର ସେଲ୍ସ ଟ୍ରେନିଂ ପ୍ରୋଗ୍ରାମରେ ସ୍ଥାନ ପାଇବେ। ଅଧିକ ବିବରଣୀ ପାଇଁ ମୋ-୯୭୭୬୫୯୫୪୭୨,୯୮୭୧୦୮୯୨୬୮ ରେ ଯୋଗାଯୋଗ କରିପାରିବେ।