• padmabati kund

ଭୁବନେଶ୍ଵରରେ ହେବ ଆଉ ଚାରୋଟି ବହୁତଳ ପାର୍କିଙ୍ଗ


ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ପାର୍କିଙ୍ଗ ସମସ୍ୟାକୁ ଆଖି ଆଗରେ ରଖି ଭୁବନେଶ୍ୱର ଡେଭଲପମେଣ୍ଟ ଅଥରୀଟି (ବିଡିଏ) ତରଫରୁ ସହରରେ ଭିନ୍ନ ଭିନ୍ନ ସ୍ଥାନରେ 4ଟି ନୂଆ ମଲ୍ଟି-ଲେଭେଲ କାର ପାର୍କିଙ୍ଗ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଯେଉଁଠି ପ୍ରତ୍ୟେକ ମଲ୍ଟି-ଲେଭଲ କାର ପାର୍କିଙ୍ଗରେ ଏକାସାଙ୍ଗରେ ମୋଟ 450ଟି କାର ପାର୍କିଙ୍ଗ କରାଯାଇପାରିବ।

ଭୁବନେଶ୍ଵରରେ ଏହି ମଲ୍ଟି-ଲେଭେଲ କାର ପାର୍କିଙ୍ଗ ଜନତା ମଇଦାନରେ 1ଏକର, ରାମମନ୍ଦିର ପଛପଟେ ଖାରବେଳ ନଗରରେ 1.5 ଏକର, କଳ୍ପନା ସ୍କୋୟାରରେ 0.984ଏକର ଓ ନୟାପଲ୍ଲୀ ପଛପଟେ ଜୁପିଟର ସାଇନ୍ସ କଲେଜ ପାଖରେ ଥିବା ଇନ୍ଦୁମତି ମାର୍କେଟରେ 1.116 ଏକର ଜାଗାରେ ପ୍ରସ୍ତୁତ କରାଯିବ। ଏହି ସମସ୍ତ ଜାଗାକୁ ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ହାତକୁ ହସ୍ତାନ୍ତରଣ କରିବା ପାଇଁ ଜେନେରାଲ ଆଡମିନିଷ୍ଟ୍ରେସନ ଡିପାର୍ଟମେଣ୍ଟକୁ ବିଡିଏ ତରଫରୁ ପ୍ରସ୍ତାବ କରାଯାଇଛି। ଏଥିପାଇଁ ଅନୁମୋଦନ ମିଳିବାପରେ କାର୍ଯ୍ୟ ଆରମ୍ଭ କରାଯିବ।

ନିର୍ମାଣ ହେବାକୁ ଥିବା ଏହି ମଲ୍ଟି-ଲେଭେଲ କାର ପାର୍କିଙ୍ଗରେ ମୋଟ ଦୁଇଟି ବେସମେଣ୍ଟ ରହିବ ଓ ଗ୍ରାଉଣ୍ଡ ଫ୍ଲୋର ମଧ୍ୟ ଗାଡି ପାର୍କିଙ୍ଗ କରିବା ପାଇଁ ବ୍ୟବହାର କରାଯିବ। ଏହି ବିଲଡିଙ୍ଗର ଅନ୍ୟାନ୍ୟ ଫ୍ଲୋର ଗୁଡିକ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ, ଯାହାଦ୍ୱାରା ଖର୍ଚ୍ଚ ହୋଇଥିବା ଅର୍ଥର 60ପ୍ରତିଶତ ଅର୍ଥ ଅସୁଲ କରାଯାଇ ପାରିବ।

ଏହି ବିଲଡିଙ୍ଗର ବାହାର ପାଖକୁ ସ୍ଵତନ୍ତ୍ର ଭାବରେ ନିର୍ମାଣ କରାଯିବ। ଏହାକୁ ଏପରି ଭାବରେ ନିର୍ମାଣ କରାଯିବ ଯେପରି ଏହା କମ ବିଜୁଳି ଶକ୍ତି ଉପଯୋଗ କରିବ ଓ ପରିବେଶ ପ୍ରଦୂଷଣକୁ ରୋକିପାରିବ ।

ରାଜଧାନୀରେ ଦିନକୁ ଦିନ ପାର୍କିଙ୍ଗ ସମସ୍ୟା ଗୁରୁତର ରୂପ ନେବାରେ ଲାଗିଛି। ଏଥିପାଇଁ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ତରଫରୁ ସହିଦ ନଗର ଓ ୟୁନିଟ-2(ରାଜ ମହଲ)ରେ ଏହି ମଲ୍ଟି-ଲେଭେଲ କାର ପାର୍କିଙ୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

#city #smartcity

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon