• padmabati kund

ସୁପରଷ୍ଟାର ବିଜୟଙ୍କ ଫିଲ୍ମ “ସରକାର” ପୋଷ୍ଟରକୁ ନେଇ ବିବାଦ


ତାମିଲର ସୁପରଷ୍ଟାର ବିଜୟଙ୍କ ଆଗାମୀ ଫିଲ୍ମର ଟାଇଟଲ ଓ ପୋଷ୍ଟର ରିଲିଜ ହୋଇସାରିଛି। ଏ.ଆର.ମୁରୁଗାଦୋସଙ୍କ ନିର୍ଦେଶନାରେ ନିର୍ମିତ ଏହି ରାଜନୈତିକ ଆକ୍ସନ ଥ୍ରୀଲର ଫିଲ୍ମଟିର ପ୍ରଥମ ପୋଷ୍ଟରଟି ଟ୍ଵିଟରରେ ଗତ ଗୁରୁବାର (ଜୁନ21)ରେ ଅଭିନେତା ବିଜୟଙ୍କର ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯାଇଛି। ସନ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚିତ୍ରଟି ହେଉଛି ସୁପରଷ୍ଟାର ବିଜୟଙ୍କର 62ତମ ଫିଲ୍ମ।

ଏହି ଚଳଚିତ୍ରଟିର ନାମ “ସରକାର” ରଖାଯାଇଛି। ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ପୋଷ୍ଟରରେ ବିଜୟଙ୍କ ଲୁକ ବହୁତ ଦମଦାର ରହିଛି। ପ୍ରଥମ ପୋଷ୍ଟରରେ ବିଜୟଙ୍କ ଷ୍ଟାଇଲିଶ ଦାଢି ସହିତ ସିଗାରେଟ ଟାଣୁଥିବାର ଫଟୋ ରହିଛି। ଏହି ପୋଷ୍ଟରକୁ ଫ୍ୟାନମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏହି ପ୍ରଥମ ପୋଷ୍ଟର ଲଞ୍ଚ କରିବା ପରେ ପ୍ରଡ଼କ୍ସନ ହାଉସ ତାମିଲ ଟେଲିଭିଜନ ନେଟୱାର୍କରେ ବହୁତ ଟି.ଆର.ପି ହାସଲ କରିଥିଲା।

ଅଭିନେତା ବିଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜୁନ22 ରାତି 12ଟାରେ ଏହି ଫିଲ୍ମର ଦ୍ଵିତୀୟ ପୋଷ୍ଟର ରିଲିଜ କରାଯାଇଛି। ଦ୍ଵିତୀୟ ପୋଷ୍ଟରରେ ବିଜୟଙ୍କୁ ଷ୍ଟାଇଲିଶ କାର ଓ ଷ୍ଟାଇଲିଶ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି। ଫିଲ୍ମଟି ଏକ ରାଜନୈତିକ ଥ୍ରୀଲର ଫିଲ୍ମ ହେଇଥିବାରୁ , ସେଥିପାଇଁ ବିଜୟଙ୍କୁ ଏଥିରେ ଷ୍ଟାଇଲିଶ ଅବତାରରେ ଦେଖିବାକୁ ମିଳିବ। ବିଜୟଙ୍କ କ୍ୟାରିୟରରେ ଏହା ସବୁଠୁ ବଡ ହାଇବଜେଟ ଫିଲ୍ମ ହେବାପାଇଁ ଯାଉଛି। ଫିଲ୍ମର ଅଧିକାଂଶ ଶୁଟିଙ୍ଗ ଚେନ୍ନାଇରେ କରାଯିବ।

ପୋଷ୍ଟର ବିବାଦ

“ସରକାର”ର ପ୍ରଥମ ପୋଷ୍ଟରରେ ବିଜୟଙ୍କ ସିଗାରେଟ ଟାଣୁସମୟର ଫଟୋ ମଧ୍ୟ ବିବାଦ ଘେରକୁ ଆସିବାର ସମ୍ଭାବନା ରହିଛି । କାରଣ ତମ୍ବାଖୁ ନିୟନ୍ତ୍ରଣ ପାଇଁ ତାମିଲନାଡୁ ନାଗରିକଙ୍କ ଦ୍ଵାରା ଗଠିତ ଫୋରମ ତରଫରୁ କୁହାଯାଇଛି ଯେ “ସରକାର”ର ଏହି ପୋଷ୍ଟରଟି ସିଗାରେଟ ଓ ଅନ୍ୟାନ୍ୟ ତମ୍ବାଖୁ ଦ୍ରବ୍ୟ ଆଇନର ଧାରା5 କୁ ଉଲଂଘନ କରୁଛି। ଏନେଇ ମଧ୍ୟ ଅନେକ ଦର୍ଶକମାନେ ଟ୍ଵିଟ କରି ବିଜୟଙ୍କୁ କହିଛନ୍ତି ଯେ, “ଦାୟିତ୍ଵବୋଧତାର ସହିତ ଅଭିନୟ କରନ୍ତୁ ଓ ତମ୍ବାଖୁ ଟାଣିବାକୁ ସମର୍ଥନ କରନ୍ତୁ ନାହିଁ।“

ନିର୍ଦ୍ଦେଶକ ଏ.ଆର.ମୁରୁଗାଦୋସଙ୍କ ସହ ଏହା ହେଉଛି ବିଜୟଙ୍କ ତୃତୀୟ ଫିଲ୍ମ। ପୂର୍ବରୁ “ଥୁପାକୀ” ଓ “କଥଥି” ରେ ଉଭୟ ଏକାଠି କାମ କରିଛନ୍ତି। ବିଜୟଙ୍କ ସହ କାମ କରିବାକୁ ନେଇ ମୁରୁଗାଦୋସ କହିଛନ୍ତି ଯେ, “ବିଜୟଙ୍କ ସହ ପୂର୍ବରୁ କରିଥିବା ଦୁଇଟି ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି, ପୁଣିଥରେ ଏକାଠି କାମ କରି ଦର୍ଶକମାନଙ୍କ ପାଇଁ ଏକ ଭିନ୍ନ ସ୍ଵାଦର ଫିଲ୍ମ ପ୍ରସ୍ତୁତ କରୁଛୁ ଓ ଦର୍ଶକମାନେ ଏହାକୁ ନିଶ୍ଚିତ ପସନ୍ଦ କରିବେ।“

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ଏ.ଆର.ରେହେମାନ ଓ ଫିଲ୍ମଟିକୁ ଆସନ୍ତା ଦୀପାବଳୀକୁ ରିଲିଜ କରାଯିବାର ଲକ୍ଷ ରଖାଯାଇଛି।

#entertainment #tamilmovie

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon