• padmabati kund

ପିପିପି ମୋଡରେ ହେବ 20ଟି ହସ୍ପିଟାଲ, ମିଳିବ 10ହଜାର ନିଯୁକ୍ତି ସୁଯୋଗ


ରାଜ୍ୟବାସୀ ମାନଙ୍କୁ ସହଜରେ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଘରୋଇ-ସରକାରୀ ସହଭାଗିତା(ପିପିପି) ରେ ରାଜ୍ୟରେ 20ଟି ଡାକ୍ତରଖାନା ସୃଷ୍ଟି ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାର ଦିନ ସଚିବାଳୟରେ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ଵାରା 10,000 ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ସବୁ ଡାକ୍ତରଖାନା ରାଜ୍ୟରେ ପ୍ରମୁଖ ଜିଲ୍ଲା ଯଥା ପୁରୀ, ଜୟପୁର, ଅନୁଗୁଳ, ବଡ଼ବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ଢେଙ୍କାନାଳ, ବୌଦ୍ଧ, ନୂଆପଡା, ମାଲକାନଗିରି, ନବରଙ୍ଗପୁର, ସୋନପୁର, ରାୟଗଡା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡା ଆଦି ସ୍ଥାନରେ ନିର୍ମାଣ କରାଯିବ। ସ୍ଵାସ୍ଥ୍ୟସେବା ପାଇଁ ଘରୋଇ ସରକାରୀ ଭାଗୀଦାରୀ କ୍ଷେତ୍ରରେ ଏହା ଦେଶର ସବୁଠାରୁ ବଡ ପୁଞ୍ଜିନିବେଶ ହେବ।

ରାଜ୍ୟରେ ନିର୍ମାଣ ହେବାକୁ ଥିବା ଏହି 20 ଟି ହସ୍ପିଟାଲରେ ମଧ୍ୟ 10,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯାହାଦ୍ୱାରା ଦେଶ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି କରିପାରିବ। ପାରା-ମେଡିକାଲ ସେକ୍ଟର ଯେପରିକି

ନର୍ସ, ସେବିକା ଇତ୍ୟାଦି ପଦବୀ ସୃଷ୍ଟି ହେବା ଦ୍ଵାରା ମହିଳାମାନଙ୍କୁ ରୋଜଗାର ମିଳିପାରିବ।

ହବ ଆଣ୍ଡ ସ୍ପୋକ ମଡେଲ

ଏହି ସମସ୍ତ ହସ୍ପିଟାଲ ଗୁଡିକରେ ଆରମ୍ଭରୁ ଅତିକମରେ 2700ରୁ ଅଧିକ ଶଯ୍ୟା ଉପଲବ୍ଧ ହେବ ଓ ଏହା ଡାକ୍ତରଖାନାରେ ଦେଖାଯାଉଥିବା ଶଯ୍ୟାଜନିତ ଅଭାବକୁ 56% ପୂରଣ କରିପାରିବ। ଏଥି ମଧ୍ୟରୁ 50ଟି ଶଯ୍ୟା ଜେନେରାଲ ୱାର୍ଡରେ ରହିବ ଓ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଆସ୍ୟୁରାନ୍ସ ଓ ଇନସୁରାନ୍ସ ଯୋଜନା ମାଧ୍ୟମରେ ରୋଗୀଙ୍କୁ ଚିକିତ୍ସା କରାଯିବ।

ରାଜ୍ୟ ସରକାରଙ୍କର ଆଫୋର୍ଡେବଲ ହେଲଥ କେୟାର ପ୍ରୋଜେକ୍ଟ ଅନୁସାୟୀ ଏହି ହସ୍ପିଟାଲ ଗୁଡିକ ହବ ଏବଂ ସ୍ପୋକ ମଡେଲ ଅନୁସାରେ ନିର୍ମାଣ କରାଯିବ। ଅର୍ଥାତ କିଛି ହସ୍ପିଟାଲ କେନ୍ଦ୍ରୀୟ ହସ୍ପିଟାଲ ବା ହବ ଭଳି କାର୍ଯ୍ୟ କରିବା ଓ ଆଉ କେତେକ ଶାଖା ହସ୍ପିଟାଲ ବା ସ୍ପୋକ ହସ୍ପିଟାଲ ଭାବରେ କାର୍ଯ୍ୟ କରିବ।

ସ୍ପୋକ ମଡେଲ ହସ୍ପିଟାଲରେ ଶଲ୍ୟ, ଭେଷଜ, ସ୍ତ୍ରୀ ରୋଗ, ଶିଶୁ ରୋଗ, ଅସ୍ଥି ଶଲ୍ୟ,ନିଶ୍ଚେତକ, ଚକ୍ଷୁ, ନାସାକର୍ଣ୍ଣ, ଗଳା,ଦନ୍ତ, ରଞ୍ଜନରଶ୍ମୀ, ନିଦାନ, ମାନସିକ ରୋଗ, ଚରମ, ଗୁରୁତର ଚିକିତ୍ସା, ଜରୁରୀ ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ଖୋଲାଯିବ। ହବ ହସ୍ପିଟାଲ ଗୁଡିକରେ ଏହି ସବୁ ବିଭାଗ ସହିତ ହୃଦରୋଗ ଓ ସ୍ନାୟୁ ଶଲ୍ୟ ଚିକିତ୍ସା ଉପଲବ୍ଧ ହେବ।

#hospital #govt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon