• ବେତାର ବ୍ୟୁରୋ

ରାଶି ଅନୁଯାୟୀ କେଉଁ ମହିଳା ହେବେ କିପରି ଜୀବନସାଥୀ


ବିବାହ ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅଧିକାଂଶ ହିନ୍ଦୁ ବିବାହରେ ଜାତକ ଓ ରାଶି ସୁଝାଯାଇଥାଏ। ବର ଓ କନ୍ୟାଙ୍କ ରାଶି ଅନୁସାରେ ସେମାନଙ୍କ ଜାତକ ଗଣନା କରାଯାଏ। ଉଭୟଙ୍କ ଯେତିକି ଗୁଣ ମେଳ ଖାଉଥାଏ ସେହି ଅନୁସାରେ ସେମାନଙ୍କ ବୈବାହିକ ଜୀବନ କିପରି ରହିବ ଅନୁମାନ କରାଯାଇଥାଏ।

ରାଶି ଅନୁସାରେ ମହିଳାମାନେ କିପରି ସ୍ଵଭାବର ହୋଇଥାନ୍ତି ଜାଣିରଖନ୍ତୁ ଯାହା ଆପଣଙ୍କୁ ଜୀବନସାଥୀ ବାଛିବାରେ ସାହାଯ୍ୟ କରିବ।

ମେଷ: ଏହି ରାଶିର ମହିଳାମାନେ ବହୁତ ମେଳାପୀ,ଆତ୍ମବିଶ୍ଵାସୀ ଓ ନିର୍ଭୀକ ହୋଇଥାନ୍ତି। ନିଜ ଜୀବନସାଥୀର ଧ୍ୟାନ ସବୁବେଳେ ନିଜ ପାଖରେ ରଖିବାକୁ ଚେଷ୍ଟା କରିଥାନ୍ତି। ଏମାନେ ପ୍ରକୃତ ଭଲପାଇବା ଉପରେ ବିଶ୍ଵାସ କରିଥାନ୍ତି।

ବୃଷ: ବୃଷ ରାଶିର ମହିଳାମାନେ ବହୁତ ବିଶ୍ଵାସୀ ଓ ଭରସାଯୋଗ୍ୟ ହୋଇଥାନ୍ତି। ସହଜରେ କୌଣସି କଥା ପାଇଁ ମନଦୁଃଖ କରନ୍ତି ନାହିଁ,ମାତ୍ର ଥରେ ପ୍ରେମରେ ପଡିଲେ ଏଥିପାଇଁ ନିଜ ଜୀବନ ମଧ୍ୟ ଦେଇପାରିବେ।

ମିଥୁନ: ଅଧିକ ରୋମାଣ୍ଟିକ ହୋଇଥାନ୍ତି ଓ ପ୍ରେମ ପାଇଁ କେବେବି ଗମ୍ଭୀର ହୋଇନଥାନ୍ତି। ଅଧିକ ପୁରୁଷଙ୍କର ଏହି ରାଶିର ମହିଳାଙ୍କ ସହିତ ମେଳ ଖାଇନଥାଏ। ନିଜ ପସନ୍ଦ ଉପରେ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରିନଥାନ୍ତି।

କର୍କଟ: ଖୁବ ଶାନ୍ତି ପ୍ରିୟ ଓ ମନୁଆ ସ୍ଵଭାବର ହୋଇଥାନ୍ତି। କୌଣସି ବ୍ୟକ୍ତି ଉପରେ ସହଜରେ ଭରସା କରନ୍ତି ନାହିଁ ଓ ସମ୍ପର୍କ ଗଢିବା ପାଇଁ ଅଧିକ ସମୟ ଲଗାଇଥାନ୍ତି।

ସିଂହ: ଜୀବନସାଥୀଙ୍କ ଠାରୁ ଅଧିକ ମାତ୍ରାରେ ଧ୍ୟାନ ଓ ସମ୍ମାନ ଆଶା କରିଥାନ୍ତି। ଧନ ପଛରେ ଆଦୌ ଧାଇଁ ନଥାନ୍ତି ଓ ହୃଦୟ ବହୁତ କୋମଳ ହୋଇଥାଏ। ବେଳେ ବେଳେ ଅଧିକ ମାତ୍ରାରେ ବିରକ୍ତ ମଧ୍ୟ ହୋଇଥାନ୍ତି।

କନ୍ୟା: ପ୍ରେମ ସମ୍ପର୍କରେ ଏମାନେ ଅଧିକ ପ୍ରାକ୍ଟିକାଲ, ଚତୁର ଓ ସ୍ନେହୀ ହୋଇଥାନ୍ତି। ନିଜ ଜୀବନସାଥୀ ପାଖରେ ସମସ୍ତ ସକାରାତ୍ମକ ଗୁଣ ଖୋଜିଥାନ୍ତି,ଓ ଆବେଗପ୍ରବଣ ହୋଇଥାନ୍ତି।

ତୁଳା: ତୁଳା ରାଶିର ମହିଳା ମାନେ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ନିଜ ବୈବାହିକ ଜୀବନରେ ସମାନତା ରଖିବାକୁ ପସନ୍ଦ କରିଥାନ୍ତି। ସେ ପୁରୁଷ ଉପରେ ପ୍ରାଧାନ୍ୟ ଦେଖେଇନଥାନ୍ତି କିମ୍ବା ନିଜ ଉପରେ କାହାକୁ ପ୍ରାଧାନ୍ୟ ଦେଖାଇବାକୁ ଦେଇନଥାନ୍ତି।

ବିଛା: ଅଧିକ ଜିଦଖୋର ସ୍ଵଭାବର ହୋଇଥିବା ଏହି ମହିଳାମାନେ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି।ଏହି ମହିଳାଙ୍କର ମନର କଥାକୁ ବୁଝିବା ବହୁତ କଷ୍ଟ ହୋଇଥାଏ। ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଭରସାଯୋଗ୍ୟ ମଧ୍ୟ ହୋଇଥାନ୍ତି।

ଧନୁ: ସତ କହିବାକୁ ପସନ୍ଦ କରନ୍ତି ଓ କୌତୁହଳ ପ୍ରିୟ ହୋଇଥାନ୍ତି। ସ୍ଵାଧୀନ ରହିବାକୁ ପସନ୍ଦ କରିଥାନ୍ତି। ଜୀବନସାଥୀ ସହ ଉତ୍ତମ ବନ୍ଧୁତ୍ଵ ରକ୍ଷା କରିଥାନ୍ତି। ବହୁ ବିଶ୍ଵାସଯୋଗ୍ୟ ଓ ସମର୍ପିତ ଜୀବନସାଥୀ ହୋଇଥାନ୍ତି।

ମକର: ନିଜ ଲକ୍ଷ ହାସଲ କରିବା ପାଇଁ ସର୍ବଦା ଚେଷ୍ଟିତ ରହିଥାନ୍ତି।ପରିବାରକୁ ନେଇ ଅଧିକ ସମ୍ବଦେନଶୀଳ ହୋଇଥାନ୍ତି। ବୈବାହିକ ସମ୍ପର୍କରେ ଜୀବନସାଥୀଙ୍କୁ ବହୁତ ସପୋର୍ଟ କରିଥାନ୍ତି।

କୁମ୍ଭ: ଏହି ମହିଳାମାନେ ମେଳାପୀ ଓ ସ୍ମାର୍ଟ ହୋଇଥାନ୍ତି। ସମସ୍ତ ପ୍ରତିଶ୍ରୁତି ରକ୍ଷା କରିଥାନ୍ତି ଓ ଜୀବନସାଥୀଙ୍କ ସମସ୍ତ ଗୁପ୍ତକଥାକୁ ଗୁମର ରଖିଥାନ୍ତି। କିନ୍ତୁ ପ୍ରେମରରେ ପଡିବା ପାଇଁ ଅଧିକ ସମୟ ଲାଗିଥାଏ।

ମୀନ: ମାନସିକ ସ୍ତରରେ ଅଧିକ ମଜଭୁତ ହୋଇଥାନ୍ତି। ଜୀବନସାଥୀଙ୍କ ଦ୍ଵାରା ସାମାନ୍ୟତମ ଅବହେଳିତ ହେବଦ୍ଵାରା ଆଘାତ ପାଇଥାନ୍ତି। ଯାହାକୁ ଅଧିକ ଭଲପାଇଥାନ୍ତି ତାଙ୍କ ସହିତ ଆବେଗପୂର୍ଣ୍ଣ ଭାବରେ ଜଡିତ ଥାଆନ୍ତି।

#ashtrology #love

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon