• padmabati kund

ସରକାରଙ୍କ କମ୍ପାନୀଙ୍କୁ ପରାମର୍ଶ : ଏସିର ନିମ୍ନ ତାପମାତ୍ରା 24 ଡିଗ୍ରୀ ରଖ


ଅସହ୍ୟ ଗରମ ସମୟରେ ଏସିର ମାତ୍ରାଧିକ ବ୍ୟବହାର ଯୋଗୁଁ ଓ ଅତି କମ ତାପମାତ୍ରା ସେଟିଂ (20 ଡିଗ୍ରୀ ବା ତା'ଠାରୁ କମ) ରଖିଲେ ଅତ୍ୟଧିକ ବିଜୁଳି ଶକ୍ତିର ବ୍ୟବହାର ହେଉଥିବାରୁ ଏହାକୁ ରୋକିବା ପାଇଁ ଭାରତ ସରକାର ଏକ ନୂତନ ପ୍ରସ୍ତାବ ଉପରେ ବିଚାର ବିମର୍ଶ କରୁଛନ୍ତି ।

ଏ ପ୍ରସ୍ତାବ ଅନୁସାରେ ଏସି ତିଆରି କରୁଥିବା କମ୍ପାନୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ଆଗକୁ ଏପରି ଏସି ଉତ୍ପାଦନ କରନ୍ତୁ ଯେପରି ସେଥିରେ ସର୍ବ ନିମ୍ନ ତାପମାତ୍ରା 24 ଡିଗ୍ରୀ ରହିବ । ଯଦି ଏ.ସିର ତାପମାତ୍ରାକୁ 24 ଡିଗ୍ରୀରୁ କମ କରିବାକୁ ଚେଷ୍ଟା କରାଯାଏ ତେବେ ଏହା ଆପେ ଅଚଳ ହୋଇଯିବ।

ଏହି ପରାମର୍ଶ ଆଗକୁ ନିୟମରେ ବଦଳିପାରେ । ସରକାର ଏ ସମ୍ପର୍କରେ ଏକସର୍ଭେ କରି ଓ ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରିବା ପରେ 24 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ପାଇଁ ଏସି ଉତ୍ପାଦନକାରୀ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇପାରନ୍ତି । ତେବେ ଏଥିପାଇଁ ଛଅ ମାସରୁ ଉର୍ଦ୍ଧ୍ଵ ସମୟ ଲାଗିପାରେ।

ଏକ ଡିଗ୍ରୀରେ ୬% ଅଧିକ ବିଜୁଳି

ଏକ ଅଧ୍ୟୟନ ଅନୁସାରେ ଯଦି ଏ.ସିର ତାପମାତ୍ରା ଏକ ଡିଗ୍ରୀ କମ କରାଯାଏ ତେବେ ଛଅ ପ୍ରତିଶତ ଅଧିକ ବିଜୁଳି ଶକ୍ତି ଆବଶ୍ୟକ ହୋଇଥାଏ। ସମସ୍ତ ଜନସାଧାରଣଙ୍କ ଯଦି ନିୟମକୁ ପାଳନ କରନ୍ତି ଓ ଏ.ସି ର ତାପମାତ୍ରାକୁ 24 ଡିଗ୍ରୀରେ ବ୍ୟବହାର କରନ୍ତି ତେବେ ଗୋଟେ ବର୍ଷରେ 20 ବିଲିୟନ ୟୁନିଟ ବିଜୁଳି ଶକ୍ତି ସଞ୍ଚୟ ହୋଇପାରିବ।

ଜଣେ ସାଧାରଣ ମଣିଷ ଶରୀରର ତାପମାତ୍ରା 36ରୁ 37 ଡିଗ୍ରୀ ସେଲସିୟସ ରହିଥାଏ। ମାତ୍ର ଅଧିକାଂଶ ବାଣିଜ୍ୟିକ ଅନୁଷ୍ଠାନ, ହୋଟେଲ ଓ କାର୍ଯ୍ୟାଳୟରେ ଏ.ସି ର ତାପମାତ୍ରା 18ରୁ 21 ଡିଗ୍ରୀ ମଧ୍ୟରେ ରଖାଯାଉଥିବାର ଦେଖାଯାଉଛି। ଏହା ସ୍ୱାସ୍ଥ୍ୟ ପାଇଁ ହାନିକରକ ହୋଇଥାଏ।

ଏନେଇ ଶକ୍ତି ମନ୍ତ୍ରୀ ଆର.କେ ସିଂ ଉକ୍ତ ବୈଠକରେ କହିଛନ୍ତି ଯେ, “ ନୂତନ ପଦକ୍ଷେପ ନିଆଯିବାପରେ ଏ.ସିର ତାପମାତ୍ରା 24 ରୁ 26 ଡିଗ୍ରୀ ମଧ୍ୟରେ ରହିବ ଓ ଏହାଦ୍ଵାରା ଗ୍ରାହକ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହୋଇପାରିବ।“

ଏନର୍ଜୀ ଏଫିସୀଏନ୍ସି ବ୍ୟୁରୋ ତରଫରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, “ଭାରତରେ ବର୍ତ୍ତମାନ ଯେଉଁ ପରିମାଣରେ ଏ.ସି ବ୍ୟବହାର କରାଯାଉଛି 2030 ମଧ୍ୟରେ ଏ.ସି ଦ୍ଵାରା ବ୍ୟବହୃତ ବିଜୁଳି ଶକ୍ତି 200gw କୁ ବୃଦ୍ଧି ପାଇବ। ଏହି ତଥ୍ୟକୁ ଆଖି ଆଗରେ ରଖି କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି।ପୂର୍ବରୁ ଜାପାନରେ ମଧ୍ୟ ଏପରି ଏକ ପଦକ୍ଷେପ ନିଆଯାଇ ଏ.ସି ର ସର୍ବନିମ୍ନ ତାପମାତ୍ରାକୁ 28 ଡିଗ୍ରୀ ରଖାଯାଇଛି।

#electricity #ac

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon