• padmabati kund

ଅଜୟ ଦେବଗନ କରିବେ ଫୁଲନ ଦେବୀଙ୍କ ହତ୍ୟାକାରୀ ଚରିତ୍ର


ଡକାୟତରୁ ସାଂସଦ ସାଜିଥିବା ଫୁଲନ ଦେବୀଙ୍କ ହତ୍ୟାକାରୀ ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବଲିଉଡର ସିଙ୍ଘମ ଅଜୟ ଦେବଗନ। ଖୁବ ଶୀଘ୍ର ପରଦା ଉପରେ ଅଜୟ ଦେବଗନଙ୍କୁ ଶେର ସିଂହ ରାଣା ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟିର କାହାଣୀ ଶେର ସିଂହ ରାଣାଙ୍କ ଲିଖିତ ‘ଜେଲ ଡାୟରୀ: ତିହାଡ ସେ କାବୁଲ କନ୍ଧାର ତକ’ ପୁସ୍ତକ ଉପରେ ଆଧାରିତ ଓ ଏହା ଏକ ବାୟୋପିକ ଫିଲ୍ମ।

ଗତ 2001 ମସିହା ଜୁଲାଇ 25 ତାରିଖରେ ଫୁଲନ ଦେବୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହତ୍ୟା କରିବା ଅଭିଯୋଗରେ ଶେର ସିଂହ ରାଣାଙ୍କ ଉପରେ ଆରୋପ ଲଗାଯାଇଥିଲା। 2004 ମସିହାରେ ରାଣା ତିହାର ଜେଲରୁ ଖସି ପଳାଇଥିଲେ ଓ ପରେ ପୋଲିସ ତାଙ୍କୁ 2006 ମସିହାରେ କୋଲକାତାରୁ ଗିରଫ କରିଥିଲା।

ସେ ତାଙ୍କ ବିଷୟରେ ଜେଲରେ ଏକ ପୁସ୍ତକ ଲେଖି, ଥିଲେ ଯାହାର ନାଁ ଦେଇଥିଲେ ‘ଜେଲ ଡାୟରୀ: ତିହାଡ ସେ କାବୁଲ କନ୍ଧାର ତକ’ ଓ 2014 ମସିହାରେ ଶେର ସିଂହ ରାଣାଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଥିଲା।

ରାଣାଙ୍କର ଏଭଳି ରୋମାଞ୍ଚକର ଜୀବନ କାହାଣୀ ଅଜୟଙ୍କୁ ଅଧିକ ଅତ୍କୃଷ୍ଠ କରିଛି ଓ ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଫୁଲନ ଦେବୀଙ୍କ ହତ୍ୟାକାରୀ ଶେର ସିଂହ ରାଣାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମଟିର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଆରମ୍ଭ ହେବ। ନିର୍ଦ୍ଦେଶନା କିଏ ଦେବେ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହି ଫିଲ୍ମରେ ଅଜୟ ନିଜେ ପ୍ରଯୋଜନା ଦେବେ।

ସେହିପରି ମରାଠା ରାଜା ଶିବାଜୀଙ୍କ ସେନାର ସବୁଠୁ ସାହସୀ ଜେନେରାଲ ତାନାଜୀ ମାଲାସୁରେଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ତାନାଜୀ: ଦ ଅନସଙ୍ଗ ୱାରିୟର” ଫିଲ୍ମରେ ଅଜୟ ଦେବଗନ ଅଭିନୟ କରିବେ ଓ ଏହାର ଶୁଟିଙ୍ଗ ଅଳ୍ପ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon