• Deepti Moyee mohanty

ପକେଟ ଭିତରେ ରହିଯିବ ଏହି କମ୍ପ୍ୟୁଟର କି ବୋର୍ଡ


ଦିନକୁ ଦିନ ଯୁଗ ପରିବର୍ତ୍ତନ ହେବାସହ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି।ବୈଜ୍ଞାନିକମାନଙ୍କ ଅଦମ୍ୟ ଚେଷ୍ଠା ସ୍ୱରୂପ ପ୍ରସ୍ତୁତ ହୋଇପାରିଛି ସବୁଠାରୁ ନମନୀୟ ଓ ଶସ୍ତା କି ବୋର୍ଡ।

ଏହି କି ବୋର୍ଡକୁ ଆପଣ ସଙ୍କୁଚିତ କରି ନିଜ ପକେଟରେ ରଖିପାରିବେ। ଏପରି କରିବା ସମୟରେ ଭାଙ୍ଗିଯିବାର ଭୟମଧ୍ୟ ନହିଁ। ଏହା ଖୁବ ନମନୀୟହେବା ସହ ଏହାର ଉତ୍ପାଦିତ ମୂଲ୍ୟ ଏକ ଆମେରିକୀୟ ଡଲାର(୧$) ରହିଛି ।ତେବେ ଏହାର ବଜାର ମୂଲ୍ୟ ଜଣା ପଡି ନାହିଁ ।

ବର୍ତ୍ତମାନ ବଜାରରେ ପୋର୍ଟେବଲ କି ବୋର୍ଡ ମିଳୁଥିଲେବି ସେଗୁଡିକର ନମନୀୟତା ଗୁଣ ଖୁବ କମ। କାରଣ ସେଗୁଡିକ ଯେଉଁ ଆକୃତିର ତାକୁ ସେଇ ଆକୃତିରେ କିମ୍ବା ଅଳ୍ପ ମୋଡି ବ୍ୟବହାର କରାଯାଇପାରୁଛି।

କିନ୍ତୁ ଦକ୍ଷିଣ କୋରିଆ ସ୍ଥିତ ଶେଯଙ୍ଗ ୟୁନିଭର୍ସିଟିର ଗବେଷକମାନେ ପ୍ରସ୍ତୁତ ଯେଉଁ କି ବୋର୍ଡ ପ୍ରସ୍ତୁତ କରିଛନ୍ତି ତାହାକୁ ଆପଣ ସଂପୂର୍ଣ୍ଣ ସଙ୍କୁଚିତକରି ନିଜ ପକେଟରେ ରଖି ନେବାଆଣିବା କରିପାରିବେ। ଏହା ବର୍ତ୍ତମାନ ମିଳୁଥିବା ପୋର୍ଟେବୁଲ କି ବୋର୍ଡ ଠାରୁ ବହୁଗୁଣ ଅଧିକ ନମନୀୟ।

ଗବେଷକ ମାନେ ଏହାକୁ ତିଆରି କରିବାପାଇଁ ଇକୋସିଲିକନ ରବରର ଏକ ସେନ୍ସର ସିଟ ବ୍ୟବହାର କରିଛନ୍ତି। ଏଥିରେ କାର୍ବନ ନାନୋଟ୍ୟୁବର ବ୍ୟବହାର କରାଯାଇଛି ଯାହା ଫଳରେ କି କୌଣସି ପ୍ରକାର ଚାର୍ଜ ପରିବହନ ହେବନାହିଁ। ଏଥିରେ ଅଙ୍ଗୁଳିର ଚାପ ପଡିବା ମତ୍ରେ ଏହା ବୈଦ୍ୟୁତିକ ରେଜିଷ୍ଟାନ୍ସରେ ବଦଳି ବ୍ୟବହାରକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକରିଥାଏ।

ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଗବେଷକମାନେ ସର୍ବପ୍ରଥମେ ଇକୋସିଲିକନ ରବର ସିଟର ପୃଷ୍ଠଭୂମି ଉପରେ ବର୍ଗାକାର କ୍ଷେତ୍ରମାନ ଅଙ୍କନ କରି ସେଥିରେ ସମସ୍ତ ଅଙ୍କ,ଅକ୍ଷର ଗୁଡିକ ଲେଖି କ୍ୟାରେକ୍ଟର କି ଭଳି କାର୍ଯ୍ୟକ୍ଷମ କରାଇଛନ୍ତି।

ଏହି କି ବୋର୍ଡର କାର୍ଯ୍ୟକରିବା ଶୈଳୀ ଅନ୍ୟ କି ବୋର୍ଡ ପରି ସମାନ ଓ ସଠିକ। ଏହାର କାର୍ଯ୍ୟ କରିବାର ଶୈଳୀ,ନମନୀୟତା,ପରିବହନ ଓ ମୂଲ୍ୟ ଦୃଷ୍ଟିରୁ ଏହା ଗ୍ରହକଙ୍କ ମଧ୍ୟରେ ଖୁବ ଆଦୃତ ହେବାନେଇ ଆଶା ରହିଛି।

#technology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon