- Somyadeep Prasad
ଗ୍ୟାସଷ୍ଟ୍ରିକ ସମସ୍ୟାରୁ ରକ୍ଷାପାଇବା ପାଇଁ , ଆପଣନ୍ତୁ ଏହି ଉପାୟ

ପ୍ରତିଦିନର କାର୍ଯ୍ୟରେ ବ୍ୟସ୍ତତା ଓ ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା ଆଦି କାରଣରୁ ବହୁ ଲୋକ ଗ୍ୟାଷ୍ଟ୍ରିକ୍ ଭଳି ପାକସ୍ତଳୀରେ ବାୟୁ ଜନିତ ରୋଗରେ ପଡ଼ିଥାନ୍ତି। ବହୁ ସମୟ ଭୋକରେ ରହିବା, ଠିକ୍ ସମୟରେ ଖାଦ୍ୟ ନଖାଇବା, ଖାଦ୍ୟକୁ ତରବରିଆ ଭାବେ ଖାଇବା ଓ ଠିକ୍ ଭାବେ ନଚୋବାଇବା, ଭୋକ ଲାଗୁଥିବାବେଳେ ପାଣି ପିଇବା ଆଦି ବିଭିନ୍ନ କାରଣରୁ ଗ୍ରାଷ୍ଟିକ୍ ରୋଗ ହୋଇଥାଏ। ଯାହା ପରବର୍ତ୍ତୀ ସମୟରେ ଲୋକଙ୍କ ଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ।
ଯଦି ଆପଣ ଏହିଭଳି ସମସ୍ୟାରେ ପୀଡିତ ତେବେ ଆପଣାନ୍ତୁ ଏହି ଉପାୟ ଏବଂ ଏଥିରୁ ମୁକ୍ତି ପାଆନ୍ତୁ।
ଯଦି ଆପଣଙ୍କର ସବୁବେଳେ ପେଟ ଫୁଲିଲାଭଳି ସମସ୍ୟା ଦେଖାଦେଉଛି, ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତୁ। ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଆପଣଙ୍କ ଶରୀରରୁ ଗ୍ୟାସ ସମସ୍ୟା ଦୂର କରିଥାଏ । ଏହା ଆପଣଙ୍କ ଶରୀରରେ ଥିବା ଅନାବଶ୍ୟକ ପାଣିକୁ ବାହାର କରିବାରେ ସାହାଯ୍ୟ କରିଥାଏ । ପାନମଧୁରି ଖାଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ଦୂର ହୋଇଥାଏ। ଏଥିରୁ ପ୍ରସ୍ତୁତ ହୋଇଥିବା ଚା’ ପିଇବା ଦ୍ୱାରା ଦୁଇମିନିଟରେ ପେଟ ସମସ୍ୟାରୁ ମୁକ୍ତି ମିଳେ।
ତୁଳସୀ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ରହିଛି ଯାହା ଖାଇବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ। ଏହା ବ୍ୟତୀତ ଆପଣ ଚାହିଁଲେ ଏଥିରୁ ଚା’ ପ୍ରସ୍ଥୁତକରି ପିଇପାରିବେ। ପେଟ ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ। ଧନିଆପତ୍ରରେ ଗ୍ୟାସରୁ ପେଟ ଫୁଲୁଥିଲେ ଧନିଆ ପତ୍ର ଖାଆନ୍ତୁ। ଏଥିରୁ ପ୍ରସ୍ତୁତ ଚା’
ପିଇବା ଦ୍ୱାରା ଆପଣଙ୍କ ପେଟ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଗ୍ୟାସଷ୍ଟ୍ରିକ ମଧ୍ୟ ହୋଇନଥାଏ ।
ଖାଇସାରିବା ପରେ କିଛି ସମୟ ଧୀରେ ଧୀରେ ଚାଲିବ ଦରକାର । ଖାଇସାରିବା ପରେ ମଧ୍ୟ ସିଧା ବସିବା ଦରକାର ସହ ଖାଦ୍ୟାକୁ ଧୀରେ ଏବଂ ଠିକ ଭାବରେ ଚୋବାଇବା ଦରକାର । ସାଧାରଣ ତାପମାତ୍ରାର ଥଣ୍ଡାପାନୀୟ ପିଇବା ଦ୍ଵାରା ଗ୍ୟାସ ସମସ୍ୟା ହୋଇନଥାଏ ।