• Deepti Moyee mohanty

ଟିଭି ସିରିଏଲ ରେଟିଙ୍ଗ : ବଢୁଛି ରିଏଲିଟି ଶୋ' ଚାହିଦା


ହିନ୍ଦୀ ହେଉ ବା ଓଡିଆ, ଟିଭି ସିରିଏଲ ଲୋକମାନଙ୍କର ବହୁତ ପସନ୍ଦ। ଆଜିକାଲି ଲୋକମାନଙ୍କ ପସନ୍ଦକୁ ଆଖିଆଗରେ ରଖି ବହୁ ଟିଭି ଚ୍ୟାନେଲ ଭିନ୍ନ ଭିନ୍ନ ଧରଣର ସିରିଏଲ ସବୁ ତିଆରି କରୁଛନ୍ତି । କିନ୍ତୁ ବର୍ତ୍ତମାନ ଲୋକଙ୍କ ରୁଚି କିଛିଟା ବଦଳିବାରେ ଲାଗିଛି। ଲୋକେ ଉଭୟ ହିନ୍ଦୀ ଓ ଓଡିଆରେ ସିରିଏଲ ଦେଖିବାସହ ରିଆଲିଟି ଶୋକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ଏଥର ଉଭୟ ହିନ୍ଦୀରେ କଲର୍ସର ଡ୍ୟାନ୍ସ ରିଆଲିଟି ଶୋ “ଡ୍ୟାନ୍ସଦିୱାନେ” ଓ ଓଡିଆରେ ଜୀ ସାର୍ଥକରେ ପ୍ରସାରିତ ରିଆଲିଟି ଶୋ “ରଜ କୁଇନ୨୦୧୮“ ଦର୍ଶକଙ୍କ ମନଜିଣି ଟପ୫ ରେ ସ୍ଥାନ ପାଇଛି।

ଟେଲିଭିଜନ ଶୋ ରେଟିଙ୍ଗ ଅନୁଷ୍ଠାନ BARC ଅନୁସାରେ ସେହିପରି କିଛି ଲୋକପ୍ରିୟ ସିରିଏଲ ମଧ୍ୟରୁ କେଉଁ ସିରିଏଲ ରହିଛି ସବୁଠୁ ଉଚ୍ଚରେ ଆସନ୍ତୁ ଜାଣିବା।

ହିନ୍ଦୀ ଟିଭି ସିରିଏଲ

ହିନ୍ଦୀ ସିରିଏଲ ପାଇଁ ପ୍ରକାଶିତ ସଦ୍ୟ ରେଟିଙ୍ଗ ରିପୋର୍ଟ ଅନୁସାରେ କଲର୍ସ ଓ ଜୀ ଟିଭି ଚ୍ୟାନେଲର ସିରିଏଲ ଗୁଡିକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଟପ 5 ରେ ଥିବା ସିରିଏଲ ଗୁଡିକ ମଧ୍ୟରେ ରହିଛି କଲର୍ସର “ନାଗିନ-୩”, ଜୀ ଟିଭିର “କୁମକୁମଭାଗ୍ୟ”,”କୁଣ୍ଡଳୀ ଭାଗ୍ୟ”, ଜୀ ଅନମୋଲର “କୁମକୁମଭାଗ୍ୟ” ଓ ୫ମ ସ୍ଥାନରେ ରହିଛି କଲର୍ସର ଡ୍ୟାନ୍ସ ରିଆଲିଟି ଶୋ “ଡ୍ୟାନ୍ସଦିୱାନେ”।

କଲର୍ସ ଟିଭିରେ ପ୍ରସାରିତ ନାଗିନ-୩ରେ କରିସ୍ମା ତନ୍ନା,ପର୍ଲ ଭି ପାଉଲ,ଅନିତା ହସନନ୍ଦାନି,ସୁରଭି ଯୋଶୀଙ୍କୁ ନେଇ ନାଗିନର ପ୍ରେମ ପତିଶୋଧ କାହାଣୀଟି ଗତିଶୀଳ ହେଉଛି।

ଜୀ ଟିଭିରେ ପ୍ରସାରିତ ସିରିଏଲ କୁମକୁମ ଭାଗ୍ୟ, ରକଷ୍ଟାର(ଅଭି) ଓ ଜଣେ ସାଧାରଣ ଝିଅର(ପ୍ରଜ୍ଞା)ର ଭଲପାଇବାକୁ ନେଇ ଆଧାରିତ। ଏହି ସିରିଏଲଟି ପୁନର୍ବାର ଆରମ୍ଭରୁ ଜୀ ଅନମୋଲରେ ପ୍ରସାରିତ ହେଉଛି ଓ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। “କୁଣ୍ଡଳୀଭାଗ୍ୟ”ରେ ରହିଛି ଦୁଇ ଭଉଣୀଙ୍କର କାହାଣୀକୁ ନେଇ ଗତିଶୀଳ।

ଓଡିଆ ସିରିଏଲ

ଜୀ ସାର୍ଥକରେ ପ୍ରସାରିତ ସିରିଏଲ “ତୋ ଅଗଣାର ତୁଳସୀ ମୁଁ”,”ସିନ୍ଦୁର ବିନ୍ଦୁ”,”ଜୀବନ ସାଥୀ”ଓ “ରଜ କୁଇନ୨୦୧୮”କୁ ବର୍ତ୍ତମାନ ଦର୍ଶକ ମାନେ ଖୁବ ପସନ୍ଦ କରୁଥିବା ବେଳେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ “ତାରାତାରିଣୀ” ମଧ୍ୟ ରହିଛି ଟପ5 ରେଟିଙ୍ଗରେ।

ତୁଳସୀ ଓ ଚନ୍ଦନର ଭଲପାଇବାର କାହାଣୀରୁ ଆରମ୍ଭ ହୋଇ ବର୍ତ୍ତମାନ ସେମାନଙ୍କର ଝିଅ କେଟିର ଜୀବନକୁ ନେଇ “ତୋ ଅଗଣର ତୁଳସୀ ମୁଁ” ରହିଛି ଚାହିଦାରେ। ତରଙ୍ଗରେ ପ୍ରସାରିତ “ତାରା ତାରିଣୀ”ରେ ରହିଛି ଏକାଭଳି ଦେଖାଯାଉଥିବା ଦୁଇ ଚେହେରାର ଝିଅ, କିନ୍ତୁ ସେମାନଙ୍କର କାହାଣୀ ଅଲଗା ଓ ରିଆଲିଟି ଶୋ “ରଜ କୁଇନ୨୦୧୮“କୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି।

#entertainment #tv #serial

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon