• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ: ପଢନ୍ତୁ କେଉଁ ରାଶିର ହେଇପାରେ ଝଗଡା


ମେଷ: ସପ୍ତାହ ସାରା ଆପଣ କାମରେ ବ୍ୟସ୍ତ ରହିବେ। ପରିବାର ଓ କର୍ମେକ୍ଷେତ୍ରରେ ସମାନ ସମୟ ଦେବାକୁ ଚେଷ୍ଟା କରିବେ। ହଠାତ୍ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରୀରେ ପଦୋନ୍ନତି ଘଟିବ। ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ।

ବୃଷ: ଉଦାସ ରହିବେ। ଚେଷ୍ଟା କରୁଥିବା କାର୍ଯ୍ୟରେ ବିଫଳ ହେବେ। ଧୈର୍ଯ୍ୟ ରଖିବାକୁ ପଡିବ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ପିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ବନ୍ଧୁମାନେ ସହଯୋଗର ହାତ ବଢାଇବେ।ବ୍ୟୟରେ ବୃଦ୍ଧି ଘଟିପାରେ।

ମିଥୁନ: ଅଯଥାରେ କାହା ସହିତ ଝଗଡା କରିପାରନ୍ତି । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଅର୍ଥହାନୀର ସମ୍ଭାବନା ରହିଛି।

କର୍କଟ: କୌଣସି କାରଣ ଯୋଗୁ ମନ ଉଦାସ ରହିବ।କିନ୍ତୁ ପାରିବାରିକ ସମ୍ପର୍କ ଭଲ ରହିବ।ପରିବାର ସହିତ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଆୟରେ ଉନ୍ନତି ଘଟିବ। ଦେଖିଚାହିଁ ଖର୍ଚ୍ଚ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ।

ସିଂହ: କଠିନ ପରିସ୍ଥିତିକୁ ଦୂର କରିବେ। ମାଲି ମକଦ୍ଦମା କ୍ଷେତ୍ରରେ ଜୟଯୁକ୍ତ ହେବେ। ବ୍ୟୟରେ ବୃଦ୍ଧି ହେବାରେ ଯଥେଷ୍ଟ ସମ୍ଭାବନା ରହିଛି। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି ଭଲ ରହିବ।

କନ୍ୟା: ଦୁରସ୍ଥାନକୁ ଯାତ୍ରା କରିବେ। ମାତାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିବ। ପାରିବାରିକ ଜୀବନରେ ବିଶୃଙ୍ଖଳା ଦେଖାଦେଇପାରେ। ଚାକିରିରେ ପଦୋନ୍ନତି ଘଟିପାରେ। ବନ୍ଧୁମାନଙ୍କ ସହିତ ସମୟ ବିତାଇବେ।ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ଏଥିଲାଗି ସଚେତନ ରୁହନ୍ତୁ ।

ତୁଳା: ବ୍ୟସ୍ତ ରହିବେ। ଅଫିସ କାର୍ଯ୍ୟପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ସାମାନ୍ୟତମ ଅବହେଳା ବିରାଟ କ୍ଷତି କରିପାରେ। ଜମିବାଡି କ୍ରୟ କରିପାରନ୍ତି। ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।

ବିଛା:ମାନସିକ ଦୁଶ୍ଚିନ୍ତା ବଢିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ । ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ପରିବାର ସହିତ ବୁଲିବାକୁ ଯିବେ।ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ଆଶା କରିଥିବା ଦିଗରୁ ଅର୍ଥ ଆସିବାର ସମ୍ଭାବନା ରହିଛି। ଜଟିଳ ପରିସ୍ଥିତକୁ ସାହାସିକତାର ସହିତ ସାମ୍ନା କରନ୍ତୁ। ସନ୍ତାନମାନେ ଆପଣଙ୍କୁ ଗର୍ବିତ ଅନୁଭବ କରାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ ରହିବ। ଛାତ୍ରଛାତ୍ରୀମାନେ ଅଧିକ ପରଶ୍ରମ କରନ୍ତୁ।

ମକର: ସପ୍ତାହ ଆରମ୍ଭରୁ ଆୟ ବୃଦ୍ଧି ଘଟିବ। ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଅଫିସରେ କାମ ପାଇଁ ପ୍ରଶଂସିତ ହେବେ ଓ ପଦୋନ୍ନତି ହୋଇପାରେ। ପାରିବାରିକ ଜୀବନ ଖୁସିରେ କଟିବ ଓ ନୂତନ ଜମି କିଣି ପାରନ୍ତି।ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

କୁମ୍ଭ: କଠିନ ପରିଶ୍ରମର ସୁଫଳ ପାଇବେ। ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଅଧିକ ବ୍ୟୟ କରିପାରନ୍ତି। ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଦେଖାଯାଇପାରେ। ବନ୍ଧୁମାନଙ୍କ ସହିତ ଝଗଡା କରନ୍ତୁ ନାହିଁ। ସନ୍ତାନଙ୍କର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି ଓ ଆପଣ ଏହା ଭରପୁର ଉପଭୋଗ କରିବେ।ପିତାଙ୍କ ସହିତ ଝଗଡା ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ପାଇଁ ଚିନ୍ତିତ ରହିବେ। ଧାର୍ମିକ କାର୍ଯ୍ୟପ୍ରତି ମନୋବଳାଇବେ। ସଠିକ ଭାବରେ ବିଶ୍ରାମ କରନ୍ତୁ। ଛାତ୍ରଛାତ୍ରୀ ମାନେ ପାଠପଢ଼ନ୍ତୁ ଓ କଠିନ ପରିଶ୍ରମ କରନ୍ତୁ।

#ashtrology #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon