• padmabati kund

ଅମିର ଓ ଆଲିଆଙ୍କ ଆଗାମୀ ଫିଲ୍ମ : ଚର୍ଚ୍ଚିତ ଗୁରୁ 'ଓଶୋ'


ଏହା ଏକ ଜଣା ଶୁଣା କଥା ଯେ ମିଷ୍ଟର ପରଫେକସନିଷ୍ଟ ଅମିର ଖାନ ବର୍ଷକୁ ମାତ୍ର ଗୋଟିଏ ଫିଲ୍ମ କରିଥାନ୍ତି ଓ ଏହା ପରି ଅନ୍ୟଠୁ ଭିନ୍ନ ହେଇଥିବ ସେ ବିଷୟରେ ଚେଷ୍ଟା କରିଥାନ୍ତି । ସେହିପରି ଏକ ଫିଲ୍ମ ପାଇଁ ଦର୍ଶକ ମାନଙ୍କୁ ଭେଟି ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି ଅମିର ଖାନ।

ଶୁଣିବାକୁ ମିଳିଛି ଯେ ସବୁଠାରୁ ଅଧିକ ବିବାଦପୂର୍ଣ୍ଣ ଧାର୍ମିକ ବ୍ୟକ୍ତିତ୍ଵ ଗୁରୁ ରଜନୀଶ ଓଶୋଙ୍କ ଚରିତ୍ରରେ ଅମିର ଖାନଙ୍କୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ଆଲିୟା ଭଟ୍ଟ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିପାରନ୍ତି।

ଫିଲ୍ମର ନିର୍ମାତା ଶକୁନ ବତ୍ରା ଅମିର ଖାନଙ୍କୁ ଏହି ଚଳଚିତ୍ରରେ ଓଶୋଙ୍କ ଭୂମିକାରେ ଅଭିନୟ କରିବାକୁ ଅଫର କରିଥିବାବେଳେ ଆଲିୟା ଭଟ୍ଟ ଏଥିରେ ଓଶୋଙ୍କର ସେକ୍ରେଟେରୀ ମା ଆନନ୍ଦ ଶୀଲାଙ୍କ ଭୂମିକାରେ ଅଭିନୟ କରିପାରନ୍ତି। ଉଭୟ ଅମିର ଓ ଆଲିୟା ଏହି ଫିଲ୍ମ ପାଇଁ ସମ୍ମତି ଦେଇସାରିଥିବାବେଳେ ଫିଲ୍ମର କେବଳ ଆନୁଷ୍ଠାନିକ ଘୋଷଣା ହେବା ବାକି ରହିଛି।

ପ୍ରଥମ ଥର ପାଇଁ ଅମିର ଏବଂ ଆଲିୟାଙ୍କୁ ଦର୍ଶକମାନେ ଏକାଠି ଦେଖିବାକୁ ପାଇବେ ଏହା ଫ୍ୟାନମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଏକ ଭେଟି ହେବ। ଏହା ବ୍ୟତୀତ ଶକୁନ ବତ୍ରାଙ୍କର ଅମିର ଖାନଙ୍କ ସହିତ ଏହା ପ୍ରଥମ ଫିଲ୍ମ ଓ ଆଲିୟାଙ୍କ ସହିତ ଦ୍ଵିତୀୟ ଫିଲ୍ମ । ପୂର୍ବରୁ ସେ ଆଲିୟାଙ୍କ ସହିତ “କପୁର ଆଣ୍ଡ ସନ୍ସ”ରେ କାମ କରିସାରିଛନ୍ତି।

ଭାରତରେ ଲୋକମାନଙ୍କ ଗହଣରେ ଆଚାର୍ଯ୍ୟ ରଜନିଶ,ଭଗବାନ ଶ୍ରୀ ରଜନିଶ ଓ ଓଶୋ ଭାବରେ ପରିଚିତ ଏହି ବାବା 1960ମସିହାରେ ବହୁ ବିବାଦରେ ପଡିଥିଲେ। ବିବାଦରେ ପଡିବା ପରେ ଲୋକମାନଙ୍କ ଆଗରେ ଓଶୋଙ୍କର ଅସଲି ଚେହେରା ଆସିଥିଲା ଓ ସେ “ସେକ୍ସ ଗୁରୁ” ଭାବରେ ଧରା ପଡିଥିଲେ।

ଏପରି ଏକ ଚରିତ୍ରରେ ଅମିର ଖାନଙ୍କୁ ଅଭିନୟ କରିଥିବାର ଦେଖିବା ପାଇଁ ଫ୍ୟାନ ମାନଙ୍କ ମନରେ ନିଶ୍ଚିତ ଭାବରେ ଉତ୍କଣ୍ଠା ବଢିବ। ବର୍ତ୍ତମାନ ଅମିର ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର “ଠଗସ ଅଫ ହିନ୍ଦୁସ୍ଥାନ” ପାଇଁ ବ୍ୟସ୍ତ ରହିଥିବା ବେଳେ ଆଲିୟା “ବ୍ରହ୍ମାସ୍ତ୍ର” ଚଳଚ୍ଚିତ୍ର ପାଇଁ ବ୍ୟସ୍ତ ଅଛନ୍ତି। ଅନୁଷ୍ଠାନିକ ଭାବରେ ଅହି ଫିଲ୍ମର ଘୋଷଣା କରାଯିବ ପରେ ଚଳିତ ବର୍ଷ ଶେଷ ଆଡକୁ ଏହାର ଶୁଟିଙ୍ଗ ଆରମ୍ଭ ହେବ ବୋଲି ଶୁଣାଯାଉଛି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon