- Somyadeep Prasad
ଏହି ଗୀତ ଆଗରୁ ପାଇଥିଲା 82 ଲକ୍ଷ ହିଟ, ଏବେ ନୂଆ ଭିଡିଓ ପୁଣି ହେଲାଣି ଭାଇରାଲ

ପୂର୍ବରୁ ମୁଇଁ ସମ୍ବଲପୁରିଆ ବାବୁ ଗୀତ ଗାଇ ରାତାରାତି ଇଣ୍ଟରନେଟ ସେନ୍ସେସନ ପାଲଟିଥିବା ଯୁବ ଗାୟକ ମଣ୍ଟୁ ଛୁରିଆଙ୍କ ସେହି ଲୋକପ୍ରିୟ ଗୀତର ମ୍ୟୁଜିକ ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି । ୟୁ ଟ୍ୟୁବରେ ଅପଲୋଡ ହେବାର ମାତ୍ର ଛ'-ସାତ ଦିନ ଭିତରେ ଏହାକୁ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି ।
ଗତ ଜୁନ 19 ତାରିଖରେ ୟୁଟ୍ୟୁବରେ ରିଲିଜ ହୋଇଛି ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ଛୁରିୟାଙ୍କ ସମ୍ବଲପୁରୀ ଗୀତ ସମ୍ବଲପୁରିଆ ବାବୁର ଏକ ନୂଆ ମୁଜିକ ଭିଡିଓ ଯେଉଁଥିରେ ଅଭିନୟ କରିଛନ୍ତି ଦୀପକ ପୂଜାରୀ ।ଏବେ ପର୍ଯ୍ୟନ୍ତ ମାତ୍ର 6 ଦିନ ମଧ୍ୟରେ ୫ ଲକ୍ଷ ୩୮ ହଜାର ଦର୍ଶକ ଏହାକୁ ୟୁଟ୍ୟୁବରେ ଦେଖି ସାରିଲେଣି ।
ପୂର୍ବରୁ ଏହାର ଷ୍ଟୂଡିଓ ଭର୍ଜନ ଭିଡିଓ ଗତ ବର୍ଷ ଅକ୍ଟୋବର ୧୬ ୟୁଟ୍ୟୁବରେ ରିଲିଜ ହେଇଥିଲା, ଯାହାକୁ ୮୨ ଲକ୍ଷ ୪୧ ହଜାର ୯୯୦୩ ଥର ଦେଖା ଯାଇଥିଲା । ଏହା ଦର୍ଶକମାନଙ୍କ ମନକୁ ବହୁତ ପସନ୍ଦ ଆସିଥିଲା ।
ସମ୍ବଲପୁରୀ କଣ୍ଠଶିଳ୍ପୀ ମଣ୍ଟୁ ସଦାବେଳେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହି ମୁଜିକ ଭିଡିଓ ନିଜର ଚେଷ୍ଟା ଜାରୀ ରଖିଛନ୍ତି । ସେ ଏକ ଘରେଇ ଚାନେଲ ସାକ୍ଷାତକର ବେଳେ କହିଥିଲେ ତାଙ୍କର ଡର ରହିଛି କେବଳ ଦର୍ଶକମାନଙ୍କ ପାଖରେ କାଳେ କିଛି ଭୁଲ ହୋଇଯିବ ବୋଲି। ତାଙ୍କ ଅନୁସାରେ ସେ କେବେ ବି ଭାବି ନ ଥିଲେ, ତାଙ୍କ ଗୀତା ଗାଇବା ଦର୍ଶକମାନଙ୍କୁ ଏତେ ଭଲ ଲାଗିବ ବୋଲି ।
ମଣ୍ଟୁ ଏହା ମଧ୍ୟ କହିଛନ୍ତି ଗୀତ ଗାଇବାକୁ ତାଙ୍କ ମା,ବାପା ଏବଂ ଭାଇ ବହୁତ ସହଯୋଗ କରନ୍ତି । ତାଙ୍କର ବାପି କାକା ଏବଂ କ୍ଷୀରୋଦ ବାଗ କାକାଙ୍କଠୁ ଅନୁପ୍ରେରିତ ହୋଇ ମଣ୍ଟୁ ସଂଗୀତ ଦୁନିଆରେ ପାଦ ଥାପିଥିଲେ ବୋଲି କହିଛନ୍ତି ।
ସମ୍ବଲପୁରିଆ ବାବୁ ଛଡା ତାଙ୍କର ସେଲଫି ବେବୋ, ଦେଶୀ ପିଲା ଆଦି ଗୀତର ମ୍ୟୁଜିକ ଭିଡିଓ ୟୁ ଟ୍ୟୁବରେ ଅନେକ ଲୋକପ୍ରିୟ ।