• padmabati kund

ବ୍ୟାଙ୍କରେ 10,000ରୁ ଉର୍ଦ୍ଧ୍ବ ପଦବୀ ପାଇଁ ହେବ ପରୀକ୍ଷା :କେମିତି କରିବେ ଆବେଦନ


ବ୍ୟାଙ୍କ ମାନଙ୍କରେ ବିଭିନ୍ନ ପଦବୀ ପାଇଁ ପରୀକ୍ଷା କରାଉଥିବା ଇନିଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନ ତରଫରୁ ଆର.ଆର.ବି (ସି.ଆର.ପି  ଆର.ଆର.ବି vii) ପାଇଁ ହେବାକୁ ଯାଉଥିବା ଆଗାମୀ କମନ ରିକୃଟମେଣ୍ଟ ପ୍ରୋସେସ ପାଇଁ ଅନଲାଇନ ପରୀକ୍ଷା ବିଜ୍ଞାପନ ପ୍ରକାଶ ପାଇଛି।

ଏଥିରେ ଗୁପ-ଏ ରେ ଅଫିସର (ସ୍କେଲ1,2 ଓ 3) ଓ ଗ୍ରୁପ-ବିରେ ଅଫିସ ଆସିଷ୍ଟାଣ୍ଟ (ମଲ୍ଟି ପରପୋଜ)ପଦରେ ନିଯୁକ୍ତି ଦିଆଯିବ। ମୋଟ 10,000ରୁ ଅଧିକ ପଦ ପାଇଁ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁଲାଇ ମାସ 2 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦ ସଂଖ୍ୟା:

ପ୍ରକାଶ ପାଇଥିବା ପଦ ଗୁଡିକ ମଧ୍ୟରୁ ଅଫିସ ଆସିଷ୍ଟାଣ୍ଟ ପାଇଁ 5249ଟି, ଅଫିସର ସ୍କେଲ-1(ଆସିଷ୍ଟାଣ୍ଟ ମ୍ୟାନେଜର) ପାଇଁ 3312, ଅଫିସର ସ୍କେଲ-2 (ମ୍ୟାନେଜର) ପାଇଁ 1469 ଓ ଅଫିସର ସ୍କେଲ-3 (ସିନିୟର ମ୍ୟାନେଜର) ପାଇଁ 160 ପଦ ପ୍ରକାଶ ପାଇଛି।

ବୟସ ସୀମା:

ଅଫିସର ସ୍କେଲ-1 ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କର ବୟସ ଜୁନ 1, 2018 ପର୍ଯ୍ୟନ୍ତ ସର୍ବନିମ୍ନ 18 ବର୍ଷ  ଓ ସର୍ବାଧିକ 30 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସେହିପରି ଅଫିସର ସ୍କେଲ-2 ପାଇଁ ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 32ବର୍ଷ, ଅଫିସର ସ୍କେଲ-3 ନିମନ୍ତେ ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 40ବର୍ଷ ଏବଂ ଅଫିସ ଆସିଷ୍ଟାଣ୍ଟ ପଦ ପାଇଁ ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 28 ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଓ.ବି.ସି ଓ ଅବସର ପ୍ରାପ୍ତ ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା:

ଅଫିସ ଆସିଷ୍ଟାଣ୍ଟ ଓ ଅଫିସର ସ୍କେଲ-1 ପଦ ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତୀ ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଅଫିସର ସ୍କେଲ-2 ଏବଂ ସ୍କେଲ-3 ପଦ ପାଇଁ ଗ୍ରାଜୁଏସନରେ 50%ରୁ ଅଧିକ ମାର୍କ ରଖିଥିବା ସହିତ ଏଗ୍ରୀଗେଟ ଥିବା ଆବଶ୍ୟକ।

ଆପ୍ଲିକେସନ ଫି:

ଏହାକୁ ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ଟ.600 ଓ ଅନୁସୂଚିତ ଜାତି, ଜନଜାତି,ଶାରିରୀକ ଅକ୍ଷମ ପ୍ରାର୍ଥୀମାନଙ୍କୁ ଟ.100 ଦେବାକୁ ପଡିବ। ଜୁନ 8 ତାରିଖରୁ ଜୁଲାଇ 2 ତାରିଖ ମଧ୍ୟରେ ଅନଲାଇନରେ ଡେବିଟ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ଏହାକୁ ପଇଠ କରିପାରିବେ।

ଚୟନ ପଦ୍ଧତି:

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ଚୟନ କରିବା ପାଇଁ ପ୍ରଥମେ ଅନଲାଇନ ଲିଖିତ ପରୀକ୍ଷା କରାଯିବ। ଏହାପରେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

ଏହି ପରୀକ୍ଷା ପାଇଁ ଗୁରୁତ୍ଵପୂର୍ଣ୍ଣ ତାରିଖ, ପରୀକ୍ଷା ପାଇଁ ସିଲାବସ ଓ ବିଜ୍ଞପ୍ତିର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପାଇଁ ଇନିଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନେଲ ସିଲେକ୍ସନର ଅଫିସିଆଲ ୱେବସାଇଟ www.ibps.in ରେ ଲଗଇନ କରନ୍ତୁ।  

#jobs #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon