• padmabati kund

ଓଡିଶାର ବହୁ ଜିଲ୍ଲାରେ ମିଳୁଛି ନାଗ ସାପ ଶିଶୁ


ମାଟି ଘରୁ ବହୁ ସଂଖ୍ୟାରେ ନାଗସାପ ବାହାରିବା କଥା ଓଡିଶାବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ତିନି ଦିନ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଯଥା ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର ଓ ପିପିଲିରେ ମାଟିଘରୁ ବହୁଳ ମାତ୍ରାରେ ନାଗଛୁଆ ଦେଖିବାକୁ ମିଳୁଛି।

ସ୍ନେକ ହେଲ୍ପ ଲାଇନର ସାପ ଧରାଳୀମାନଙ୍କ ସାହାଯ୍ୟରେ ସାପ ଗୁଡିକୁ ଧରାଯାଉଥିଲେ ମଧ୍ୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଲୋକମାନଙ୍କର ଅନ୍ଧବିଶ୍ଵାସ ଯୋଗୁ ଘରଭିତରୁ ଏତେ ଗୁଡିଏ ସାପ ବାହାରୁଛନ୍ତି ବୋଲି କୁହାଯାଉଛି।

ମଙ୍ଗଳବାର ଦିନ କେନ୍ଦ୍ରପଡା ଚକ୍ରଡାରୁ 20 ଟି ନାଗଛୁଆ ଧରାଯାଇଛି। ଗାଁର ରଞ୍ଜିତ ସ୍ଵାଇଁ ଘର ନିକଟରେ କିଛି ସାପ ଖେଳୁଥିବାର ଦେଖି ସ୍ନେକ ହେଲ୍ପଲାଇନକୁ ଖବର କଲାପରେ ଏହି ସାପଙ୍କୁ ଧରା ଯାଇଥିଲା।

ସେହିପରି ଚଳିତ ସପ୍ତାହରେ ଭଦ୍ରକ ଜିଲ୍ଲା ଧାମନଗରରୁ ସବୁଠାରୁ ଅଧିକ ସଂଖ୍ୟାରେ ମୋଟ 111ଟି ନାଗଛୁଆଙ୍କୁ ଧରା ଯାଇଥିବା ବେଳେ ପାଖ ଗାଁ କଣ୍ଟାବାରେଣୀ ରୁ ମଧ୍ୟ 20ଟି ସାପ ଉଦ୍ଧାର କରାଯାଇଛି। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବେଗୁନିଆରୁ ଧରାଯାଇଛି 10 ନାଗ ସାପ। ଅନ୍ୟପଟେ ପୁରୀ ଜିଲା ପିପିଲିର ସୁହାଗପୁର ଗ୍ରାମରୁ ଅନାଦି ସାହୁଙ୍କ ଘରୁ 12ଟି ନାଗ ଛୁଆଙ୍କୁ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଦ୍ଵାରା ଉଦ୍ଧାର କରାଯାଇଛି।

ଅନ୍ଧବିଶ୍ଵାସ

ଗତ ଦୁଇଦିନ ତଳେ ଭଦ୍ରକର ଧାମ ନଗରର ପାଇକସାହିର ବିଜୟଙ୍କ ଘରୁ 111ଟି ନାଗଛୁଆଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାପରଦିନ ଦୁଇଟି ବଡ ସାପ ମଧ୍ୟ ଉଦ୍ଧାର କରଯାଇଥିଲା। ଆଗରୁ ଘରଭିତରେ ଗୋଟିଏ କିମ୍ବା ଦୁଇଟି ସାପ ରହୁଛନ୍ତି ବୋଲି ବିଜୟ ସନ୍ଦେହ କରିଥିଲେ ମାତ୍ର ଅନ୍ଧବିଶ୍ଵାସର ଶିକାର ହୋଇ ସାପ ମାନଙ୍କୁ ଘରୁ ବାହାର କରୁ ନ ଥିଲେ।

ସାପ ଘରେ ରହିଲେ ସୁଖ ସମୃଦ୍ଧି ବଢିବ ବୋଲି ଗାଁର ଜଣେ ମଙ୍ଗଳ ସାଧକଙ୍କ ପରାମର୍ଶ ଅନୁସାରେ କ୍ଷୀର, ଧୂପ, ଫୁଲ ଦେଇ ସାପଙ୍କୁ ପୂଜା କରୁଥିଲେ ଏବଂ ମାଟି ଘରେ ଥିବା ଉଈ ହୁଙ୍କା ଗୁଡିକ ସାପମାନଙ୍କର ବଂଶବୃଦ୍ଧି କରିବାର ମୁଖ୍ୟ କାରଣ ହୋଇଥିଲା।

ହେଲ୍ପ ଲାଇନର ମତ ଅନୁସାରେ ମା' ନାଗସାପ ଏକ ସମୟରେ ମୋଟ 30 ଟି ନାଗ ଛୁଆ ଦେଇପାରେ ଓ ମୋଟ 45 ରୁ 60 ଦିନ ମଧ୍ୟରେ ସାପ ଛୁଆମାନେ ବାହାରକୁ ଆସିଥାନ୍ତି।

#snake #odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon