• Somyadeep Prasad

ଜାଣନ୍ତୁ : ବଜ୍ରପାତ ସମୟରେ କିପରି କରିବେ ନିଜ ସୁରକ୍ଷା


ଏବେ ମୌସୁମୀ ଓଡିଶାରେ ସକ୍ରିୟ ରହିଛି । ଏହି ସମୟରେ ବିଜୁଳି ଘଡଘଡି ଏକ ସ୍ଵାଭାବିକ ପ୍ରକ୍ରିୟା। ତେବେ ଏହି ବଜ୍ରପାତ ଅନେକ ସମୟରେ ଜୀବନ ନେବା ସହିତ ଘରର ଜରୁରୀ ଇଲେକ୍ଟ୍ରୋନିକ ଉପକରଣ ଖରାପ କରିଦିଏ । ତେବେ ଆସନ୍ତୁ ଜାଣିବା ବଜ୍ରପାତ ସମୟରେ ବିପଦରୁ ବଞ୍ଚିବା କ'ଣ କ'ଣ କରିବା ଉଚିତ ।

ଘର ବାହାରେ ଥିଲେ

ଲୁହାଖମ୍ବ, ଲୁହାଛଡ଼ ଏବଂ ଲୁହା କବାଟ ଠାରୁ ଦୂରରେ ରୁହନ୍ତୁ ।

ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ତେବେ ତୁରନ୍ତ ସେଠାରୁ ବାହାରି ଆସନ୍ତୁ। କୌଣସି ବଡ ଗଛ ତଳେ, ଖୋଲା ଜାଗାରେ ଛିଡା ହୁଅନ୍ତୁ ନାହି। ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ ।

ନିରାପଦ ଆଶ୍ରୟସ୍ଥଳୀଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଆଶ୍ରୟ ନିଅନ୍ତୁ । ଦୁଇ କାନକୁ ହାତ ଦେଇ ବନ୍ଦ କରନ୍ତୁ, ନଚେତ ପ୍ରଚଣ୍ଡ ଶବ୍ଦରେ ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି । ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରି ଦିଅନ୍ତୁ । କାର ଭିତରେ ଥିଲେ ସେଠାରେ ରୁହନ୍ତୁ, କାରଣ କାରରେ ଟାୟାର ଥିବାରୁ କରେଣ୍ଟ କାରକୁ ଛୁଇଁ ନ ଥାଏ ।

ଯଦି ବାହାରେ ଅଛନ୍ତି ତା’ହେଲେ ବୈଦ୍ୟୁତିକ ଉପକରଣଠୁ ଦୂରରେ ରୁହନ୍ତୁ । ଲୁହାଖମ୍ବ, ଲୁହାଛଡ଼ ଏବଂ ଘରର ଲୁହା କବାଟ ଠାରୁ ଦୂରରେ ରୁହନ୍ତୁ । ଟେଲିଫୋନ୍‍, ମୋବାଇଲ, ଟିଭି ଏବଂ ବିଦ୍ୟୁତ୍ ଉପକରଣ ଗୁଡିକର ସୁଇଚ୍ ଅଫ୍‌ କରି ଦିଅନ୍ତୁ ।

ଘରେ ଥିଲେ

ଘରେ ଥିଲେ କୌଣସି ଲୁହା, ଧାତୁ କିମ୍ବା ବୈଦ୍ୟୁତିକ ଉପକରଣକୁ ଛୁଅନ୍ତୁ ନାହିଁ । ଘର ଭିତରେ ଥିବା ସମୟରେ ଝରକା, କବାଟ ଏବଂ କାନ୍ଥ ଠାରୁ ଦୂରତା ବଜାୟ ରୁଖନ୍ତୁ। ଏକାଠି ଥିଲେ ପରସ୍ପର ଠାରୁ ଦୂରତା ବଜାୟ ରଖନ୍ତୁ । ଗୃହପାଳିତ ପଶୁମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ।

ବଜ୍ରପାତ ହେବା ସମୟରେ ବିଜୁଳି ସଂଚାରିତ ଉପକରଣରୁ ଦୂରେଇ ରହିବା ସହ ଟେଲିଫୋନ ଏବଂ ମୋବାଇଲର ବ୍ୟବହାର ଆଦୌ କରନ୍ତୁ ନାହି । ବଜ୍ରପାତ ସମୟରେ ଘରର କବାଟ, ଝରକା ବନ୍ଦ ରଖିବା ସହ ଛାତ ଉପରକୁ ଯାଆନ୍ତୁ ନାହି ।

ଟେଲିଫୋନ୍‍, ମୋବାଇଲ, ଟିଭି ଏବଂ ବିଦ୍ୟୁତ୍ ଉପକରଣ ଗୁଡିକର ସୁଇଚ୍ ଅଫ୍‌ କରି ଦିଅନ୍ତୁ । ବଜ୍ରାଘାତରୁ ଘରକୁ ରକ୍ଷା କରିବା ପାଇଁ ghare ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ ।

#life #weather

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon