• Deepti Moyee mohanty

ଫୁଟବଲ ପ୍ରେମୀଙ୍କ ପାଇଁ ଜିଓର ନୂଆପ୍ଳାନ:୨୯୯ରେ ୪.୫ଜିବି


ଜିଓ ନିଜର ନୂତନ ଡବଲ ଧମାକା ଅଫରର ବଜାର ପ୍ରବେଶ କରାଇଛି ।

ଏହି ଅଫରରେ ଆପଣ ୨୯୯ ଟଙ୍କାରେ ୨୮ ଦିନିଆ ପ୍ଳାନରେ ଦୈନିକ ୪.୫ଜିବି ଡାଟା ପାଇବେ ଏବଂ ଅନ୍ୟ ସବୁ ପ୍ଳାନପରି ସମାନ ଫ୍ରି ଭଏସ କଲିଙ୍ଗର ସୁବିଧା ସହ ଦୈନିକ ୧୦୦ଟି ଏସଏମଏସ ମଧ୍ୟ ପାଇବେ। ଏହି ପ୍ଳାନ ରିଚାର୍ଜର ସମୟସୀମା ୩୦ଜୁନ ଯାଏ ରହିଛି।

ଫିଫା ୱାର୍ଲ୍ଡ କପ ନିମନ୍ତେ ଉକ୍ତ ପ୍ଲାନର ବଜାର ପ୍ରବେଶ କରାଯାଇଛି । ଜିଓ ତରଫରୁ ଏହି ପ୍ଳାନଟି ସମସ୍ତ ଫୁଟବଲ ପ୍ରେମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି କାରଣ ଅନଲାଇନ ମ୍ୟାଚ ଦେଖିବା ସମୟରେ ଗ୍ରହକଙ୍କ ଯେପରି ଡାଟା ପ୍ୟାକରେ ଅସୁବିଧା ନହେଉ ସେଥି ପ୍ରତି ଧ୍ୟାନ ଦେଇ ଏପରି ପ୍ଳାନ ପ୍ରସ୍ତୁତ କରାଯାଇଥିବା ନେଇ କୁହାଯାଇଛି ।

ଏହା ଆଗରୁ ଜିଓ ଏହାର ସମସ୍ତ ରିଚାର୍ଜରେ 1.5 ଜିବି ଅଧିକ ଡାଟା ଦେବ ବୋଲି କହିଥିଲା । ଅର୍ଥାତ ଏହାର ଟ.୧୪୯, ଟ.୩୪୯, ଟ.୩୯୯ ଏବଂ ଟ.୪୯୯ ଟଙ୍କା ପ୍ଳାନରେ ପୂର୍ବରୁ ଦିନକୁ ୧.୫ ଜିବି ଡାଟା ମିଳୁଥିବା ବେଳେ ଏବେ ଦୈନିକ ୩ ଜିବି ଡାଟା ମିଳିବ। ସେହିପରି ଟ.୧୯୮, ଟ.୩୯୮, ଟ.୪୪୮ ଏବଂ ଟ.୪୯୮ ଟଙ୍କା ପ୍ଳାନରେ ପୂର୍ବରୁ ଦିନକୁ ୨ ଜିବି ଡାଟା ମିଳୁଥିବା ବେଳେ ବର୍ତମାନ ଦୈନିକ ୩.୫ ଜିବି ଡାଟା ମିଳିବ। ଏହାଛଡା ୫୦୯ ଟଙ୍କିଆ ପ୍ଳାନରେ ପୂର୍ବରୁ ୪ଜିବି ମିଳୁଥିବା ବେଳେ ସମ୍ପ୍ରତି ୫.୫ଜିବି ଡାଟା ମିଳିବ। ଉକ୍ତ ପ୍ଳାନର ଅବଧି ୨୮ ଦିନ ରହିଛି।

ଜିଓର ଏହି ସବୁ ପ୍ଳାନ ଜୁନ ୩୦ ରାତି ୧୧ଟା.୫୯ ମିନିଟରେ ସମାପ୍ତ ହେବ। ଏହି ସମୟ ଅବଧି ମଧ୍ୟରେ ଆପଣ ଉପରକ୍ତ ଯେକୌଣସି ପ୍ଳାନ ର ରିଚାର୍ଜକାଲେ ସମସ୍ତ ବର୍ଦ୍ଧିତ ଡାଟା ପ୍ଳାନ ର ଲାଭ ଉଠେଇପାରିବେ।

ଜିଓ ଅନଲାଇନ ରିଚାର୍ଜ କରୁଥିବା ଗ୍ରାହକଙ୍କ ପାଇଁ ଥିବା କ୍ୟାସବ୍ୟାକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି । ୩୦୦ଟଙ୍କିଆ ରିଚାର୍ଜ କିମ୍ବା ତାଠାରୁ ଅଧିକ ରିଚାର୍ଜରେ ଆପଣ ୧୦୦ ଟଙ୍କା କ୍ୟାସବ୍ୟାକ ଏବଂ ୩୦୦ରୁ କମ ରିଚାର୍ଜ ରେ ୨୦% କ୍ୟାସବ୍ୟାକ ପାଇବେ।

#mobile #recharge

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon