• Deepti Moyee mohanty

ହୀରଖଣ୍ଡ ଏକ୍ସପ୍ରେସରେ ମିଳିବ ସାନିଟାରୀ ନାପକିନ


ଭୁବନେଶ୍ଵର–ଜଗଦଳପୁର ହୀରଖଣ୍ଡ ଏକ୍ସପ୍ରେସରେ ମହିଳା ଯାତ୍ରୀଙ୍କ ସୁବିଧା ନିମନ୍ତେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ତରଫରୁ ମଙ୍ଗଳବାର ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ସ୍ଥାପନ କରାଯାଇଛି।

ଉକ୍ତ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ସେବା ସମସ୍ତ ମହିଳାଙ୍କସହ ଆଦିବାସୀ ବହୁଳ ଜିଲ୍ଲାର ରେଳ ଯାତ୍ରୀଙ୍କ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ। ଏହି ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷା ମଧୁଲିକା ସିଂହଙ୍କ ଦ୍ଵାରା ଲୋକାର୍ପଣ ହୋଇଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲୁଥିବା ସମସ୍ତ ଟ୍ରେନମାନଙ୍କ ମଧ୍ୟରୁ ଭୁବନେଶ୍ଵର–ଜଗଦଳପୁର ହୀରଖଣ୍ଡ ଏକ୍ସପ୍ରେସ ପ୍ରଥମ ଟ୍ରେନ ଯେଉଁଥିରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ସ୍ଥାପନ କରାଯାଇଛି ।

କିନ୍ତୁ ଦେଶର ସମସ୍ତ ଟ୍ରେନମନଙ୍କ ମଧ୍ୟରୁ ଏହା ଦ୍ଵିତୀୟ ଟ୍ରେନ ଅଟେ,ଯେଉଁଥିରେକି ଏପରି ସୁବିଧା ଉପଲବ୍ଧ ଅଛି। ପୂର୍ବରୁ ମୁମ୍ବାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଏହି ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନର ଶୁଭାରମ୍ଭ ହୋଇଥିଲା।

ମୂଲ୍ୟ ୫ଟଙ୍କା

ଉକ୍ତ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନରେ ସର୍ବ ମୋଟ ୨୫ଟି ସାନିଟାରୀ ନାପକିନ ରହିବ। ପ୍ରତ୍ୟେକଟି ସାନିଟାରୀ ନାପକିନର ମୂଲ୍ୟ ୫ଟଙ୍କା ରହିଛି। ଯାତ୍ରୀମାନେ ନିଜ ଉପଯୋଗୀ ଅନୁଯାୟୀ ଉକ୍ତ ମେସିନମଧ୍ୟକୁ ୫ଟଙ୍କା ପୂରାଇଲେ ଗୋଟିଆ ସାନିଟାରୀ ନାପକିନ ପାଇପାରିବେ। କିଛି ସମୟ ଅନ୍ତରାଳରେ ପୁନଶ୍ଚ ଉକ୍ତମେସିନରେ ସାନିଟାରୀ ନାପକିନ ଭର୍ତି କରାଯିବାନେଇ ସୂଚନା ରହିଛି।

ଭୁବନେଶ୍ଵର–ଜଗଦଳପୁର ହୀରଖଣ୍ଡ ଏକ୍ସପ୍ରେସ ଓଡିଶା ସମେତ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟର ଆଭ୍ୟନ୍ତରୀଣ କ୍ଷେତ୍ର ଦେଇ ଗତିକରିଥାଏ। ଉକ୍ତ ୩ଗୋଟି ରାଜ୍ୟରେ ବହୁଳ ଆଦିବାସୀ ବସବାସ କରୁଛନ୍ତି। ତେଣୁ ଉକ୍ତ ସୁବିଧା କ୍ରମେ ଉଭୟ ମହିଳା ଓ ଆଦିବାସୀ ଅଞ୍ଚଳ ଯାତ୍ରୀ ବିଶେଷ ଉପକୃତ ହେବାକଥା ଶ୍ରୀମତ ସିଂହ କହିଛନ୍ତି।

ରେଳମନ୍ତ୍ରୀ ପିୟୁଷ ଗୋୟାଲଙ୍କ କହିବା ଅନୁସାରେ, ପୂର୍ବତଟ ରେଳ ବିଭାଗ ତରଫରୁ ପ୍ରଥମେ ଛତିଶଗଡ ଓ ଓଡିଶାରେ ଫ୍ରି ୱାଇ-ଫାଇ ସେବା ଯୋଗାଇ ଦେବାପରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନପରି ନାରୀକଲ୍ୟାଣ ଯୋଜନା ଲୋକାର୍ପଣ କରିବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଅଟେ।

ପୂର୍ବରୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ତରଫରୁ ଭୁବନେଶ୍ଵର,ପୁରୀ,ସମ୍ବଲପୁର,ବିଜୟନଗରମ ପରି ପ୍ରମୁଖ ରେଳ ଷ୍ଟେସନ ମାନଙ୍କରେ ସାନିଟାରୀ ନାପକିନ ଭେଣ୍ଡିଙ୍ଗ ମେସିନ ଲଗାଯାଇଛି।

#railway #vendingmachine

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon