• padmabati kund

ଇଣ୍ଟରନେଟ ରୋମୀଓଙ୍କୁ ମୁମ୍ବାଇ ପୋଲିସର ଚେତାବନୀ : "ତୁମ ଭାବନା ଓ କାମନାକୁ ଆମେ ବୁଝିବୁ"


ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ ଯେ ଇଣ୍ଟରନେଟରେ ମହିଳାମାନଙ୍କୁ ବଦମାସ ଯୁବକମାନେ ହଇରାଣ କରୁଥାନ୍ତି ଓ ବାରମ୍ବାର ମେସେଜ କରିଚାଲିଥାନ୍ତି । ଯଦି ସେମାନଙ୍କର ମେସେଜର କୌଣସି ପ୍ରତ୍ୟୁତ୍ତର ଦିଆ ନ ଯାଏ ତେବେ ସେମାନେ ଅସଭ୍ୟ ଭାଷାରେ ଗାଳି ଦେଇଥାନ୍ତି। ଏପରି ବ୍ୟକ୍ତିମାନଙ୍କୁ ସୋସିଆଲ ମିଡିଆରେ ବ୍ଲକ କରିବା ପାଇଁ ମୁମ୍ବାଇ ପୋଲିସ ଏକ ମିମ (ବ୍ୟଙ୍ଗାତ୍ମକ ମେସେଜ)ରେ ଚେତାବନୀ ଦେଇଛି।

ସୋସିଆଲ ମିଡିଆରେ ଅସୁରକ୍ଷିତ ମନେ କରୁଥିବା ମହିଳାମାନଙ୍କୁ ଆଖି ଆଗରେ ରଖି ମୁମ୍ବାଇ ପୋଲିସ ମଙ୍ଗଳବାର (ଜୁନ26) ଦିନ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ମିମ ଶେୟାର କରିଥିଲା।

ଏଥିରେ କୁହାଯାଇଥିଲା , “ଯଦି କୌଣସି ପରିଚିତ ବ୍ୟକ୍ତି ଆପଣଙ୍କୁ ଅନ୍ୟଥାରେ ବାରମ୍ବାର ମେସେଜ କରି ହଇରାଣ କରୁଛି କିମ୍ବା ବ୍ୟସ୍ତ କରୁଛି ତେବେ ତାଙ୍କୁ ବ୍ଲକ କରନ୍ତୁ ଓ ପୋଲିସ ଷ୍ଟେସନରେ ଖବର ଦିଅନ୍ତୁ। ଏପରି ରୋମିଓ ମାନଙ୍କର ଭାବନା ଓ କାମନାକୁ ଆମେ ଠିକ ଭାବରେ ବୁଝିନେବୁ।"

ଇଣ୍ଟରନେଟ ରୋମିଓଙ୍କୁ ମଜା ଚଖାଇବା ପାଇଁ ମୁମ୍ବାଇ ପୋଲିସ ଦ୍ଵାରା ନିଆଯାଇଥିବା ଏପରି ନିଆରା ପଦକ୍ଷେପକୁ ଜନସାଧାରଣମାନେ ଖୁବ ପସନ୍ଦ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଖୁବ ଭାଇରାଲ କରିବା ସହିତ ଏହାର ମଜା ମଧ୍ୟ ଉଡାଇଛନ୍ତି।

ମୁମ୍ବାଇ ପୋଲିସ ତରଫରୁ ଏପରି ପଦକ୍ଷେପ ଆଗରୁ ମଧ୍ୟ ନିଆଯାଇଛି। ଜନସାଧାରଣଙ୍କ ମଧ୍ୟରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସଚେତନତା ସୃଷ୍ଟି କରିବାକୁ ମୁମ୍ବାଇ ପୋଲିସ ଏକ ଭିଡିଓ ଶେୟାର କରିଥିଲା। ଯାହାକି ବହୁତ ହାସ୍ୟାସ୍ପଦ ଥିଲା।

ସମାଜରୁ ଅସମାଜିକ କାର୍ଯ୍ୟକୁ ଦୂର କରିବାରେ ନିଜର ଅଭିନବ ପ୍ରଚାର ପାଇଁ ମୁମ୍ବାଇ ପୋଲିସ ସବୁବେଳେ ଚର୍ଚ୍ଚାରେ ରହିଥାଏ। ସୋସିଆଲ ମିଡିଆରେ ରୋମିଓ ସାଜି ଝିଅ ମାନଙ୍କୁ ହଇରାଣ କରୁଥିବା ବ୍ୟକ୍ତିମାନଙ୍କୁ ସତର୍କ ରହିବା ପାଇଁ ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ଏକ ଭିନ୍ନ ଶୈଳୀରେ ବାର୍ତ୍ତା ଦେଇଛି ଯାହା ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

#mumbaipolice #internetlover

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon