- Deepti Moyee mohanty
ଦକ୍ଷିଣ ଭାରତରେ ବଢୁଛି ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା

ଜନଗଣନା ତଥ୍ୟ ଅନୁସାରେ ସମ୍ପ୍ରତି ଦକ୍ଷିଣ ଭାରତରେ ଦକ୍ଷିଣ ଭାରତୀୟ ଭାଷା ସହ ଓଡିଆ,ହିନ୍ଦୀ ଓ ବଙ୍ଗଳା ଭାଷା ଓ ଭାଷୀୟ ଲୋକଙ୍କ ସଂଖ୍ୟା ତୀବ୍ର ଗତିରେ ବଢୁଛି।
ଦେଶରେ ଓଡିଆ ଭାଷାକୁ ପ୍ରାଚୀନ ଭାଷାର ମାନ୍ୟତା ମିଳିବାପରେ ଏହା ଆମ ଓଡିଆ ଭାଷା ପ୍ରତି ଦ୍ଵିତୀୟ ସଫଳତା ଅଟେ। କାରଣ ଓଡିଆ ଭାଷା ନିଜ ରାଜ୍ୟ ସମେତ ଦେଶରେ ଆଦୃତ ଲାଭ କରିବା ସହ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ବଢିବାରେ ଲାଗିଛି।
୨୦୧୧ ଜନଗଣନା ଅନୁସାରେ ମିଳିଥିବା ରିପୋର୍ଟ ମୁତାବକ ଦେଶର ଦକ୍ଷିଣ ଭାରତରେ ଓଡିଆ,ହିନ୍ଦୀ ଓ ବଙ୍ଗଳା ଭାଷା ସଂଖ୍ୟା ବୃଦ୍ଧି ପାଇବାବେଳେ ଅପର ପକ୍ଷେ ଉତ୍ତର ଭାରତର ରାଜ୍ୟମାନଙ୍କରେ ତାମିଲ,ମାଲୟାଲମ ଭାଷୀୟ ଲୋକ ସଂଖ୍ୟା କମିବାରେ ଲାଗିଛି।
ପୂର୍ବରୁ ଦେଶରେ ବହୁ ଦକ୍ଷିଣ ଭାରତୀୟ ଲୋକ ଉତ୍ତର ଭାରତକୁ ଚାଲିଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ବର୍ତ୍ତମାନ ତାମିଲ ଓ ମାଲୟାଲମ ଭାଷୀୟ ଲୋକମାନେ କେରଳରେ ରହିବାକୁ ପସନ୍ଦ କରୁଛନ୍ତି। ତେଣୁ କେରଳରେ ଉଭୟ ତାମିଲ ଓ ମାଲୟାଲମ ଭାଷା ସଂଖ୍ୟା ବଢିଛି।
ସେହିପରି ପୂର୍ବେ ଦକ୍ଷିଣ ଭାରତର କନ୍ନଡ,ତେଲଗୁ,ମାଲୟାଲମ ଭାଷୀୟଙ୍କ ନିମନ୍ତେ ମହରାଷ୍ଟ୍ରର ମୁମ୍ବାଇ ସର୍ବ ପ୍ରଥମ ପସନ୍ଦ ବିବେଚିତ ହେଉଥିବା ବେଳେ ବର୍ତ୍ତମାନ ତାହା ବଦଳିଯିବା ସହ ସେମାନଙ୍କ ସଂଖ୍ୟା କମିଯାଇଛି।
ତଦନୁରୂପେ ୨୦୦୧-୨୦୧୧ ଜନଗଣନାର ସୂଚନା ମୁତବକ ଦିଲ୍ଲୀରେ ତାମିଲ ଏବଂ ମାଲୟାଲମ ଲୋକଙ୍କ ସଂଖ୍ୟା କମି ଯାଇଛି। ୨୦୦୧-୨୦୧୧ବର୍ଷ ମଧ୍ୟରେ ଉତ୍ତର ଭାରତରେ ଉତ୍ତରପ୍ରଦେଶର ନଏଡା ଠାରେ ସର୍ବାଧିକ ମାଲୟାଲମ ଲୋକ ବସବାସ କରୁଥିବା ବେଳେ ବର୍ତ୍ତମାନ ସେ ସଂଖ୍ୟା କମିଯାଇଛି। କାରଣ ବାର୍ତ୍ତମାନ ତାମିଲିୟ ମାନେ ଉତ୍ତର ଭାରତ ଅପେକ୍ଷା କେରଳରେ ଅଧିକ ସଂଖ୍ୟାରେ ବସବାସ କରୁଛନ୍ତି।
ଲୋକଙ୍କ ଦେଶ ମଧ୍ୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରଣ ହେବା ଏହାର ମୁଖ୍ୟ କାରଣ ଅଟେ। ଲୋକମାନେ ଶିକ୍ଷା ଓ ଜୀବିକା ଅନ୍ଵେଷଣ ନିମନ୍ତେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି ଫଳରେ ଭାଷାର ସମିଶ୍ରଣ ସହ ଘଟିବା ସହ ଜନସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ଆସିଥାଏ।