• padmabati kund

ଯେବେ ଫ୍ୟାନ ଅମିତାଭ ବଚ୍ଚନଙ୍କୁ ଭାବିଲେ ସଲମାନ ଖାନ ...


ହିନ୍ଦୀ ସିନେମା ଜଗତରେ ବିଗ ବି ଭାବରେ ଜଣା ଯାଉଥିବା ଅମିତାଭ ବଚ୍ଚନଙ୍କୁ କିଏ ବା ନ ଜାଣେ। କେବଳ ଭାରତ ମଧ୍ୟରେ ନୁହେଁ ଭାରତ ବାହାରେ ସେ ଖୁବ ଜଣାଶୁଣା। ସାରା ବିଶ୍ଵରେ ଅମିତାଭ ବଚ୍ଚନଙ୍କର ଫ୍ୟାନ ରହିଛନ୍ତି। ଏମିତି କେହି ନାହାନ୍ତି ଯିଏ ଅମିତାଭ ବଚ୍ଚନଙ୍କୁ ଚିହ୍ନି ନ ପାରି ଅନ୍ୟ ଜଣେ ବଲିଉଡ ଅଭିନେତାଙ୍କର ନାମ ନେଇ ଡାକିବ। କିନ୍ତୁ ସ୍କଟଲ୍ୟାଣ୍ଡର ଗ୍ଳାସଗୋଠାରେ ଏପରି ଘଟିଛି। ଅମିତାଭ ବଚ୍ଚନଙ୍କୁ ଜଣେ ବ୍ୟକ୍ତି ସଲମାନ ଖାନ ବୋଲି ସମ୍ବୋଧନ କରିଛି।

ଏକଥା ଅମିତାଭ ବଚ୍ଚନ ନିଜ ଟ୍ଵିଟର ଆକାଉଣ୍ଟରେ ତାଙ୍କର ଫଲୋଅର ମାନଙ୍କୁ ଏକଥା ଜଣାଇଛନ୍ତି । ଗତ ବୁଧବାର ଦିନ ସେ ଗ୍ଲାସଗୋ ସହରର ରାସ୍ତାରେ ଯାଉଥିବାର ଏକ ଫଟୋ ଶେୟାର କରିଛନ୍ତି ଓ ଲେଖିଛନ୍ତି ଯେ, “ମୁ ଏକୁଟିଆ ଗ୍ଲାସଗୋ ସହରର ରାସ୍ତାରେ ଯାଉଥାଏ। ମୋ ପାଖଦେଇ ଏକ କାର ଅତିକ୍ରମ କଲା ଓ କାର ମଧ୍ୟରୁ କେହି ମତେ କହିଲେ ଯେ, ହେ.. ସଲମାନ ଖାନ କେମିତି ଅଛନ୍ତି?”

ଅମିତାଭଙ୍କ ଏହି ଟ୍ଵିଟ ପରେ ତାଙ୍କ ଫ୍ୟାନ ମାନଙ୍କ ତରଫରୁ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଛି। ଜଣେ ଟ୍ଵିଟର ୟୁଜର ଲେଖିଛନ୍ତି ଯେ, “ ବୋଧହୁଏ ସଲମାନ ଅଧିକ ବୟସ୍କ ଦେଖାଯାଉଛନ୍ତି କିମ୍ବା ଆପଣ ଯୁବକ ପରି ଲାଗୁଛନ୍ତି।“

ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, “ ଏହା ନିଶ୍ଚିତ ଭାବରେ ସଲମାନ ଖାନଙ୍କ ପାଇଁ ଏକ ବହୁତ ବଡ ସମ୍ମାନ ଅଟେ”।

ଅମିତାଭଙ୍କୁ ସଲମାନ ଭାବିଥିବା ବ୍ୟକ୍ତି ହୁଏତ କେବଳ ଅମିତାଭଙ୍କ ଅଭିନୟ ଓ ସଲମାନଙ୍କ ନାମକୁ ମନେରଖିଛି ସେଥିପାଇଁ ସେ ଅମିତାଭଙ୍କୁ ସଲମାନ ସମ୍ବୋଧନ କରିଛି ବୋଲି

ଅନ୍ୟ ଜଣେ ୟୁଜର ଲେଖିଛନ୍ତି।

ବର୍ତ୍ତମାନ ଅମିତାଭ ବଚ୍ଚନ ଗ୍ଲାସଗୋରେ ନିଜର ଆଗାମୀ ଫିଲ୍ମ “ବଦଲା”ର ଶୁଟିଙ୍ଗ କରୁଛନ୍ତି। ସୁଜୋୟ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ତାପସୀ ପାନୁ ମଧ୍ୟ ଅଭିନୟ କରୁଛନ୍ତି। ତାପସୀ ପାନୁ ପୂର୍ବରୁ ଅମିତାଭ ବଚ୍ଚନଙ୍କ ସହିତ “ପିଙ୍କ”ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଅଳ୍ପ କିଛିଦିନ ପୂର୍ବରୁ ଅମିତାଭ ବଚ୍ଚନ “ଥଗସ ଅଫ ହିନ୍ଦୁସ୍ତାନ”ର ଶୁଟିଙ୍ଗ ଶେଷ କରିଛନ୍ତି ଓ “ବ୍ରହ୍ମାସ୍ତ୍ର”ର କିଛି ଅଂଶ ଶୁଟିଙ୍ଗ କାମ କରିଛନ୍ତି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon