• padmabati kund

ଫାଷ୍ଟ ଡେ ଫାଷ୍ଟ ଶୋ': "ସଞ୍ଜୁ"କୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ


ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ସଞ୍ଜୁ” ରିଲିଜ ହୋଇଯାଇଛି। ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ରଣବୀର କରିଥିବା କଠିନ ପରିଶ୍ରମର ଫଳ ମିଳିଛି। ପ୍ରଥମ ଦିନ ପ୍ରଥମ ଶୋ'ରେ ଫିଲ୍ମ ହାଉସଫୁଲ ରହିଛି। ଦର୍ଶକମାନେ ଏହି ଫିଲ୍ମକୁ ଖୁବ ପସନ୍ଦ କରୁଥିବାବେଳେ ଖାସ କରି ଯୁବପିଢୀଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ବହୁ ଉତ୍ସାହ ଦେଖିବାକୁ ମିଳିଛି।

ସୋସିଆଲ ମିଡିଆ ମଧ୍ୟ “ସଞ୍ଜୁ” ଫିଲ୍ମର ପ୍ରସଂଶାରେ ଉଛୁଳି ପଡୁଛି। ବର୍ତ୍ତମାନ ଯାଏ ଯିଏ ବି ଏହି ଫିଲ୍ମକୁ ଦେଖିଛନ୍ତି ସେମାନେ ଖୁବ ପ୍ରସଂଶା କରୁଛନ୍ତି। ରଣବୀରଙ୍କର ଅଭିନୟ ଦର୍ଶକ ମାନଙ୍କୁ ଚାରି ଦଶକ ପୁରୁଣା ସଞ୍ଜୟ ଦତ୍ତଙ୍କ କଥା ମନେ ପକାଇଦେଇଛି।କିଛି କ୍ଷଣ ପାଇଁ ଲାଗୁଛି ଯେ ପରଦା ଉପରେ ରଣବୀର ନୁହେଁ ସଞ୍ଜୟ ନିଜେ ଅଭିନୟ କରୁଛନ୍ତି। 

ରାଜ କୁମାର ହିରାନୀଙ୍କ ଏହି ଫିଲ୍ମଟିରେ 3ଘଣ୍ଟାରେ ସଞ୍ଜୟ ଦତ୍ତଙ୍କର 37 ବର୍ଷର ଜୀବନ କାହାଣୀକୁ ବହୁତ ସୁନ୍ଦର ଭାବରେ ଚିତ୍ରିତ କରିଛନ୍ତି।    

ରଣବୀର କପୁରଙ୍କ ଅଭିନୟକୁ ନେଇ ଦର୍ଶକମାନେ ଟ୍ଵିଟରରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, “ ଅଭିନୟ କରିବାରେ ରଣବୀର କପୁର ସଲମାନ ଖାନଙ୍କ ଠାରୁ ମଧ୍ୟ ଉପରେ ଅଛନ୍ତି ଓ ସାରା ଦେଶ ତାଙ୍କ ପାଇଁ ଗର୍ବିତ।“

ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, “ବଲିଉଡ ଫିଲ୍ମ ଇତିହାସରେ ଏମିତି ବାୟୋପିକ ଫିଲ୍ମ ତିଆରି ହୋଇନାହିଁ। ରାଜ କୁମାର ବହୁତ ଭଲ ନିର୍ଦ୍ଦେଶନା ଦେଇଛନ୍ତି ଓ ରଣବୀର କପୁର ଖୁବ ଚମତ୍କାର ଅଭିନୟ କରିଛନ୍ତି।“

ଫିଲ୍ମର କାହାଣୀ  ସଞ୍ଜୟ ଦତ୍ତ ଜେଲ ଯିବାର ଗୋଟିଏ ମାସ ପୂର୍ବ ସମୟରୁ ଆରମ୍ଭ ହୋଇଛି। ପ୍ରଥମରୁ ଆରମ୍ଭ ହୋଇଛିଯେ ସଞ୍ଜୟ ଦତ୍ତ ମିଡିଆର ହେଡଲାଇନରୁ ବ୍ୟସ୍ତ ହୋଇଯାଇଛନ୍ତି ଓ ସେ ଚାହୁଞ୍ଛନ୍ତି ଯେ କେହି ତାଙ୍କ କାହାଣୀକୁ ସେ ଯେପରି ଚାହୁଞ୍ଛନ୍ତି ସେହିପରି ଭାବରେ ଲେଖୁ। ଏହାପରେ ତାଙ୍କର ଜଣେ ବିଦେଶୀ ଲେଖକ ବିନିଙ୍କ ସହ ଦେଖା ହେଉଛି ଓ ସେହିଠାରୁ ସଞ୍ଜୁର କାହାଣୀ ଆରମ୍ଭ ହୋଇଛି। ଫିଲ୍ମର ପ୍ରଥମ ଭାଗରେ ସଞ୍ଜୟ କିପରି ଡ୍ରଗ୍ସ ସେବନ କରିବା ଆରମ୍ଭ କଲେ ଓ କିପରି ଏହି ନିଶାରୁ ମୁକ୍ତି ପାଇଲେ ତାହା ବର୍ଣ୍ଣନା କରାଯାଇଛି।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon