• Somyadeep Prasad

ଜୁଲାଇ ଶେଷ ସୁଦ୍ଧା ଚାଷୀଙ୍କୁ ମିଳିବ ମାଗଣା ମୋବାଇଲ


ରାଜ୍ୟରେ ୨୦୧୭-୨୦୧୮ ଏବଂ ୨୦୧୮-୨୦୧୯ ବର୍ଷ ପାଇଁ ଚାଷୀଙ୍କୁ ମାଗଣାରେ ମୋବାଇଲ ଫୋନ ଯୋଗାଇ ଦେବା ନିଷ୍ପତ୍ତିକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ଏହି ବାବଦରେ ରାଜ୍ୟ ସମବାୟ ନିବନ୍ଧଙ୍କ ପକ୍ଷରୁ ସମସ୍ତ ଆଞ୍ଚଳିକ ସମବାୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଚିଠି ପଠାଯାଇଛି ।

ଏଥିପାଇଁ ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ତାଲିକାକୁ ଜୁଲାଇ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଚାଷୀମାନେ କିପରି ସହଜରେ ବଜାର ଖବର ଏବଂ ପାଇପାରିବେ ସେଥି ପାଇଁ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ମାଗଣାରେ ମୋବାଇଲ ଫୋନ ଯୋଗାଇ ଦେବାକୁ ୨୦୧୭ରେ ଏକ ଯୋଜନା ଆରମ୍ଭ କରିଥିଲେ । ଏହି ଫୋନ ଗୁଡିକ ଗୁଣାତ୍ମକ ହେବା ସହ ସେଥିରେ ଅଣ୍ଡ୍ରୋଇଡ ସୁବିଧା ମଧ୍ୟ ରହିବ ।

ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ପୁଣିଥରେ ୨୦୧୮-୨୦୧୯ ବର୍ଷ ପାଇଁ ଆଉ ୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏହି ମାଗଣା ମୋବାଇଲ ଫୋନ ବଣ୍ଟନ ପ୍ରକ୍ରିୟାକୁ କେମେତି ସୁରୁଖୁରେ ହେବ ଏବଂ ଚାଷୀମାନେ କିଭଳି ସୁବିଧାରେ ମିଳିବ ଏହାକୁ ପାଇପାରିବେ, ସେଥିପାଇଁ ଓଡିଶାର ରାଜ୍ୟ ସରକାର ‘ ଓଡିଶା ରାଜ୍ୟ ଏଗ୍ରିକଲଚରାଲ ମାର୍କେଟିଂ ବୋର୍ଡ (ଓଏସଏଏମ)କୁ ଦାୟିତ୍ଵ ପ୍ରଦାନ କରିଛନ୍ତି ।

ଏହି ମାଗଣା ମୋବାଇଲ ଫୋନ ବଣ୍ଟନ ଚାଷୀଙ୍କୁ ଅଧିକ ସୁବିଧା ଯୋଗାଇବା ଏବଂ ଶକ୍ତିଶାଳୀ କରିବା ସହ ତାଜା ବଜାର ସ୍ଥିତି ଜାଣିବାକୁ ଏହି ଫୋନ ଅଧିକ ମାତ୍ରାରେ ସାହାଯ୍ୟ କରିବ । ଏହା ବ୍ୟତୀତ ସେପଟେ ରିଜିଓନାଲ ମାର୍କେଟିଂ ସୋସାଇଟି (ଆରଏମସି) ପକ୍ଷରୁ ଚାଲିଥିବା ‘ଡିଜିଟାଲ ମଣ୍ଡି’ ଯୋଜନାରେ ଚାଷୀମାନେ ଅଧିକରୁ ଅଧିକ ଫାଇଦା ପାଇପାରିବେ ତାହା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ ବୋଲି ସମବାୟ ବିଭାଗର ଡେପୁଟି ସେକ୍ରେଟେରୀ ଚିଠିରେ ଉଲେଖ କରିଛନ୍ତି। ଫଳରେ ଚାଷୀ ତାହାର ଠିକ ମୂଲ୍ୟ ପାଇପାରିବ ।

ଓଡିଶା ରାଜ୍ୟ ଏଗ୍ରିକଲଚରାଲ ମାର୍କେଟିଂ ବୋର୍ଡ (ଓଏସଏଏମ) ଏହି ଫୋନ ଗୁଡିକୁ ଟେଣ୍ଡର ମାଧ୍ୟମରେ କ୍ରୟ କରିବା ସହ ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରିବ । ରେଗୁଲେଟିଙ୍ଗ ମାର୍କେଟ କମିଟି ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ତାଲିକା ଜିଲ୍ଲାପାଳ ତଦାରଖ କରି ହିତାଧିକାରିଙ୍କ ଚିହ୍ନଟ କରିବା ପରେ ମୋବାଇଲ ଫୋନ ଗୁଡିକ ବଣ୍ଟନ କରାଯିବ ।

#farmer #governmentscheme

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon