• Somyadeep Prasad

ପୁରୁଷମାନେ କିପରି ଦୂର କରିବେ ଆଖି ତଳ କଳା ଦାଗ


ଆଜିକାଲି ଝିଅମାନେ ନିଜର ସୁନ୍ଦରତାକୁ ବଜାୟ ରଖିବାକୁ ଅନେକ ପ୍ରକାକର ପ୍ରଡକ୍ଟ ବ୍ୟବହାର କରୁଥିବାବେଳେ , ସେହିଭଳି ଏହି ତୁଳନାରେ ପୁରୁଷମାନେ କିଛି କମ ନୁହନ୍ତି । ଆଖିତଳ ହୋଇଥିବା କଳା ଦାଗ ପୁରୁଷମାନଙ୍କ ସୁନ୍ଦରତା ଏବଂ ସ୍ମାର୍ଟନେସକୁ କମାଇ ଦେଇଥାଏ ।

ଅସ୍ଵାସ୍ଥ୍ୟକର ଜୀବନଶୈଳୀଦ୍ଵାରା ଏହି କଳା ଦାଗ ହୋଇଥାଏ । ଏହା ଅଧିକ କାମ କରିବା , ଅଧିକ ଚିନ୍ତା କରିବା ,ଅନିଦ୍ରା ରହିବା ଏବଂ ଅନନ୍ୟା କାରଣ ପାଇଁ ଆଖିତଳେ କଳା ଦାଗ ଦେଖାଯାଇଥାଏ ।

କଳା ଦାଗ କମ ବୟସ ଲୋକଙ୍କ ଠାରୁ ଅଧିକ ବୟସ ଥିବା ଲୋକମାନଙ୍କ ମଧ୍ୟରେ ଏହାର ପରିମାଣ ବେଶୀ ଦେଖାଯାଇଥାଏ ।

ଆଖିତଳେ ହୋଇଥିବା କଳା ଦାଗ ରୋକିବାର ସବୁଠୁ ଭଲ ଉପାୟ ପୋଷଣଯୁକ୍ତ ଖାଦ୍ୟ ଖାଇବା ଯେଉଁଥିରେ ରହିଛି ,ତାଜା ଫଳ, ଘରୋଇ ପନିର ,ସ୍କିମିଣ୍ଡ ମିଲ୍କ , ଡାଲି ଏବଂ ବିନ ଇତ୍ୟାଦି । ଏହି କଳା ଦାଗ ଘରୋଇ ଉପଚାର ଦ୍ଵାରା ସହଜରେ ମଧ୍ୟ ଦୂର ହୋଇପାରିବ ।

ଆଖିତଳେ ଥିବା କଳା ଦାଗ ଦୂର କରିବା ପାଇଁ ଉପାୟ

ଅଣ୍ଡର ଆଇ କ୍ରିମ (ଆଖିତଳେ ଲାଗୁଥିବା କ୍ରିମ)

ଏହା ଆପଣଙ୍କ ଫେସକୁ ପୋଷଣ ଦେବାସହ ରଙ୍ଗ ମଧ୍ୟ ସୁଧାରିଥାଏ । ଆଖିର ଆଖପାଖରେ ଫେସ ମାସ୍କ ଲଗାନ୍ତୁ ନାହିଁ ।

ଧୁମ୍ରପାନ କରିବା ଛାଡିଦିଅନ୍ତୁ

ଯଦି ଆପଣ ପାନ ବିଡି ଏବଂ ଅନ୍ୟ କିଛି ନିଶାଦ୍ରବ୍ୟ ସେବନ କରୁଛନ୍ତି, ଏହାକୁ ଯଦି ଆପଣ କରିବା ଛାଡିଦିଅନ୍ତି ତାହାଲେ ଆପଣଙ୍କ ଆଖିତଳେ ଥିବା କଳା ଦାଗ ନିଚିନ୍ତ ଦୂରେଇ ଯିବ ।

କଞ୍ଚା ଆଳୁ ଲଗାନ୍ତୁ

କଞ୍ଚା ଆଳୁ ଲଗାଇଲେ ଚର୍ମରେ ଥିବା ରଙ୍ଗ କୁ ହାଲ୍କା କରିବା ସହ ଆଖିତଳେ ଥିବା କଳା ଦାଗକୁ ମଧ୍ୟ କମ କରିବାରେ ଏହା ସାହାଯ୍ୟ କରେ । ଏକ ଥଣ୍ଡା ଆଳୁର ରସକୁ କିଛି ଦିନ ନିୟମିତ ଭାବେଆଖିତଳେ ଥିବା ଭାଗରେ ଲଗାଇଲେ ଆପଣଙ୍କୁ ଏହାର ଫାଇଦା ନିଶ୍ଚିନ୍ତ ଦେଖିବାକୁ ମିଳିବ ।

ଦିନକୁ ୧୦ଗ୍ଲାସ ପାଣି

ଆପଣ ଦିନକୁ ୧୦ ଗ୍ଲାସ ପାଣିପିଉଛନ୍ତି ଯଦି ନ ପିଉଛନ୍ତି ତାହାହେଲେ ପିଇବା ଏବେଠୁ ଆରମ୍ଭ କରିଦିଅନ୍ତୁ । ପାଣି ପିଇବା ଦ୍ଵାରା ହିଁ ଆପଣଙ୍କ ତ୍ଵଚ୍ଚାକୁ ପୋଷଣ ମିଳିଥାଏ ଏବଂ ଆଖିତଳେ ଥିବା କଳା ଦାଗ ମଧ୍ୟ ହୋଇନଥାଏ ।

ବାଦାମ ତେଲ

ଶୋଇବା ପୂର୍ବରୁ ବାଦାମ ତେଲ ଏବଂ କ୍ଷୀରକୁ ମିଶାଇ ଆଖିରେ ଥିବା କଳା ଦାଗରେ ଲଗାଇ, ସକାଳୁ ଉଠି ଥଣ୍ଡା ପାଣିରେ ଧୋଇଦିଅନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଚମକ ଫେରିଆସିବ ।

#mensfashion #skincare

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon