• padmabati kund

ବଲିଉଡରେ କିଏ ହେବ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ


ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ “ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର”। ଏହି ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏଥିରେ ମନମୋହନ ସିଂହଙ୍କ ଚରିତ୍ରରେ ଅଭିନୟ କରୁଥିବା ଅନୁପମ ଖେର ଦୁଇ ଦିନ ପୂର୍ବରୁ (ଜୁନ27) ତାରିଖରେ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ନାମ ସାମନାକୁ ଆସିଛି ।

ଏହି ଚଳଚ୍ଚିତ୍ରରେ ରାହୁଲ ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ଅର୍ଜୁନ ମାଥୁର ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଆହାନା ।

ଅନୁପମ ଖେର ଶେୟାର କରିଥିବା ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମର ଅନ୍ୟାନ୍ୟ ଚରିତ୍ର ପରି ଅର୍ଜୁନ ଓ ଆହାନା ମଧ୍ୟ ଅବିକଳ ନିଜ ଚରିତ୍ର ପରି ଦେଖାଯାଉଛନ୍ତି।

ଫିଲ୍ମରେ ନିଜ ଚରିତ୍ରକୁ ନେଇ ଆହାନା କହିଛନ୍ତି ଯେ, “ଏହି ଫିଲ୍ମରେ ଅଭିନୟ କରିବାକୁ ନେଇ ମୁଁ ବହୁତ ଖୁସି ଅଛି। ଯେହେତୁ ଚଳଚ୍ଚିତ୍ରରେ ବହୁ ଚରିତ୍ର ବାସ୍ତବ ଅଟନ୍ତି ତେଣୁ ଆମକୁ ସମସ୍ତ ଚରିତ୍ର ନିଖୁଣ ଭାବରେ କରିବାକୁ ପଡିବ।“

ଏହି ଫଟୋ ଶେୟାର କରିବାର କିଛି ସମୟ ପରେ ଅନୁପମ ଖେର ଅନ୍ୟ ଏକ ଫଟୋ ମଧ୍ୟ ଶେୟାର କରିଥିଲେ। ଏହି ଫଟୋରେ ସେ ଲେଖିଥିଲେ ଯେ ଚଳଚ୍ଚିତ୍ରରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ନରସିଂହ ରାଓଙ୍କ ଭୂମିକରେ ଅଭିନୟ କରୁଛନ୍ତି ଅଜିତ ସତଭାଇ। ଏଥିରେ ଅନ୍ୟାନ୍ୟ ଭୂମିକାରେ ସୁଜେନ ବର୍ନଟ (ସୋନିଆ ଗାନ୍ଧୀ),ରାମ ଅବତାର (ଅଟଳ ବିହାରୀ ବାଜପେୟୀ), ଦିବ୍ୟା ସେଠ (ମନମୋହନଙ୍କ ସ୍ତ୍ରୀ) ଇତ୍ୟାଦି ଅଭିନୟ କରୁଛନ୍ତି ।

ଏହି ବାୟୋଗ୍ରାଫିକାଲ ପଲିଟିକାଲ ଡ୍ରାମା ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରତ୍ନାକର ଗୁଟ୍ଟେ ଓ କାହାଣୀ ଲେଖିଛନ୍ତି ମୟଙ୍କ ତିୱାରୀ। ଫିଲ୍ମଟି ଆସନ୍ତା ଡିସେମ୍ବର ମାସ 21 ତାରିଖରେ ରିଲିଜ କରିବା ଆଶା କରାଯାଉଛି ।

#entertainment #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon