• Deepti Moyee mohanty

ଜାଣନ୍ତୁ: ରିଜର୍ଭ ବ୍ୟାଙ୍କର 160ଟି ଗ୍ରେଡ ବି ଅଫିସର ପଦବୀ ପାଇଁ ପରୀକ୍ଷା ତାରିଖ


ଆର.ବି.ଆଇ ତରଫରୁ  ଗ୍ରେଡ ବି ୨୦୧୮  ନିଯୁକ୍ତି ନିମନ୍ତେ ଅନଲାଇନ ପରୀକ୍ଷା ବିଜ୍ଞାପନ ପ୍ରକାଶ ପାଇଛି। ଅନଲାଇନ ପରୀକ୍ଷା ନିମନ୍ତେ ଆବେଦନର ଶେଷ ତାରିଖ ୩ଜୁଲାଇ ୨୦୧୮ ରହିଥିବାବେଳେ ୧୬୦ରୁ  ଉର୍ଦ୍ଧ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆବେଦନ ତାରିଖ

ଆର.ବି.ଆଇ ଗ୍ରେଡ ବି ୨୦୧୮ ଅନଲାଇନ ପରୀକ୍ଷା ନିମନ୍ତେ ଅନଲାଇନରେ ଆବେଦନ ଓ ଅନଲାଇନ ପେମେଣ୍ଟ ତାରିଖ ୩ଜୁଲାଇ ୨୦୧୮ରୁ ଆରମ୍ଭ ହୋଇ ୨୩ଜୁଲାଇ ୨୦୧୮ ରେ ଶେଷ ହେବ।

ପୋଷ୍ଟ ସଂଖ୍ୟା

ଆର.ବି.ଆଇ ଗ୍ରେଡ ବି ୨୦୧୮ ନିମନ୍ତେ ୧୬୦ ରୁ ଉର୍ଦ୍ଧ ପଦବୀ ପୂରଣ ନିମନ୍ତେ ପ୍ରକାଶ ପାଇଥିବା ବିଜ୍ଞପ୍ତି ରେ ସାଧାରଣ ବର୍ଗଙ୍କ ନିମନ୍ତେ ମୋଟ ୧୨୭ଟି ପଦବୀ ଖାଲିଥିବା ବେଳେ ଓ.ବି.ସି ବର୍ଗଙ୍କ ନିମନ୍ତେ ୨୨ଟି ଓ ସୂଚିତ ଓ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସର୍ବ ମୋଟ ୧୭ଟି ଖାଲି ପଦବୀ ରହିଛି।

ପରୀକ୍ଷା ତାରିଖ

ଅନଲାଇନରେ ଆବେଦନ ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟର ପରୀକ୍ଷା ୧୬ଅଗଷ୍ଟ ୨୦୧୮ ରେ ଅନୁଷ୍ଠିତ ହେବା। ସେହିପରି ଦ୍ଵିତୀୟ ପର୍ଯ୍ୟାୟର ପରୀକ୍ଷା ୭ସେପ୍ଟେମ୍ବର ୨୦୧୮ ରେ ଅନୁଷ୍ଠିତ ହେବା ଏବଂ ଶେଷରେ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ପ୍ରାଥୀଙ୍କୁ ସାକ୍ଷାତକାର ନିମନ୍ତେ ଡକାଯିବ।

ଦରମା

ଆର.ବି.ଆଇ ଗ୍ରେଡ ବି ୨୦୧୮ ନିମନ୍ତେ ବାର୍ଷିକ ୧୨-୧୪ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। ଗ୍ରେଡ ବି ପଦବୀ ନିମନ୍ତେ ଗ୍ରେଡ ପେ  ୩୫,୧୫୦ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ବୟସ ସୀମା

ଆର.ବି.ଆଇ ଗ୍ରେଡ ବି ୨୦୧୮ ନିମନ୍ତେ ସାଧାରଣ ବର୍ଗାଙ୍କ ପାଇଁ ବୟସ ସୀମା ୨୧ରୁ ୩୦ ରହିଥିବାବେଳେ ଏସ.ସି/ଏସ.ଟିଙ୍କ ନିମନ୍ତେ ୫ବର୍ଷ, ଓ.ବି.ସିଙ୍କ ନିମନ୍ତେ ୩ବର୍ଷ ଓ ଶାରୀରିକ ଅକ୍ଷମଙ୍କ ନିମନ୍ତେ ୧୦ବର୍ଷ ଛାଡ ରହିଛି।

ଶିକ୍ଷାଗତ ଯୋଗ୍ୟତା

ଆର.ବି.ଆଇ ଗ୍ରେଡ ବି ୨୦୧୮ ପାଇଁ ପାର୍ଥୀ ଯେକୌଣସି ସ୍ଵୀକୃତି ପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ୬୦% ମାର୍କ ରଖି ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଏବଂ ସଂରକ୍ଷୟଣ ଥିବା ବର୍ଗଙ୍କ ନିମନ୍ତେ ୫୦% ମାର୍କ ରହିଛି। ଡକ୍ଟରଏଟ ଡିଗ୍ରୀ ପ୍ରାପ୍ତ ପ୍ରାର୍ଥୀ ୫୦% ମାର୍କ ରଖିଥିବାବେଳେ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିବା ପ୍ରାର୍ଥୀ ୫୫% ମାର୍କ ରଖି ଆବେଦନ କରିପାରିବେ।

ପରୀକ୍ଷା ଫି

ପରୀକ୍ଷା ନିମନ୍ତେ ସାଧାରଣ ବର୍ଗ ଓ ଓ.ବି.ସିଙ୍କ ପାଇଁ ପରୀକ୍ଷା ଫି ୮୫୦ ଟଙ୍କା ଥିବା ବେଳେ ସୂଚିତ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୧୦୦ଟଙ୍କା ରହିଛି।

ଅଧିକ ସୂଚନା ପାଇଁ ଆର.ବି.ଆଇ ର ଅଫିସିଆଲ ୱେବ ସାଇଟ rbi.org.in ରେ ଲଗଇନ କରନ୍ତୁ।

#job #bank #career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon